BREAKING
Loading...
:

ସର୍ବୋତ୍ତମ ସୋସିଆଲ ଅର୍ଗାନାଇଜେସନ ଓ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ତରଫରୁ ବିଶାଳ ବୃକ୍ଷ ରୋପଣ କାର୍ଯ୍ୟକ୍ରମ


ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live)ସର୍ବୋତ୍ତମ ସୋସିଆଲ ଅର୍ଗାନାଇଜେସନ  ଓ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ମିଳିତ ସହଯୋଗରେ ଆୟୋଜିତ ବିଶାଳ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଗଞ୍ଜାମ ସ୍ଥିତ ବିଭିନ୍ନ ବିଦ୍ୟାଳୟ ରେ ଯଥା ଜଗନ୍ନାଥପ୍ରସାଦ ଧରଣୀଧର ଉଚ୍ଚ ବିଦ୍ୟାଳୟ , ବରଗାଁ , ସର୍ଦ୍ଦାର ସଂଗ୍ରାମ ସିଂହ ଉଚ୍ଚ ବିଦ୍ୟାଳୟ ଓ C.S.A. Nodal High school ପରିସର ରେ ପ୍ରାୟ ୧୦୦୦ ରୁ ଉର୍ଦ୍ଧ ବିଭିନ୍ନ ପ୍ରଜାତିର ବୃକ୍ଷ ଯଥା - ଲିମ୍ୱ, କରଞ୍ଜ, କୃଷ୍ଣଚୂଡ଼ା, ପିଜୁଳି, ଆମ୍ବ, ଅର୍ଜୁନ, ଜାମୁ ଆଦି ରୋପଣ କାର୍ଯ୍ୟକ୍ରମ କରାଯାଇଛି l ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ sbi bank ଆସ୍କା ର regional manager miss ଜ୍ୟୋତ୍ସ୍ନା ରାଣୀ ମହାରଣା,Biswapriya Behera (Bm) Sbi Jagannathprasad,Pritish ranjan Acharya (CBO) SBI Jnp,Satya Narayan Tudu (BM) SBI Belagunta ସର୍ବୋତ୍ତମ ସୋସିଆଲ ଅର୍ଗାନାଇସେସନ ର ସମ୍ପାଦିକା ସୁଶ୍ରୀ ଶ୍ରାବଣୀ ରାୟ , ଲୋକ ସଂପର୍କ ଅଧିକାରୀ ପ୍ରମୋଦ କୁମାର ସାହୁ  ବିଦ୍ୟାଳୟର ପ୍ରଧାନ ଶିକ୍ଷକ କେଦାରନାଥ ସାମଲ ଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନେ  ପ୍ରମୁଖ ଯୋଗଦାନ କରିଥିଲେ l ପ୍ରଥମେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ପରିବେଶ ସୁରକ୍ଷା ଓ ବୃକ୍ଷ ରୋପଣ ର ଆବଶକ୍ୟତା ଓ ଉପକାରିତା ବିଷୟରେ ଏକ ସଚେତନତା ସଭା ଆୟୋଜନ କରାଯାଇଥିଲା l ବିଶ୍ଵରେ ଯେଭଳି ଦୃତ ଶିଳ୍ପାୟନ ତଥା ବିକାଶ ମୂଳକ ଯୋଜନା ଦ୍ଵାରା ଅବିଚାରିତ ଜଙ୍ଗଲ ଅପସାରଣ ହୋଇ ଚାଲିଛି ଏବମ୍ ବିଶ୍ଵ ତାପନ ଓ ଜଳବାୟୁ ପରିବର୍ତ୍ତନ ଭଳି  ସମସ୍ୟା ଦେଖା ଦେଉଛି, ଜୈବ ବିଭିନ୍ନତାରେ ହ୍ରାସ ଘଟୁଛି ତାହାର ସମାଧାନ  ପାଇଁ ବ୍ୟାପକ ବୃକ୍ଷ ରୋପଣ ଏବମ୍ ଜଙ୍ଗଲ ସୃଷ୍ଟି କରିବା ନିତାନ୍ତ ଜରୁରୀ ହୋଇ ପଡ଼ିଛି ବୋଲି ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ lଉକ୍ତ କାର୍ଯ୍ୟକ୍ରମ କୁ ସର୍ବୋତ୍ତମ ସୋସିଆଲ ଅର୍ଗାନାଇଜେସନ ର ସଦସ୍ୟ ପ୍ରଭାତ କୁମାର ଓ ସୌମ୍ୟ ରଞ୍ଜନ ପାଣି ଆଦି ପ୍ରମୁଖ ପରିଚାଳନା କରିଥିଲେ lଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ପୃଷ୍ଠପୋଷକତାରେ ଏବମ ସର୍ବୋତ୍ତମ ସୋସିଆଲ ଅର୍ଗାନାଇଜେସନ ସହଯୋଗରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ପ୍ରକୃତି ପ୍ରେମୀ ଛାତ୍ର ଛାତ୍ରୀ ତଥା ଅନ୍ୟମାନେ ଯୋଗଦାନକରି ଉତ୍ସାହ ପ୍ରଦାନ କରିଥିଲେ l

Post a Comment

Previous Post Next Post
Header ADS