BREAKING
Loading...
:

ଆଞ୍ଚଳିକ ଡ଼ିଗ୍ରୀ କଲେଜରେ ସମ୍ବର୍ଦ୍ଧନା ଉତ୍ସବ


ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live) ୦୧.୧୧.୨୦୨୩ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଡ଼ିଗ୍ରୀ କଲେଜ ପରିସରରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବକୁ ଅଧ୍ୟକ୍ଷ ଶ୍ରୀଯୁକ୍ତ ସନାତନ ସାହୁ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ । ଛାତ୍ରୀ ତପସ୍ଵିନୀ ସେଠି ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ସିଣ୍ଡିକେଟ ସଦସ୍ୟ ଭାବେ ଅଧ୍ୟକ୍ଷ ଶ୍ରୀଯୁକ୍ତ ସନାତନ ସାହୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟକୁ ମନୋନୀତ ହୋଇଥିବାରୁ କଲେଜର ଅଧ୍ୟାପକ/ଅଧ୍ୟାପିକା, କର୍ମଚାରୀ ବୃନ୍ଦ ଓ ଛାତ୍ରଛାତ୍ରୀ ଗଣ ପୁଷ୍ପଗୁଛ ଓ ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ ।



ଆଇ.କ୍ୟୁ.ଏସି. ସଂଯୋଜକ ଡ଼ଃ ପ୍ରମୋଦ କୁମାର ଚୌଧୁରୀ ତାଙ୍କ ସଂକ୍ଷିପ୍ତ ଭାଷଣରେ ଅଧ୍ୟକ୍ଷଙ୍କ ଦୃଢ଼ ନେତୃତ୍ୱ କାର୍ଯ୍ୟ ଧାରା ଯୋଗୁଁ କଲେଜ ଗୋଟିଏ ପରେ ଗୋଟିଏ ସୋପାନ ଅତିକ୍ରମ କରିବାରେ ସମର୍ଥ ହୋଇପାରିଛି ଉଲ୍ଲେଖ କରିଥିଲେ । ଅର୍ଥନୀତି ବିଭାଗୀୟ ମୁଖ୍ୟ ଡ଼ଃ ବିନୋଦ କୁମାର ଦାଶ ସିଣ୍ଡିକେଟ ସଦସ୍ୟ ଭାବେ ଅଧ୍ୟକ୍ଷ ମନୋନୀତ ହେବା ଅଞ୍ଚଳ ବାସୀଙ୍କ ପାଇଁ ଗର୍ବ ଓ ଗୌରବ ବିଷୟ ବୋଲି ମତ ପ୍ରଦାନ କରିଥିଲେ ।




ଓଡ଼ିଆ ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ନିରଞ୍ଜନ ଶତପଥୀ ତାଙ୍କ ବକ୍ତବ୍ୟରେ ୨୭ ବର୍ଷର ସଂଘର୍ଷ ଘାତ ପ୍ରତିଘାତ ମଧ୍ୟରେ କଲେଜ ଆଜି ଯେଉଁ ସ୍ତରରେ ପହଞ୍ଚି ପାରିଛି ତାହା କେବଳ କଲେଜ ଅଧ୍ୟକ୍ଷଙ୍କ ବଳିଷ୍ଠ ନେତୃତ୍ବ, ଏକ ନିଷ୍ଠତା ଯୋଗୁଁ ସମ୍ଭବ ହୋଇ ପାରିଛି ଏବଂ ଏହି କାର୍ଯ୍ୟ ଧାରା ପ୍ରତି ସମସ୍ତ କର୍ମଚାରୀ ଅନୁପ୍ରାଣିତ ହେବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ । ଅଧ୍ୟାପକ ଶ୍ରୀ ଶ୍ରୀକାନ୍ତ ପାତ୍ର ବଳିଷ୍ଠ ବ୍ୟକ୍ତିତ୍ଵ ଶ୍ରୀଯୁକ୍ତ ସାହୁଙ୍କ ପ୍ରେରଣା ମୋ ଜୀବନର ଧେୟ ବୋଲି ମତବ୍ୟକ୍ତ କରିଥିଲେ । ଅଧ୍ୟାପିକା ସୁଶ୍ରୀ ସୁନିତା ବିଷୋୟୀ କଲେଜ ପ୍ରତ୍ୟେକ ସ୍ତରରେ ସୁନାମ ଅର୍ଜନ କରିବା ମୋତେ ଅଭିଭୂତ କରିଛି ଏହାକୁ ପାଥେୟ କରି ଆଗକୁ ଅଗ୍ରସର ହେବି ବୋଲି କହିଥିଲେ । ସମ୍ବର୍ଦ୍ଧନା ସଭାରେ ଅଧ୍ୟାପକ ଶ୍ରୀ ବିରଞ୍ଚି ନାରାୟଣ ପ୍ରଧାନ, ଅଧ୍ୟାପିକା ଶ୍ରୀମତୀ ସୁଚରିତା କର, ଗ୍ରନ୍ଥାଗାରିକ ଶ୍ରୀଯୁକ୍ତ ରଘୁନାଥ ପାଣି, ଡି.ଈ.ଓ ସରୋଜ କୁମାର ନାୟକ ଅଧ୍ୟକ୍ଷକୁ ସମ୍ବର୍ଦ୍ଧିତ କରି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅନ୍ତିମ ସୋପାନରେ ଇତିହାସ ଅଧ୍ୟାପକ ଶ୍ରୀଯୁକ୍ତ ବିଭୂତି ଭୂଷଣ ପ୍ରଧାନ ସଭାର ସଫଳତା ପାଇଁ ଉପସ୍ଥିତ ଅଧ୍ୟାପକ/ଅଧ୍ୟାପିକା କର୍ମଚାରୀ ବୃନ୍ଦ ଓ ଛାତ୍ରଛାତ୍ରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଲୁମିନି ସମ୍ପାଦକ ବିଭୂତି ଭୂଷଣ ନାୟକ ଓ ପୁରାତନ ଛାତ୍ର ଆଲୋକ ଦାଶ ସମେତ ସ୍ବେଚ୍ଛାସେବୀ ବାନାମ୍ୱର ଡାକୁଆ, ଶୋଭନ ସାହୁ, ରାଜେନ୍ଦ୍ର ନାୟକ, ସାଇ ସମର୍ଥ ସାଥୁଆ, କାମେଶ୍ୱର ଗୌଡ଼, ଓମ୍ ପ୍ରକାଶ ପ୍ରଧାନ, ନିଳାଞ୍ଚଳ ପ୍ରଧାନ, ଆଶିଷ ପାଢ଼ୀ, ମନସ୍ଵିନୀ ବେହେରା, ଭବାନୀ ଗୌଡ଼, ସ୍ବପ୍ନା ରାଣୀ ପାତ୍ର, ଲିଜା ସେଠି, ଜ୍ୟୋତି ପ୍ରଧାନ, ପୂଜା ସେଠି, ମଧୁସ୍ମିତା ପ୍ରଧାନ, ତୁଳସୀ ପ୍ରଧାନ, ସୋନୁ ବେହେରା, ମୌସୁମୀ ସାଥୁଆ, ଶୁଭଲକ୍ଷ୍ମୀ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।

Post a Comment

Previous Post Next Post
Header ADS