BREAKING
Loading...
:

ଜାତୀୟ ପର୍ଯ୍ୟଟନ ମହୋତ୍ସବ"ର ଦ୍ଵିତୀୟ ଦିବସ । ଜାତୀୟସ୍ତରୀୟ ଆଲୋଚନା ଏବଂ ସାମ୍ବାଦିକଙ୍କ ନାଟକ ମୂଖ୍ୟ ଆକର୍ଷଣ


ବ୍ରହ୍ମପୁର(ବନିତା ବେହେରା)- ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ ବ୍ରହ୍ମପୁର ସହରର ବିଜୁ ପଟ୍ଟନାୟକ ସଂସ୍କୃତି ଭବନରେ ତିନିଦିନ ଧରି ଆୟୋଜିତ ହେଉଥିବା  " ଜାତୀୟ ପର୍ଯ୍ୟଟନ ମହୋତ୍ସବର"ଦ୍ଵିତୀୟ ଦିବସ ଗୁରୁବାର ଅନୁଷ୍ଠିତ ହୋଇଯାଇଛି  । ପର୍ଯ୍ୟଟନ ଭାରତ ତରଫରୁ ଆୟୋଜିତ  ଏହି ଜାତୀୟସ୍ତରୀୟ ମହୋତ୍ସବର ଦ୍ଵିତୀୟ ଦିବସକୁ  ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଉଦଘାଟନ କରିଥିବା ବେଳେ ମହୋତ୍ସବ କମିଟି ଓ ପର୍ଯ୍ୟଟନ ଭାରତର ସାଧାରଣ ସମ୍ପାଦକ ନାରାୟଣ ମହାଙ୍କୁଡ଼ ସଭାପତିତ୍ୱ କରିଥିଲେ ।   ଅନ୍ୟମାନଙ୍କ ମଧ୍ୟର ଗଂଜାମ ଜିଲ୍ଲାପରିଷଦର ମୂଖ୍ୟ ଉନ୍ନୟନ ଅଧିକାରୀ ଭି.କୀର୍ତ୍ତି ଭାସନ,ଏସପି ଡା.ଶ୍ରବଣ ବିବେକ ଏମ, ବିଏମସିକମିଶନର ଜେ. ସୋନାଲ,ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଭାଇସ ଚାନସଲେର ପ୍ରଫେସର ଗୀତାଞ୍ଜଳି ଦାସ,ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ,ହାଇଟେକ ମେଡ଼ିକାଲ କଲେଜର ଅଧକ୍ଷ ତିରୁପତି ପାଣିଗ୍ରାହୀ, ରିତୁ ତିୱାରୀ,ମହୋତ୍ସବର ଆବାହକ ଇଂ.ଉମା ଶଙ୍କର ପାଣିଗ୍ରାହୀ, ଉପସଭାପତି ଅନିଲ କୁମାର ପାତ୍ର,କୋଷାଧ୍ୟକ୍ଷ କୈଳାସ ପାଣିଗ୍ରାହୀ,,ଗୋପାଳ ପଟ୍ଟନାୟକ,,ସଞ୍ଜିତ ପାଣିଗ୍ରାହୀ,ସରୋଜ ପଣ୍ଡା,ଆରତୀ ପାତ୍ର ପ୍ରମୂଖ ମଞ୍ଚରେ ଉପସ୍ଥିତ ଥିଲେ  । 

 ମହୋତ୍ସବର ସାଂସ୍କୃତିକ ସଂଯୋଜକ ରାଜଗୋପାଳ ପାଢ଼ୀ ସ୍ୱାଗତ ଭାଷଣ ପ୍ରଦାନ ସହ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଡ଼.ମିହୀର ତ୍ରିପାଠୀ ଓ ଡିମ୍ପଲ  ସାଇ ରେଡ୍ଡୀଙ୍କ ମିଳିତ ଭାବେ ସଂଯୋଜନା କରିଥିଲେ । ସ୍ଥାନୀୟ କଳାକାରଙ୍କ ସହ ଲୋକନୃତ୍ୟ କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।ସାମ୍ବାଦିକ ସୁଦୀପ ସାହୁ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ ।ମହୋତ୍ସବର ଦ୍ଵିତୀୟ ଦିବସ ପୂର୍ବାହ୍ନରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ତରଫରୁ ଭାଇସ ଚାନସଲେର ପ୍ରଫେସର  ଗୀତାଞ୍ଜଳି ଦାସଙ୍କ ଅଧକ୍ଷତାରେ "ପର୍ଯ୍ୟଟନ ଏବଂ ସବୁଜ ବିନିଯୋଗ" ବିଷୟ ସମ୍ବଳିତ ଏକ ଜାତୀୟସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଦେଶର ବହୁ ପ୍ରତିଷ୍ଠିତ ଆଲୋଚକ ଅଂଶଗ୍ରହଣ କରିଥିଲେ । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପର୍ଯ୍ୟଟନ ବିଭାଗର  ରିତୁ ତିୱାରୀ  କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ  ସନ୍ଧ୍ୟାରେ ସଭା ଓ ବିଭିନ୍ନ ବିଭାଗର ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା ପରେ ବ୍ରହ୍ମପୁରର କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ନେଇ ରବିନାରାୟଣ ବେହେରାଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକ"ଅସ୍ତ ସୂର୍ଯ୍ୟର ସ୍ୱପ୍ନ" ସଫଳତାର ସହ ମଂଚସ୍ଥ ହୋଇ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ ।ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପର୍ଯ୍ୟଟନ ଓ ଭ୍ରମଣ ଅଧ୍ୟୟନ ବିଭାଗ,ଓଡିଶା ସରକାରଙ୍କ ଭାଷା,ସାହିତ୍ୟ,ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ଏବଂ ଭାରତ ସରକାରଙ୍କ ପର୍ଯ୍ୟଟନ ବିଭାଗ ସହଯୋଗ କରିଛନ୍ତି । ମହୋତ୍ସବ କୋଷାଧକ୍ଷ କୈଳାସ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ

Post a Comment

Previous Post Next Post
Header ADS