BREAKING
Loading...
:

ନୂଆ ଓଡ଼ିଶା, ଯୁବ ଓଡ଼ିଶା ଓ ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ


ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live)ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଡ଼ିଗ୍ରୀ କଲେଜ ପରିସରରେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ତରଫରୁ ନୂଆ ଓଡ଼ିଶା, ଯୁବ ଓଡ଼ିଶା ଓ ନବୀନ ଓଡ଼ିଶା କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ସନାତନ ସାହୁ ଏହି କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ । ପ୍ରଥମେ ରଙ୍ଗମଞ୍ଚରେ ଏକକ ଅଭିନୟ, ମୁକ ଅଭିନୟ ଓ ବ୍ୟଙ୍ଗ ଅଭିନୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପରେ କ୍ରୀଡ଼ା ପ୍ରତଯୋଗିତାରେ ଭାଗ ନେଇଥିବା କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ କଲେଜ ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ ବେଣୁଧର ସାବତ, ମୂଖ୍ୟ ବକ୍ତା ଭାବେ ଜଗନ୍ନାଥ ପ୍ରସାଦ ବ୍ଲକ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ରଞ୍ଜିତ କୁମାର ପାତ୍ର, ସମ୍ମାନିତ ଅତିଥି ଭାବେ ଜଗନ୍ନାଥ ପ୍ରସାଦ ସମିତି ସଭ୍ୟ ଶ୍ରୀଯୁକ୍ତ ଯୁଧିଷ୍ଟିର ସେଠୀ, କଲେଜ ଆଲୁମିନି ସଭାପତି ଶ୍ରୀ ମାନସ ରଞ୍ଜନ ପରିଛା, ଆଲୁମିନି ସମ୍ପାଦକ ଶ୍ରୀ ବିଭୂତି ଭୂଷଣ ନାୟକ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ ।

ବିଭିନ୍ନ ପର୍ଯ୍ୟାୟରେ ଅନୁଷ୍ଠିତ ପ୍ରତିଯୋଗିତାରେ ବିଚାରକ ଭାବେ ଅଧ୍ୟାପକ ଡଃ ପ୍ରମୋଦ କୁମାର ଚୌଧୁରୀ, ଅଧ୍ୟାପକ ଶ୍ରୀଯୁକ୍ତ ନିରଞ୍ଜନ ଶତପଥୀ, ଶ୍ରୀଯୁକ୍ତ ବିଭୂତି ଭୂଷଣ ପ୍ରଧାନ ଉପସ୍ଥିତ ରହି ଯୋଗ୍ୟ ପ୍ରତିଯୋଗୀଙ୍କୁ ଚୟନ କରିଥିଲେ । ବିଭିନ୍ନ ପ୍ରତିଯୋଗିତାକୁ ସାଂସ୍କୃତିକ ସଂଯୋଜକ ଅଧ୍ୟାପକ ଡ଼ଃ ବିନୋଦ କୁମାର ଦାଶ, ଶ୍ରୀ ବିରଞ୍ଚି ନାରାୟଣ ପ୍ରଧାନ, ଶ୍ରୀ ଶ୍ରୀକାନ୍ତ ପାତ୍ର , ଡି.ଈ.ଓ ସରୋଜ କୁମାର ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସ୍ବେଚ୍ଛାସେବୀ  ସରିତା ନାଇକ, ଲିଜା ସେଠି, ସୋଭନ ସାହୁ, ରାଜେନ୍ଦ୍ର ନାୟକ, ଆଶିଷ ପାଢ଼ୀ, ଓମ୍ ପ୍ରକାଶ ପ୍ରଧାନ, ନୀଳାଞ୍ଚଳ ପ୍ରଧାନ, ଚନ୍ଦନ ଗୌଡ଼, ପି କ୍ରିଷ୍ଣା ରାଓ, କାମେଶ୍ୱର ଗୌଡ଼, ସୋନୁ ବେହେରା, ରାକେଶ ସେଠୀ ପ୍ରମୁଖ ସହଯୋଗ କରିଥିଲେ

Post a Comment

Previous Post Next Post
Header ADS