ଭଞ୍ଜନଗର (ନୀଳଚକ୍ର Live)ଆଜି ତା ୩୦/ ୯ / ୨୦୨୩ ରିଖ ଶନିବାର ଦିନ ପୂର୍ବାହ୍ନ ୧୧ ସମୟ ରେ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ଗୋପବନ୍ଧୁ ମହାପାତ୍ର ଙ୍କ ବାସଭବନ ଠାରେ ଘୁମୁସର ପୁରହିତ ସମିତି ପକ୍ଷରୁ ଅଧ୍ୟକ୍ଷ ଶ୍ରୀଯୁକ୍ତ ଗୋପବନ୍ଧୁ ମହାପାତ୍ର ଏବଂ ଜଗନ୍ନାଥ ପ୍ରସାଦ ବ୍ଲକ ପାଇଁ କନ୍ଧମାଳ ସାଂସଦ ଙ୍କ ପ୍ରତିନିଧି ତଥା ଗଞ୍ଜାମ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ବିପ୍ର ଚରଣ ବାରିକ ଉଭୟ ଙ୍କ କାର୍ଯ୍ୟଶୈଳୀ, ଅଂଚଳ ର ଉନ୍ନତି ପାଇଁ ତାଙ୍କର ପ୍ରଚେଷ୍ଟା,ନିଷ୍ଟା ଏବଂ ସେମାନେ ଜଣେ ଜଣେ ଦୂର ଦୃଷ୍ଟି ସମ୍ପର୍ଣ୍ଣ ବ୍ୟକ୍ତି ସାଙ୍ଗକୁ ଅଂଚଳ ର ବିଭିନ୍ନ ଦାବି ସରକାର ଙ୍କ ପାଖରେ ଉପସ୍ଥାପନା କରି ସହ ଜନସାଧାରଣ ଓ ସରକାର ଙ୍କ ମଧ୍ୟରେ ଏକ ସେତୁ ବନ୍ଧ ଭଳି କାର୍ଯ୍ୟ କରୁଥିବାରୁ ଉଭୟ ଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିବା ସଙ୍ଗେ ସଙ୍ଗେ ଉଚ୍ଚ ପ୍ରଶଂସା ମଧ୍ୟ କରିଛନ୍ତି ।
ଉଭୟେ ବ୍ରାହ୍ମଣ ମାନଙ୍କ ଠାରୁ ଆର୍ଶୀବାଦ ଭିକ୍ଷା କରିବା ସଙ୍ଗେ ସଙ୍ଗେ ବ୍ରାହ୍ମଣ ମାନେ ସମାଜ ର ମଙ୍ଗଳ ଓ ହିତ ପାଇଁ ପୂଜା, ହୋମ, ଯଜ୍ଞ, ବୈଦିକ କର୍ମକାଣ୍ଡ ଆଦି ବିଭିନ୍ନ କାର୍ଯ୍ୟ କରୁଥିବା ଯୋଗୁଁ ସେମାନେ ସମାଜ ର ମଙ୍ଗଳ କାମନା ସହ ପୂଜ୍ୟ ଅଟନ୍ତି। ସେମାନଙ୍କ ଆର୍ଶୀବାଦ ସର୍ବଦା ରହିଲେ ନିଶ୍ଚିତ ଭାବେ ଏ ଅଂଚଳ ର ବିକାଶ ସହିତ ଆମ୍ଭେ ମାନେ ଆହୁରି ଅଧିକା ବିକାଶ କରିବା ପାଇଁ ପ୍ରଚେଷ୍ଟା କରିବୁ ବୋଲି ଶ୍ରୀ ମହାପାତ୍ର ଓ ଶ୍ରୀ ବାରିକ କହିଛନ୍ତି ।। ଏହି କାର୍ଯ୍ୟକ୍ରମ ପରେ ପରେ ପୁଣି ଉପଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ଠାରେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଜ୍ୟୋତି ଶଙ୍କର ରାୟ ଙ୍କୁ ମଧ୍ୟ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ ।ଆଜିର ଏହି ଭବ୍ୟ ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମ ରେ ଘୁମୁସର ପୁରହିତ ସମିତି ସଭାପତି ପଣ୍ଡିତ ଶ୍ରୀ କାଳୁଚରଣ ଶତପଥୀ, ଯୁବ କାର୍ଯ୍ୟକାରୀ ସଭାପତି ପଣ୍ଡିତ ଶ୍ରୀ ବୁଲୁ ମହାପାତ୍ର,ଭଞ୍ଜନଗର ଅଂଚଳ ସଭାପତି ପଣ୍ଡିତ ଶ୍ରୀ ଦିବାକର ଶତପଥୀ, ପ୍ରଭାରୀ ପଣ୍ଡିତ ଶ୍ରୀ ପ୍ରମୋଦ କୁମାର ଷଢଙ୍ଗୀ,ଅଂଚଳ ସଭାପତି ପଣ୍ଡିତ ଶ୍ରୀ ଅଲେଖ କୁମାର ଦାସ,ଘୁମୁସର ପୁରହିତ ସମିତି ସଚିବ ପଣ୍ଡିତ ଶ୍ରୀ ମୁ୍ତୃଞ୍ଜୟ ରଥଶର୍ମା, ସହ କାର୍ଯ୍ୟକାରୀ ପଣ୍ଡିତ ଶ୍ରୀ ସଞ୍ଜୟ କୁମାର ଶତପଥୀ, ଲୋକନାଥ ଆଚାର୍ଯ୍ୟ, ଉପଦେଷ୍ଟା ପଣ୍ଡିତ ଶ୍ରୀ ଲମ୍ବୋଦର ତ୍ରିପାଠୀ,ପଣ୍ଡିତ ଶ୍ରୀ ଜ୍ୟୋତି ପ୍ରକାଶ ମିଶ୍ର, ପଣ୍ଡିତ ଶ୍ରୀ ଦୁର୍ଗା ପ୍ରସାଦ ପତି ପରି ପଣ୍ଡିତ ମାନେ ଉପସ୍ଥିତି ଥିଲେ।

Post a Comment