BREAKING
Loading...
:

ଜଗନ୍ନାଥ ପ୍ରସାଦ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ


ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live)- 09/10/2023 ରିଖ ଦିନ ଜଗନ୍ନାଥ ପ୍ରସାଦ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ ଓଡିଶା ମିଲେଟସ ୨୦୨୩ ପ୍ରତିଯୋଗିତା କାର୍ଯ୍ୟକ୍ରମ ଏନ. ପି. ନୋଡାଲ ଉଚ୍ଚ ବିଦ୍ୟାଳୟ, ଜଗନ୍ନାଥ ପ୍ରସାଦ ପରିସର ରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ କୁ ଅନୁଷ୍ଠାନିକ ଭାବରେ ଜଗନ୍ନାଥ ପ୍ରସାଦ ଗୋଷ୍ଠୀ ଶିକ୍ଷା ଅଧିକାରୀକାରିଣୀ  ସୁଶ୍ରୀ କଲ୍ୟାଣୀ ପାଢ଼ୀ ଉଦଘାଟନ କରିଥିଲେ। 

ମୁଖ୍ୟ ଅତିଥି ରୂପେ ଜଗନ୍ନାଥ ପ୍ରସାଦ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ରଶ୍ମିତା କୁମାରୀ ସେଠୀ, ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ସିମାଞ୍ଚଳ ଜାନି,



ସଂମାନୀୟ ଅତିଥି ଭାବେ ସାମ୍ବାଦିକ ତଥା ଆଇନଜୀବୀ ଶ୍ରୀ ନିରାକାର ସାହୁ, ନିତ୍ୟାନନ୍ଦ ପଣ୍ଡା ନୋଡାଲ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ସୋମନାଥ ବେହେରା ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ଜଗନ୍ନାଥ ପ୍ରସାଦ ସି .ଆର  ସି .ସି- ଶ୍ରୀ ଶୁଭେନ୍ଦୁ କୁମାର ଗୌଡ଼ ସଂଯୋଜନା କରିଥିବା ବେଳେ ପ୍ରଧାନ ଶିକ୍ଷକ ଶ୍ରୀ ଅଶୋକ କୁମାର ପାଢ଼ୀ ମଞ୍ଚ ପରିଚାଳନା କରିଥିଲେ।











କାର୍ଯ୍ୟକ୍ରମ ରେ ଶିକ୍ଷକ ଶ୍ରୀ ରାମନାଥ ଶିଖର, କୁନା ପାଣିଗ୍ରାହୀ, ଅନିଲ କୁମାର ପ୍ରଧାନ, ତରଣୀସେନ ଗୌଡ଼, ମନୋରଞ୍ଜନ ସେଠୀ, କୈଳାଶ ନାଇକ, ରଂଜିତା କୁମାରୀ ପତି,ମମତା ଭୂୟାଁ,ଜସ୍ମିନ ତ୍ରିପାଠୀ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।ବିଭିନ୍ନ ପ୍ରତିଯୋଗିତା ସହ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶେଷରେ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା.

Post a Comment

Previous Post Next Post
Header ADS