ଗଞ୍ଜାମ (ନୀଳଚକ୍ର Live)ଗଞ୍ଜାମ ଜିଲ୍ଲାରେ ଯୁବ ପ୍ରତିଭା ମାନଙ୍କୁ ଲୋକ ଲୋଚନ କୁ ଆଣି କାଳାକାର ମାନଙ୍କୁ ପ୍ରୋତ୍ସାହନ ଯୋଗାଈଦେବା ପାଇଁ ଆଗାମି ନଭେମ୍ବର 26 ତାରିଖରେ ଗଞ୍ଜାମ ସହରରେ ହେବାକୁଥିବା ଜିଲ୍ଲା ସ୍ତରୀୟ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ବିଶିଷ୍ଠ ବ୍ୟକ୍ତି ମାନଙ୍କୁ ନିମନ୍ତ୍ରିତ କରାଯାଇଛି l ଗଞ୍ଜାମ ର ଅଗ୍ରଣୀ ସ୍ବେଛାସେବୀ ଦିଗଦର୍ଶନ ଅନୁଷ୍ଠାନ ପକ୍ଷରୁ ଭୁବନେଶ୍ୱର ର ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ସହଯୋଗରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ଉଭୟ ଅନୁଷ୍ଠାନ ର କର୍ମକର୍ତ୍ତା ମାନେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଜିଲ୍ଲା ବିଜେଡି ସଭାପତି ତଥା ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡ଼ଃ. ରମେଶ ଚନ୍ଦ୍ର ଚ୍ୟାଉପାଟନାୟକ, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ଓଡିଶାର ସୁନାମଧନ୍ୟ ବିଶିଷ୍ଟ କଣ୍ଠଶିଳ୍ପୀ ଜୟଶ୍ରୀ ଧଳ,ଆକାଶବାଣି, ଦୂରଦର୍ଶନ କଣ୍ଠଶିଳ୍ପୀ ଗଗନ ବିହାରୀ ସ୍ୱାଇଁ,ଖୋର୍ଦ୍ଧା ର ପୂର୍ବତନ ବିଧାୟକ ଡ଼. ଦିଲ୍ଲୀପ ଶ୍ରୀଚନ୍ଦନ,ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ,ରାଜ୍ୟ ରୋଟାରି କ୍ଲବ ପୂର୍ବତନ ସଭାପତି ତଥା ଉତ୍କଳ ଚାମ୍ବର ର ପୂର୍ବତନ ଉପସଭାପତି ତାରିଣୀ ପ୍ରସାଦ ମହାନ୍ତି, ରାଜନେତ୍ରୀ, ସମାଜସେବୀ, କବି,ଇଞ୍ଜିନିୟର ଅର୍ଚନା ଦାଶ, କମ୍ପ୍ୟୁଟର ଲ୍ୟାବ ନିର୍ଦ୍ଧେଶକ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ସାହୁ ପ୍ରମୁଖ ବିଶିଷ୍ଟ ବ୍ୟକ୍ତିଙ୍କ ସହ ଯୋଗାଯୋଗ କରି ଉକ୍ତ ସମାବେଶ କୁ ନିମନ୍ତ୍ରିତ କରିଛନ୍ତି l
ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସମସ୍ତ ଅତିଥି ବୃନ୍ଦ ସହମତି ପ୍ରକାଶ କରିଛନ୍ତି l ଦିଗଦର୍ଶନ ଅନୁଷ୍ଠାନର ସଭାପତି ଉମାକାନ୍ତ ବେହେରା,ନିଶିଗନ୍ଧା ପ୍ରତିଷ୍ଠାନ ପ୍ରତିଷ୍ଟାତା ବଳରାମ ତରାଇ, ଦିଗଦର୍ଶନ ସମ୍ପାଦିକା ସୁଶ୍ରୀ ବିଜୟଲକ୍ଷ୍ମୀ ମହାଙ୍କୁଡ,ଉପସଭାପତି ରାକେଶ କୁମାର ନାୟକ ପ୍ରମୁଖ ଅତିଥି ମାନଙ୍କୁ ନିମନ୍ତ୍ରିତ କରିଛନ୍ତି l ଏହି ଅବସରରେ ମୁଖ୍ୟମନ୍ତ୍ରୀ ଙ୍କ ଜୀବନୀ ସମ୍ପର୍କିତ ପୁସ୍ତକ ଉନ୍ମୋଚିତ କରାଯିବା ନେଇ ପ୍ରସ୍ତାବ ଦିଆଯାଇଥିଲା l ତତ ସହିତ ମହାମହିମ ରାଷ୍ଟ୍ରପତିଙ୍କ ପୁସ୍ତକ କଳିଙ୍ଗ କନ୍ୟା ପ୍ରଦାନ କରାଯାଇଥିଲା l

Post a Comment