BREAKING
Loading...
:

ଛାତ୍ର ମଙ୍ଗୁଳୁ ସେଠୀ ର ଆଖିର ଉଚ୍ଚ ଚିକିତ୍ସା ପାଇଁ ନିବେଦନ


ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live)-ଗଂଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଅଜ୍ଞାପ୍ରସାଦ ପ୍ରାଥମିକ ବିଦ୍ୟାଳୟର ରେ ଷଷ୍ଠ ଶ୍ରେଣୀ ରେ ପଢୁ ଥିବା ମଙ୍ଗୁଳୁ ସେଠି ର ଗୋଟିଏ ଆଖି ଜନ୍ମ ରୁ ବିକୃତ ହୋଇ ଯାଇଛି।ସେ ଠିକ ରେ କଥା ଭି କଥା ହେଇ ପାରୁନାହିଁ। ସେ କହୁଥିବା କଥା କୁ ବୁଝିବା  ବହୁତ କଷ୍ଟ  ତାର ସାଙ୍ଗ ସାଥି ହିଁ ଅନ୍ଦାଜ ଲଗେଇ ବୁଝି ପାରୁ ଛନ୍ତି।  ଜଗନ୍ନାଥ ପ୍ରସାଦ ବିଇଓ କାର୍ଯ୍ୟାଳୟ ରେ ସୁରଭି କାର୍ଯ୍ୟକ୍ରମ ଚାଲିଥିବା ବେଳେ ଆମ ଚାନେଲ ମୁଖ୍ୟ ନିରାକାର ସାହୁ  ଉକ୍ତ ଛାତ୍ର ମଙ୍ଗୁଳୁ ସେଠି କୁ ଦେଖି ଥିଲେ।

ତାର ଆଖି କଣ ପାଇଁ ଏପରି ହେଇଛି ବୋଲି ପଚାରି ବାରୁ ସେ ଯାହା କହିଲା ତାହା ବୁଝିବା ସମ୍ଭବପର ନଥିଲା।
ଶ୍ରୀ ସାହୁ ଉକ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ନାୟକ ଓ କିଛି ଛାତ୍ର ଛାତ୍ରୀ ଙ୍କୁ ପଚାରିବାରୁ ମଙ୍ଗୁଳୁ କହୁ ଥିବା କଥା ବୁଝି ହେଲା।ପ୍ରଧାନ ଶିକ୍ଷକ ଶ୍ରୀ ନାୟକ ଙ୍କ କହିବା ଅନୁଯାୟୀ ଛାତ୍ର ମଙ୍ଗୁଳୁ ସେଠି ତାଙ୍କ ବିଦ୍ୟାଳୟ ଅଜ୍ଞାପ୍ରସାଦ pups ରେ ଷଷ୍ଠ ଶ୍ରେଣୀ ରେ ପଢେ ,ତା ବାପ ଙ୍କ ନାମ ଟୁକୁ ସେଠି, ଗ୍ରାମ ଅଜ୍ଞାପ୍ରସାଦ, ବ୍ଲକ ଜଗନ୍ନାଥ ପ୍ରସାଦ ,ଜିଲ୍ଲା ଗଂଜାମ।ଛାତ୍ର ର ଚିକିତ୍ସା ପାଇଁ ଚେଷ୍ଟା କରା ଯାଇଛି, କିନ୍ତୁ ତାର ଉଚ ଚିକିତ୍ସା କରାଯିବ ସହ ଵିକୃତ ଆଖି ଓ ମୁହଁ ର ପ୍ଲାଷ୍ଟିକ ଉର୍ଜେରୀ କରା ଗଲେ ଛାତ୍ର ଟି ସଠିକ ହୋଇ ପାରିବ ବୋଲି ମତ ବ୍ୟକ୍ତ କରିଛନ୍ତି।ଛାତ୍ର ର ପରିବାର ଗରିବ ହୋଇ ଥିବା ରୁ ସରକାର ଙ୍କ ତରଫରୁ ସମସ୍ତ ଉଚ ମାନର ଚିକିତ୍ସା ର ଆବଶ୍ୟକ ବୋଲି ପ୍ରଧାନ ଶିକ୍ଷକ ଶ୍ରୀ ନାୟକ କହିଛନ୍ତି

Post a Comment

Previous Post Next Post
Header ADS