BREAKING
Loading...
:

ଜଗନ୍ନାଥ ପ୍ରସାଦ ବ୍ଲକ ସ୍ତରୀୟ ସମିତି ସଭ୍ୟ, ସଭ୍ୟା ସଂଘ ତରଫରୁ ବିଡିଓ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ


ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live)ରାଜ୍ୟର ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥା  ରେ  ସମିତି ସଭ୍ୟ, ସଭ୍ୟା ମାନଙ୍କୁ  ଅଣଦେଖା କରାଯାଉଛି,ତେଣୁ ରାଜ୍ୟ ର ସମିତି ସଭ୍ୟ /ସଭ୍ୟା ମହାସଂଘ ଗଠନ ହୋଇ   ସେପ୍ଟେମ୍ବର 22 ତାରିଖ ଠାରୁ ଭୁବନେଶ୍ୱର ରେ ଆନ୍ଦୋଳନ ଆରମ୍ଭ କରିଛନ୍ତି ଏହା ଅକ୍ଟୋବର 4 ତାରିଖ ପର୍ଯ୍ୟନ୍ତ ଚାଲିବ।ଏହି ପରିପେକ୍ଷିରେ  ଗଂଜାମ ଜିଲ୍ଲା ର ଜଗନ୍ନାଥ ପ୍ରସାଦ ବ୍ଲକ ର 25 ଗୋଟି ଗ୍ରାମ ପଂଚାୟତ ର 25 ଜଣ ସମିତି ସଭ୍ୟ ସଭ୍ୟା ମାନଙ୍କୁ ଦେଇ ଏକ ସଙ୍ଗଠନ କରା ଯାଇ 

ସଭାପତି ଭାବେ ବ୍ଲକ ଉପାଧ୍ୟକ୍ଷ  ରଂଜିତ କୁମାର ପାତ୍ର,ଉପସଭାପତି ଭାବେ ପିଣ୍ଟୁ ପ୍ରଧାନ,ସମ୍ପାଦକ ଭାବେ ଯୁଧିଷ୍ଠିର ସେଠୀ, କୋଷାଧକ୍ଷ ଭାବେ  ସତ୍ୟବାଦୀ ନାଇକ ,ଉପଦେଷ୍ଟା ଭାବେ କିଶୋର ପ୍ରଧାନ,ବିପ୍ର ଚରଣ ବାରିକ ଓ ଆଇନ ପରାମର୍ଶ ଦାତା ଭାବେ ନୀଳାଞ୍ଚଳ ଖିଲାର  ମନୋନୀତ ହୋଇଛନ୍ତି। ଭୁବନେଶ୍ୱର ରେ ଚାଲିଥିବା ଆନ୍ଦୋଳନ ସାମିଲ ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସମିତି ସଭ୍ୟ /ସଭ୍ୟା ମାନଙ୍କ ଦାବୀ ମଧ୍ଯ ରେ ରହିଛି,,,ସରପଞ୍ଚ ଙ୍କ ଭଳି ସମସ୍ତ ପ୍ରମାଣପତ୍ରରେ ସମିତି ସଭ୍ୟ/ସଭ୍ୟାଙ୍କର ସ୍ବାକ୍ଷର ରହିବାର ବ୍ୟବସ୍ତା କରାଯାଉ ଓ ସମିତି ସଦସ୍ୟ/ସଦସ୍ୟା ଭାବେ ବିଜୟୀ ପରେ ଏକ ବିଜୟୀ ପ୍ରମାଣପତ୍ର ଜିଲ୍ଲାପାଳଙ୍କ ଦ୍ବାରା ପ୍ରଦାନ କରାଯାଉ।ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କାର୍ଯ୍ୟରେ ସ୍ଵଚ୍ଚତା ଆଣିବା ପାଇଁ ସମିତି ସଭ୍ୟ/ସଭ୍ୟା ମାନଙ୍କର କାଉଂଟର ସାଇନ୍‌ର ବ୍ୟବସ୍ତା ରଖିବା ସଙ୍ଗେ ସଙ୍ଗେ ବ୍ଲକ କୁ ଆସୁଥ‌ିବା ସମିତି ପାଂଠିର ବିଲ୍ ସମ୍ବନ୍ଧେ ସମିତି ସଭ୍ୟ/ସଭ୍ୟ ମାନଙ୍କର କାଉଂଟର ଦସ୍ତଖତ ରଖାଯାଉ।





