BREAKING
Loading...
:

କୁମୁଣ୍ଡା ରେ "ବାବୁ ମୁଠେ ଭିକ ଦିଅ"ନାଟକ ମଞ୍ଚସ୍ଥ


ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live) ଅଗ୍ରପୁଜ୍ୟ ଗଜାନନ ଙ୍କ ପୂଜା ଉପଲକ୍ଷେ ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଅଲାଡି ଗ୍ରାମପଂଚାୟତ ଅଧୀନ କୁମୁଣ୍ଡା ନୁଆସାହି ରେ ଗ୍ରାମର ଯୁବକ ମାନଙ୍କ ଦ୍ୱାରା ସାମାଜିକ ନାଟକ ମଞ୍ଚସ୍ଥ  ହୋଇଥିଲାl ଗ୍ରାମର ଯୁବକ ମାନଙ୍କ ଦ୍ୱରା ଗଠିତ ଶ୍ରୀ ଶ୍ରୀ ମା ବୃନ୍ଦାବତୀ ନାଟ୍ୟ କଳାସଂସଦ କଳାକାର ଙ୍କ ଦ୍ୱାରା  ପରିବେଷିତ ଏହି ଅଶ୍ରୁଳ ହସକାନ୍ଦ ଭରା ସାମାଜିକ ନାଟକ ଟିକୁ ସ୍ଥାନୀୟଅଞ୍ଚଳର ପ୍ରତିଷ୍ଠିତ କଳାକାର ତଥା ଶିକ୍ଷକ ଅଜିତ କୁମାର ପଣ୍ଡା,

ବଶିଷ୍ଟ ଆଇନଯିବି ନିରାକାର ସାହୁ, ସାମ୍ବାଦିକ ଚନ୍ଦ୍ରକେତୁ ରାଉତ ଓ ପବିତ୍ର ମୋହନ ମହାପାତ୍ର ଅତିଥିଭାବେ ଯୋଗଦେଇ  ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେl ଅନ୍ୟ ମାନଙ୍କ ମଧ୍ୟରେ କଳା ସଂସଦ ସଭାପତି ଜ୍ୟୋତି ପ୍ରସାଦ ମିଶ୍ର ଙ୍କ ସଭାପତିତ୍ୱରେ ମଞ୍ଚ ଉପରେ  ଆୟୋଜିତ ଉଦଘାଟନ ଉତ୍ସବରେ ଉପସଭାପତି ମହେଶ୍ୱର ମହାରଣା, ସମ୍ପାଦକ ପ୍ରଭାକର ଗୌଡ଼, ମ୍ୟାନେଜର ପ୍ରଶାନ୍ତ କୁମାର ଗୌଡ଼, ଅଧିକାରୀ କାଶୀନାଥ ପଣ୍ଡା, ଆବାହକ ନାରାୟଣ ନନ୍ଦ, ବର୍ଷିଆନ ଗ୍ରାମ ସଭାପତି ଧୋବୀ ବେହେରା, ମଂଚାସୀନ ଥିଲେ l


ଏହି ଅଞ୍ଚଳରେ ନିରୀହ ନିଷ୍ପେସିତ, ପ୍ରତାରିତ ଦୁଖୀ ଦରିଦ୍, ଅସହାୟ  ଙ୍କୁ  ସେବାପ୍ରଦାନ କରି ଏକ  ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଥିବା ଚଢ଼ିଆପଲିସ୍ଥିତ ଗୋପବନ୍ଧୁ ଚାରିଟେବଲ ଟ୍ରଷ୍ଟର ସଭ୍ୟ ମାନଙ୍କୁ ଆତିଥ୍ୟ ପ୍ରଦାନ ପୂର୍ବକ   ଟ୍ରଫି ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା ।ବ୍ରଜବନ୍ଧୁ ମହାରଣାଙ୍କ  ଦ୍ୱାରା ନିର୍ଦ୍ଧେଷିତ ନାଟକ  "ବାବୁ ମୁଠେ ଭିକ ଦିଅ" ନାଟକ ମଞ୍ଚସ୍ଥ କରି ସମାଜକୁ ସଂସ୍କାରର  ବାର୍ତା ହୋଇଥିବା ବେଳେ ଏଥିରେ ଗ୍ରାମକଳାକାର ମାନେ ଚିତାକର୍ଷକ ଅଭିନୟ ପ୍ରଦର୍ଶନ କରି ଦର୍ଶକ ଙ୍କ ମନଜିଣିଥିଲେ l 

Post a Comment

Previous Post Next Post
Header ADS