ଭଞ୍ଜନଗର(ନୀଳଚକ୍ର Live) ଭଂଜନଗର ଓକିଲ ସଂଘ ତରଫରୁ ପୂର୍ବତନ ବାଚସ୍ପତୀ ସୂର୍ଯ୍ଯନାରାୟଣ ପାତ୍ର ଙ୍କବିୟୋଗ ରେ ଶୋକ ସଭା ହୋଈଥିଲା ।ଏଥିରେ ସଭାପତି- ଅଭମନ୍ୟୁ ଗୋଡ,ଉପସଭାପତି-ରଜତ କୁମାର ଦାଶ,ସମ୍ପାଦକ-ହରେକୃଷ୍ଣ ମହାପାତ୍ର,ଉପସ୍ଥିତ ଥିଲେ ।ଉକ୍ତ ସଭାରେ ଦଣ୍ଡପାଣି ସ୍ବାଇଁ,ଦିବାକର ନାୟକ,ଅଳକା ପଟନାୟକ, ଅଶୋକ ଜେନା, ସନ୍ତୋଷ ନାୟକ,ସନ୍ତୋଷ ତିଆଡି,ମନୋଜ ପଟନାୟକ ପ୍ରମୁଖ ଓକିଲ ସ୍ବର୍ଗୀୟ ଆତ୍ମାର ସଦ୍ ଗତି ନିମନ୍ତେ ୨ ମିନଟ ଶୋକ ସଭା କରିଥିଲେ ଓ ସ୍ମୃତି ଚାରଣ କରିଥିଲେ ।ପ୍ରକାଶ ଥାଉକି ସ୍ଵର୍ଗତ ପାତ୍ର ଙ୍କ ଜନ୍ମସ୍ଥାନ ଗାଲେରୀ ହୋଇଥିବାବେଳେ,ସେ ଦୋମୁହାଣୀ ଗ୍ରାମରେ ବି.ବାଙ୍କାନିଧି ପାତ୍ରଙ୍କ ଦିତୀୟ କନ୍ୟାକୁ ବିବାହ କରିଥିଲେ।,ପରବର୍ତି ସମୟରେ ବ୍ୟବସାୟ ଉଦେଶ ରେ ତାଙ୍କ ପରିବାର ଦିଗପହଣ୍ଡି କୁ କର୍ମ ଭୂମି ଭାବେ ବାଛିଥୀଲେ ।ସେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ର ସିନେଟ ଓ ସିଣ୍ଡିକେଟ ମେମ୍ବର ମଧ୍ୟ ଥିଲେ ।
ଏହାସହ ଘାଜିଆ ବାଦ ରେ ଓକିଲ ହତ୍ୟାକାରୀ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଆଡଭୋକେଟ ପ୍ରଟୋଟେକ୍ସନ ପାଇଁ ଏକ ମେମୋରଣ୍ଡମ ଗଞ୍ଜାମ ଜିଲ୍ଳାପାଳ ଙ୍କୁ ଭଞ୍ଜନଗର ଉପଜିଲ୍ଲାପାଳଙ୍କ ମାଧ୍ୟମରେ ଦିଆ ଯାଇଛି।
Post a Comment