ସମିତି ସଭ୍ୟ/ ସଭ୍ୟା ପାଂଠି ବାର୍ଷିକ ୨୦ ଲକ୍ଷ ଟଙ୍କା ପଯ୍ୟନ୍ତ ରଖା ଯାଉ ।ପ୍ରତି ପଂଚାୟତରେ ସମିତି ସଭ୍ୟ/ ସଭ୍ୟା ମାନଙ୍କ ପାଇଁ ଏକ ଅଫିସ୍ ଗୃହ ଓ ନାମ ଫଳକ ଲଗାଇବାର ବ୍ୟବସ୍ଥା କରାଯାଉ ।.ଗ୍ରାମ ପଂଚାୟତର ସମସ୍ତ ବୈଠକରେ ସମିତି ସଦସ୍ୟ/ସଦସ୍ୟାଙ୍କ ର ଯୁଗ୍ମ ସ୍ବାକ୍ଷର ବ୍ୟବସ୍ଥା କରାଯାଉ ।ସରକାରଙ୍କ ଯେ କୌଣସି ଉନ୍ନୟନମୂଳକ କାର୍ଯ୍ୟ ହେଉଛି ତାର ଚିଠିର ନକଲ ସମିତି ସଭ୍ୟ/ସଭ୍ୟା ଙ୍କୁ ଦିଆଯାଉ ।ସମିତି ବୈଠକରେ ସମିତି ସଭ୍ୟ/ ସଭ୍ୟାମାନେ ହିଁ କେବଳ ସ୍ଥାୟୀ ସଦସ୍ୟ ରହିବା ଦରକାର।ଅନାସ୍ଥା ଭୋଟରେ କେବଳ ସମିତି ସଭ୍ୟମାନେ ଭୋଟଦେବାର ଅଧିକାର ରହିବା ଦରକାର ।ସମିତି ସଭ୍ୟ/ସଭ୍ୟ ମାନଙ୍କ ମାସିକ.୨୦ ହଜାର-ପ୍ରୋତ୍ସାହନ ରାଶି ଆକାରରେ ଓ ୫ ବର୍ଷ କାର୍ଯ୍ୟକାଳ ଶେଷ ପରେ ମାସିକ ୧୦ ହଜାର ଅବସର କାଳୀନ ସହାୟତା ରାଶୀର ବ୍ୟବସ୍ଥା କରାଯାଉ। ସମତି ସଭ୍ୟ/ ସଭ୍ୟା ମାନଙ୍କ ପାଇଁ ୧୦ଲକ୍ଷ ଟଙ୍କା ର ଜୀବନ ବୀମା ସହିତ.୧୦ଲକ୍ଷ ଟଙ୍କାର ସ୍ବାସ୍ଥ୍ୟବୀମାର ବ୍ୟବସ୍ଥା କରାଯାଉ  ବୋଲି ଜଗନ୍ନାଥ ପ୍ରସାଦ ଗୋଷ୍ଠି ଉନ୍ନୟନ ଅଧିକାରୀ  ଅନୁପ ପଣ୍ଡା ଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟ ରେ ଏକ ୧୨ ଦଫା  ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି । ଏହାର  ଅବିକଳ ନକଲ ସ୍ଥାନୀୟ ମାନ୍ୟବର ବିଧାୟକ ତଥା ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ,  ମାନ୍ୟବର ମୁଖ୍ୟ ସାଶନ ସଚିବ, ଓଡ଼ିଶା ଓ ମାନ୍ୟବର ସଚିବ5T,ଙ୍କୁ ବିହିତ କାର୍ଯ୍ୟାନୁଷ୍ଠାନ ସଂପର୍କେ ପ୍ରେରଣ କରାଯାଇଛି।

Post a Comment

Previous Post Next Post
Header ADS