BREAKING
Loading...
:

କଲେଜ ସ୍ତରୀୟ ସାଂସ୍କୃତିକ ଓ କ୍ରୀଡ଼ା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ


ଜଗନ୍ନାଥ ପ୍ରସାଦ:(ନୀଳଚକ୍ର Live)- ୧୬.୧୦.୨୦୨୩ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଡ଼ିଗ୍ରୀ କଲେଜ ପରିସରରେ ଉଚ୍ଚ ଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ସହାୟତାରେ କଲେଜ ସ୍ତରୀୟ ସାଂସ୍କୃତିକ ଓ କ୍ରୀଡ଼ା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାଂସ୍କୃତିକ ବିଭାଗର ବିଭିନ୍ନ ପ୍ରତିଯୋଗିତାକୁ କଲେଜ ଅଧ୍ୟକ୍ଷ ଶ୍ରୀଯୁକ୍ତ ସନାତନ ସାହୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ସେମାନଙ୍କର ସାଂସ୍କୃତିକ ପ୍ରତିଭା ଓ କଳା ପଦର୍ଶନ କରିଥିଲେ । ସଙ୍ଗୀତ, କବିତା ଆବୃତ୍ତି, ନୃତ୍ୟ, ବାଦ୍ୟଯନ୍ତ୍ର ବାଦନ, ଏକକ ଅଭିନୟ, ପ୍ରବନ୍ଧ ଲିଖନ, ତର୍କ, ସମ୍ମିଳିତ ନୃତ୍ୟ ଓ ଅଭିନୟ ପରିବେଷଣ କରିଥିଲେ । ବିଚାରକ ଭାବେ ଅଧ୍ୟାପକ ଡଃ ବିନୋଦ କୁମାର ଦାଶ, ଡ଼ଃ ପ୍ରମୋଦ କୁମାର ଚୌଧୁରୀ, ଅଧ୍ୟାପକ ଶ୍ରୀଯୁକ୍ତ ନିରଞ୍ଜନ ଶତପଥୀ, ଶ୍ରୀଯୁକ୍ତ ବିଭୂତି ଭୂଷଣ ପ୍ରଧାନ, ଶ୍ରୀ ବିରଞ୍ଚି ନାରାୟଣ ପ୍ରଧାନ,ଶ୍ରୀ ପଞ୍ଚାନନ ପଲାଇ, ଶ୍ରୀ ଶ୍ରୀକାନ୍ତ ପାତ୍ର, ଅଧ୍ୟାପିକା ଶ୍ରୀମତୀ ସୁଚରିତା କର ଓ ସୁଶ୍ରୀ ସୁନିତା ବିଷୋୟୀ ବିଚାରକ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ । ଏହି କାର୍ଯ୍ୟକ୍ରମ ତା-୧୨.୧୦.୨୦୨୩ ରିଖ ଠାରୁ ୧୩.୧୦.୨୦୨୩ ରିଖ ଦୁଇ ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ତା-୧୬.୧୦.୨୦୨୩ ଦିନ ଆଞ୍ଚଳିକ ଡ଼ିଗ୍ରୀ କଲେଜ, ଜଗନ୍ନାଥ ପ୍ରସାଦ କଲେଜ ଖେଳ ପଡିଆ ଠାରେ ଉଚ୍ଚ ଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ସହାୟତାରେ କଲେଜ ସ୍ତରୀୟ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପୁବାହ୍ନ ରେ ଆରମ୍ଭ ହୋଇଥିବା ଏହି କ୍ରୀଡ଼ା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମକୁ ଆଞ୍ଚଳିକ ଡ଼ିଗ୍ରୀ କଲେଜ ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ ବେଣୁଧର ସାବତ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । କଲେଜ ଅଧ୍ୟକ୍ଷ ଶ୍ରୀଯୁକ୍ତ ସନାତନ ସାହୁଙ୍କ ପ୍ରତେକ୍ଷ ତତତ୍ଵାବଧାନରେ ଏହି କ୍ରୀଡ଼ା କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ବିଭିନ୍ନ ବର୍ଗର ନିଜର କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରି ପ୍ରତିଭାର ପରିଚୟ ଦେଇଥିଲେ ଓ କଲେଜର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଏଥିରେ ବିଚାରକ ଭୂମିକା ଗ୍ରହଣ କରିଥିଲେ । ୧୦୦,୨୦୦,୪୦୦ ମିଟର ଦୌଡ଼, ଉଛ ଡ଼ିଆଁ, ଲମ୍ଭା ଡିଆଁ, ସର୍ଟଫୁଟ୍ ଥ୍ରୋ, ଯାଭଲିନି ଥ୍ରୋ, ଦିସ୍କସ ଥ୍ରୋ, କେରମ୍ , ଚେଶ୍ ଇତ୍ୟାଦି କ୍ରୀଡ଼ା ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗିତାରେ  ପ୍ରଥମ ହୋଇଥିବା ଛାତ୍ରଛାତ୍ରୀ ମାନେ ବିଶ୍ଵ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାରେ ନଭେମ୍ବର ମାସର ପ୍ରଥମ ସପ୍ତାହରେ ଅଂଶ ଗ୍ରହଣ କରିବେ ବୋଲି ଅଧ୍ୟକ୍ଷ ସମସ୍ତଙ୍କୁ କହିଥିଲେ । ଏହି କାର୍ଯ୍ୟକ୍ରମକୁ ଗ୍ରନ୍ଥା ଗାରିକ ଶ୍ରୀଯୁକ୍ତ ରଘୁନାଥ ପାଣି, ଡି.ଇ.ଓ ସରୋଜ କୁମାର ନାୟକ ଓ ସ୍ବେଚ୍ଛାସେବୀ ଶୋଭନ ସାହୁ, ଖିରୋଧ ପ୍ରଧାନ, କାମେଶ୍ୱର ଗୌଡ଼, ଫକିର ମୋହନ ସେନାପତି, ପି କ୍ରିଷ୍ଣା ରାଓ, ନୀଳାଞ୍ଚଳ ପ୍ରଧାନ, ଚନ୍ଦନ ପ୍ରଧାନ, ଓମ୍ ପ୍ରକାଶ ପ୍ରଧାନ, ରାଜେନ୍ଦ୍ର ନାୟକ, ଆଶିଷ ପାଢ଼ୀ, ଭାରତୀ ବେହେରା, ସରିତା ନାୟକ, ସୁଜାତା ପ୍ରଧାନ, ଲିଜା ସେଠି, ମନସ୍ଵିନୀ ବେହେରା, ସୋନୁ ବେହେରା, ସୋନାଲି ପ୍ରଧାନ ସହଯୋଗ କରିଥିଲେ ।

Post a Comment

Previous Post Next Post
Header ADS