ଗଞ୍ଜାମ (ନୀଳଚକ୍ର Live) ଗଞ୍ଜାମ ର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଦିଗଦର୍ଶନ ଫାଉଣ୍ଡେସନ ଏବଂ ଭୁବନେଶ୍ୱର ନିଶିଗନ୍ଧା ଭାଷା ପ୍ରତିଷ୍ଠାନର ମିଳିତ ଆନୁକୂଲ୍ୟରେ ଆସନ୍ତା 26 ତାରିଖରେ ଜିଲ୍ଲା ସ୍ତରୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ଏଥିପାଇଁ ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିଅମ ଠାରେ ବୁଧବାର ଏକ ପାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ଦିଗଦର୍ଶନ ଫାଉଣ୍ଡେସନ ନିର୍ଦ୍ଦେଶକ ଉମାକାନ୍ତ ବେହେରା ଅଧକ୍ଷତା କରିଥିଲେ l ଗଞ୍ଜାମ କଳା ସଂସ୍କୃତିକ ମଞ୍ଚ ସଭାପତି ଶବର କୁମାର ତରାଇ, ମ୍ୟାନେଜର ଗୋବିନ୍ଦ ରେଡ଼ି, ଉପଦେଷ୍ଟା ସୁଧୀର କୁମାର ପାଢ଼ୀ, ଯୁବ ସଂଗଠକ ରାକେଶ ରଞ୍ଜନ ଦାସ,ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ପ୍ରତିଷ୍ଟାତା ବଳରାମ ତରାଇ, ପ୍ରେସ କ୍ଳବ ସମ୍ପାଦକ ବିଦ୍ୟାଧର ସାହୁ, ଫାଉଣ୍ଡେସନ ଉପସଭାପତି ରାକେଶ କୁମାର ନାୟକ, ସମ୍ପାଦିକା ବିଜୟଲକ୍ଷ୍ମୀ ମହାଙ୍କୁଡ, ସହସଂପାଦକ ସୁଦର୍ଶନ ପାଢ଼ୀ, ସଦସ୍ୟ ସୁନୀଲ କୁମାର ବେହେରା, ପ୍ରଦୀପ କୁମାର ପଣ୍ଡା, ବଟକୃଷ୍ଣ ରାଉଳ,କେ.ରଜନୀକାନ୍ତ ରେଡ଼ି, ପପୁ ପଣ୍ଡା, ଋତୁରାଜ ମହାପାତ୍ର, ମିଥୁନ ବାରିକି ପ୍ରମୁଖ ଉପସ୍ଥିତ ଥିଲେ l ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକ ଏବଂ ସ୍ଥାନୀୟ ଅଞ୍ଚଳର ଲୋକକଳା,ଏକକ,ଦଳଗତ ନୃତ୍ୟ ପ୍ରଦର୍ଶନ ପାଇଁ ଲୁକାୟିତ ଯୁବ ପ୍ରତିଭା ମାନଙ୍କୁ ସୁଯୋଗ ଦିଆଯିବ l l ଏଥିପାଇଁ ଗୁରୁବାର ଠାରୁ ଅନଲାଇନରେ କଳାକାର ମାନେ ନିଜ ଗ୍ରୁପ ଓ ନାମ ପଞ୍ଜିକରଣ କରିପାରିବେ l ତତ ସଙ୍ଗେ ସଙ୍ଗେ ଅଫ ଲାଇନରେ ମଧ୍ୟ ସିଧା ସଳଖ ଅନୁଷ୍ଠାନ ସହ ଯୋଗାଯୋଗ କରି ନିଜ ଗ୍ରୁପର ନାମ ପଞ୍ଜିକରଣ କରିଥିଲେ l କାର୍ଯ୍ୟକ୍ରମରେ ଅତିଥି ବିଷୟ, ଷ୍ଟେଜ, ଲାଇଟ ଏଣ୍ଡ ସାଉଣ୍ଡ ଏବଂଆଇନ ଶୃଙ୍ଖଳା ଆଦି ଉପରେ ଆଲୋଚନା ହୋଇଥିଲା l
ଜିଲ୍ଲା ସ୍ତରୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ପ୍ରାକ ପ୍ରସ୍ତୁତି ବୈଠକ
Chief Editor By Nirakar Sahu
0
Post a Comment