BREAKING
Loading...
:

ଜଗନ୍ନାଥ ପ୍ରସାଦ ବ୍ଲକ ମିଳିତ ଶିକ୍ଷକ ସଂଘ ପକ୍ଷରୁ"ଗୁରୁ ପୂଜନ ସମାରୋହ।20ଜଣ ଅବସର ଗ୍ରହଣ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ।


 ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live)ପବିତ୍ର ଗୁରୁ ଦିବସ ଅବସରରେ ଜଗନ୍ନାଥ ପ୍ରସାଦ ବ୍ଲକ ମିଳିତ ଶିକ୍ଷକ ସଂଘ ପକ୍ଷରୁ"ଗୁରୁ ପୂଜନ ସମାରୋହ"ଅବସରପ୍ରାପ୍ତ ବରିଷ୍ଠ ପ୍ରଧାନ ଶିକ୍ଷକ ପ୍ରଦୀପ୍ତ କିଶୋର ଭୂୟାଁ ଙ୍କ ସଭାପତି ତ୍ୱ ରେ ଗଣ୍ଡାଧାର ସର୍ଦାର ସଂଗ୍ରାମ ସିଂ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା।ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ପ୍ରଧା ନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ ଦାର୍ଶନିକ, ପୂର୍ବତନ ରାଷ୍ଟ୍ରପତି,ଶିକ୍ଷା ବିତ ଡକ୍ଟର ସର୍ବାପଲ୍ଲୀ ରାଧାକ୍ରିଷ୍ଣ ନ ଓ ଗଣପତି ଙ୍କ ଫୋଟୋ ରେ ପୁଷ୍ପମାଲ୍ୟ ପ୍ରଦାନ କରି ପ୍ରଦୀପ ପ୍ରଜ୍ବଳ ନ କରିଥିଲେ।ଜଗନ୍ନାଥ ପ୍ରସାଦ(ସଦର)ସି ଆର ସି ସି ଶୁଭେନ୍ଦୁ ଗୌଡ଼ ଅତିଥି ପରିଚୟ ପ୍ରଦାନ କରିଥିଲେ।


ପୂର୍ବତନ ସି ଆର ସି ସି ଜାଗାବନ୍ଧୁ ରଥ ଅତିଥି ଓ ଅବସର ଗ୍ରହଣ କରିଥିବା20ଜଣ ବରିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ପୁଷ୍ପ ଚନ୍ଦନ ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ।ଅଵସର ପ୍ରାପ୍ତ ଶିକ୍ଷୟିତ୍ରୀ ସବିତା ରଥ ଗୁରୁବନ୍ଦନା ଗାନ କରିଥିଲେ।।ମୁଖ୍ୟ ଅତିଥି ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ପ୍ରଧାନ, ସମ୍ମାନିତ ଅତିଥି ବଂଶୀଧର ନାୟକ,ଶିକ୍ଷକ ସଂଘ ପକ୍ଷରୁ ସମ୍ପାଦକ ଅନ୍ନଦା ତ୍ରିପାଠୀ, ସଭାପତି ପତିତ ପାବନ ନାୟକ,ବୁଲୁ ବେହେରା,ତାନସେନସ୍ୱାଇଁ ,ମାଧବାନନ୍ଦ ସ୍ୱାଇଁ, ଅକ୍ଷୟ କୁମାର ନାୟକ ଯୋଗ ଦେଇଥିଲେ।









ଅବସର ଗ୍ରହଣ କରିଥିବା ଶିକ୍ଷକ ବିରେନ୍ଦ୍ର ଦାଶ, ସବିତା ରଥ,କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ, ଦିବାକର ଷଡଙ୍ଗୀ,ପ୍ରମୁଖ ନିଜ ଅନୁଭୂତି ଓ ବିଭିନ୍ନ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସମାସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।ଶେଷରେ ଅବସର ଗ୍ରହଣ କରି ଥିବା ସି ଆର ସି ସି ପ୍ରଦୀପ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

Previous Post Next Post
Header ADS