ବ୍ରହ୍ମପୁର : ବିଶିଷ୍ଟ ରାଜନେତା ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକରେ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ସଭାପତି, ନବୀନର ସମ୍ପାଦକ ଓ ବରିଷ୍ଠ ସାମ୍ବାଦିକ ରବି ରଥ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶୋକ ବାର୍ତ୍ତାରେ ଶ୍ରୀ ରଥ କହିଛନ୍ତି ଯେ ସ୍ଵର୍ଗତ ପାତ୍ର ଙ୍କ ସହ ତାଙ୍କ ସମ୍ପର୍କ 1977 ମସିହାରୁ ବ୍ରହ୍ମପୁର ଲୋକସଭା ଆସନରୁ ନିର୍ବାଚନ ଲଢ଼ିବା ସମୟରୁ। ଉଭୟେ ଦଳରେ ଏକ ସାଙ୍ଗରେ କାମ କରୁଥିଲେ ।ସ୍ଵର୍ଗତ ପାତ୍ର ସଭାପତି ଥିବା ବେଳେ ଯୁବ ଜନତା ସଭାପତି ଭାବେ ତାଙ୍କ ସହ କାର୍ଯ୍ୟ କରିବାର ସୁଯୋଗ ମିଳିଥିଲା। ସ୍ଵର୍ଗତ ପାତ୍ର ସାଧାରଣ ଜନତାଙ୍କ ସାହା ଭରଷା ଭାବେ କାର୍ଯ୍ୟ କରି ଆସୁଥିଲେ, ସବୁ ରାଜନୈତିକ ଦଳର ଲୋକଙ୍କ ପାଖରେ ସେ ପ୍ରିୟପାତ୍ର ହୋଇଥିଲେ ।ତାଙ୍କ ବିୟୋଗରେ ଗଞ୍ଜାମ ଜିଲା ଜଣେ ବରିଷ୍ଠ ରାଜନେତା ହରାଇଲା ବୋଲି ଶ୍ରୀ ରଥ କହିଛନ୍ତି ।ସ୍ଵର୍ଗତ ପାତ୍ର ଜଣେ ମାତ୍ର ନେତା ଯେ କି ଗଞ୍ଜାମ ଓ ଗଜପତିର ସମସ୍ତ ନିର୍ବାଚନ ମଣ୍ଡଳୀର ସମସ୍ତଙ୍କ ସହ ଉତ୍ତମ ସମ୍ପର୍କ ଥିଲା। ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରିବା ସହ ଶୋକ ସନ୍ତପ୍ତ ପରିବାରକୁ ଶ୍ରୀ ରଥ ସମବେଦନା ଜଣାଇଛନ୍ତି।
ବରିଷ୍ଠ ରାଜନେତା ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିୟୋଗରେ ସାମ୍ବାଦିକ ରବି ରଥଙ୍କ ଶୋକ
Chief Editor By Nirakar Sahu
0
Post a Comment