BREAKING
Loading...
:

ବି.ଡି. ପୁର ରେ ପ୍ରଭୁ ଜଗନ୍ନାଥ ଙ୍କ ଅର୍ପଣ ରଥ କୁ ଭବ୍ୟ ସମ୍ବର୍ଦ୍ଧନା


ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live)ଓଡ଼ିଆ ଜାତିର ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥଙ୍କ  ସଂସ୍କୃତିର ସଂରକ୍ଷଣ, ସୁରକ୍ଷା ଏବଂ ପ୍ରଚାର ପ୍ରସାର ଓଡ଼ିଶା ସରକାର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଏକ ଯୁଗାନ୍ତକାରୀ ଓ ଅଭିନଵ ପ୍ରୟାସ। ପବିତ୍ର ଶ୍ରୀକ୍ଷେତ୍ର ଧାମ ପାଇଁ ଅବିସ୍ମରଣୀୟ ଦିନ ହେବାକୁ ଯାଉଥିବା ଆଗାମୀ ଜାନୁୟାରୀ ୧୭ ତାରିଖ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଉପଲକ୍ଷେ ରାଜ୍ୟ ତମାମ୍ ଆରମ୍ଭ ହୋଇଥିବା ଅର୍ପଣ ରଥ ପରିକ୍ରମା କାର୍ଯ୍ୟକ୍ରମ ଆଜି ଗଞ୍ଜାମ ର ଜଗନ୍ନାଥ ପ୍ରସାଦ ପଂଚାୟତ ସମିତି ତରଫରୁ  ବି.ଡିପୁର ଗ୍ରାମପଂଚାୟତ ର ତେନ୍ତୁଳିଆ ଗ୍ରାମର ଶ୍ରୀ ଜଗନ୍ନାଥ ମନ୍ଦିର ଠାରେ ପୂର୍ବାହ୍ନ ୧୦ ଘଣ୍ଟ ସମୟ ଆରମ୍ବ ହୋଇଥିଲା।ଶ୍ରୀକ୍ଷେତ୍ର ପୁରୀ ମନ୍ଦିର କୁ ପ୍ରତିଟି ଘରୁ ଗୁଆ ଓ ଅରୁଆ ଚାଉଳ  ପଠାଇବା ଉଦେଶ୍ୟରେ ଜଗନ୍ନାଥ ପ୍ରସାଦ ବି .ଡ଼ି.ଓ  ଅଶ୍ୱିନୀ କୁମାର ମହାପାତ୍ର, ସହକାରୀ ଯନ୍ତ୍ରୀ  ଅଚ୍ୟୁତ ପଟ୍ଟନାୟକ, ଜି.ପି.ଡି.ଓ,ଏବଂ,କନ୍ଧମାଳ ସାଂସଦ ଙ୍କ ପ୍ରତିନିଧି   ବିପ୍ର ଚରଣ ବାରିକ,ବି.ଡିପୁର ଗ୍ରାମପଂଚାୟତ ସରପଞ୍ଚ ଶ୍ରୀମତୀ ରଶ୍ମିତା ସାହୁ,ସମିତି ସଭ୍ୟା ଶ୍ରୀମତୀ ଗୀତାରାଣୀ ବାରିକ,ସରପଞ୍ଚ ଙ୍କ ପ୍ରତିନିଧି ଶିଶିର କାନ୍ତ ସାହୁ ପ୍ରମୁଖ ପୂଜା ଅର୍ଚନା କରି ଶ୍ରୀଜଗନ୍ନାଥ ଅର୍ପଣ ରଥ  ଶୁଭାରମ୍ଭ କରିଥିଲେ ।













ଏହି ଅର୍ପଣ ରଥ ବି.ଡି.ପୁର ଗ୍ରାମପଂଚାୟତ ତେନ୍ତୁଳିଆ ଗ୍ରାମ ଠାରେ ଆରମ୍ଭ ହୋଇ ପାଣ୍ଡିରୀପଡା, ଗୁଡ଼ିପଲ୍ଲୀ, କୈଳାଶ ନଗର, ତରଫ, ମେଣ୍ଟପୁର, ଭୂଷଣ୍ଡପାଳ, ବି.ଡି.ପୁର ଶାସନ ସାହି, ସୋରିଷମୂଳୁ ଦେଇ ବି.ଡି.ପୁର ସହର ମା ଉଗ୍ରତାର ଙ୍କ ମନ୍ଦିର ଠାରେ ଶେଷେ ହୋଇଥିଲା ।ଅର୍ପଣ ରଥ ପରିକ୍ରମା କରିବା ସମୟ ରେ ବିଭିନ୍ନ ଗ୍ରାମ ରେ ସଂକୀର୍ତ୍ତନ , ଘଣ୍ଟଘଣ୍ଟା କରତାଳ, ସାଙ୍ଗକୁ ଶଙ୍ଖ, ହୁଳହୁଳି, ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ   ହୋଉଥିଲା। ଗ୍ରାମପଂଚାୟତ ପ୍ରତି ଗାଁ, ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ବି.ଡି.ପୁର ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ  ନିରଞ୍ଜନ ପଟ୍ଟନାୟକ,ଜି.ଆର.ଏସ୍  ସରୋଜ କୁମାର ନାୟକ,ଖଦାଳସ୍ୱାଇଁ,ବୁଲୁ ସ୍ୱାଇଁ, ଜଳନ୍ଧର ସ୍ୱାଇଁ,କହ୍ନୁ ଚରଣ ପରିଛା,କୃଷ୍ଣ ଚନ୍ଦ୍ର ସ୍ୱାଇଁ, କାଳୁ ଚରଣ ପଣ୍ଡା, ଅଭିମନ୍ୟୁ ପଣ୍ଡା,କୃଷ୍ଣ ଚନ୍ଦ୍ର ସେଠୀ,ଭଗବାନ ଗୌଡ଼,ବିଜୟ ପ୍ରଧାନ,ବସନ୍ତ ବସନ୍ତୀଆ, ବିନୋଦ ପ୍ରଧାନ,ସିମାଞ୍ଚଳ ଗୌଡ଼,ପୂର୍ବତନ ସମିତି ସଭ୍ୟ ଶ୍ରୀ ଅମିର କୁମାର ସ୍ୱାଇଁ,ତ୍ରିନାଥ ସ୍ୱାଇଁ,ବିଦେଶୀ ଖଟେଇ,ଟୁକୁନା ପ୍ରଧାନ,ଚକ୍ରଧର ପାଣିଗ୍ରାହୀ, ଦିଲ୍ଲୀପ କୁମାର ସେଠି ଜିତେନ୍ଦ୍ର ରଥ, ମହେଶ ପ୍ରସାଦ ରଥ,ମଧୁସୂଦନ କର,କନ୍ଧମାଳ ସାଂସଦ ଙ୍କ ବ୍ଲକ ସଂଯୋଜକ ପ୍ରିୟ ରଞ୍ଜନ ରଥ , ଭଞ୍ଜ କିଶୋର ପରିଡ଼ା, ଗୋବର୍ଦ୍ଧନ ପାତ୍ର, ନାରାୟଣ ପାତ୍ର ଭଗବାନ ସାହୁ, ଇନ୍ଦ୍ରମଣି ଗୌଡ଼ ସମେତ ଗ୍ରାମ ମାନଙ୍କ ରେ ଶତାଧିକ ମହିଳା ପୁରୁଷ ଅର୍ପଣ ରଥକୁ ଭାବପୂର୍ଣ୍ଣ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇ ଥିଲେ । ପରିଶେଷରେ କନ୍ଧମାଳ ସାଂସଦ ଙ୍କ ପ୍ରତିନିଧି   ବିପ୍ର ଚରଣ ବାରିକ ଏହି  ଭକ୍ତି,ଭାବବେଗ ସହିତ ସ୍ୱାଗତ କରିଥିବାରୁ ସମସ୍ତ ଙ୍କୁ ଧନ୍ୟବାଦ ଜଣାଇବ ସହ ପ୍ରଭୁ ଜଗନ୍ନାଥ ଙ୍କ ପାଖରେ ପଂଚାୟତ ବାସୀଙ୍କ ଉତ୍ତର ତର କାମନା କରିବା ପାଇଁ ପ୍ରାର୍ଥନା କରିଛନ୍ତି ।


Post a Comment

Previous Post Next Post
Header ADS