BREAKING
Loading...
:

୫ଟି ରୂପାନ୍ତରିତ ଚନ୍ଦ୍ର ଶେଖର ଆଞ୍ଚଳିକ ବାଳିକା ଉଚ୍ଚ ବିଦ୍ୟାଳୟ,ବି.ଡି.ପୁର ଲୋକାର୍ପଣ


ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live)ଭିଡ଼ିଓ କନଫେରେନ୍ସ ମାଧ୍ୟମରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ହାଇସ୍କୁଲ ରୂପାନ୍ତରଣ ଯୋଜନାର ୪ର୍ଥ ପର୍ଯ୍ୟାୟରେ ଜଗନ୍ନାଥ ପ୍ରସାଦ ବ୍ଲକ ର ବି.ଡିପୁର ଗ୍ରାମପଞ୍ଚାୟତ ର ଚନ୍ଦ୍ର ଶେଖର  ଆଞ୍ଚଳିକ ବାଳିକା ଉଚ୍ଚ ବିଦ୍ୟାଳୟ ହାଇସ୍କୁଲ ର ଲୋକାର୍ପଣ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମ କୁ ୫ଟି ଓ ନବୀନ ଓଡିଶା ଅଧକ୍ଷ ଭି.କେ ପାଣ୍ଡିଆନ୍ ଭିଡ଼ିଓ  କନଫେରେନ୍ସ ମାଧ୍ୟମରେ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ କନ୍ଧମାଳ 0ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ବିପ୍ର ଚରଣ ବାରିକ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହି ଅଭିନବ ପ୍ରୟାସ ଆନ୍ତରିକ କୃତଜ୍ଞତା ଜଣାଇବା ସହ ମାନ୍ୟବର  ଅର୍ଥ ମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ଧନ୍ୟବାଦ ଦେଇଥିଲେ ଏବଂ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ପାଠପଢ଼ିବା ପାଇଁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି । ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ସ୍ମାର୍ଟ କ୍ଲାସ, ଇ-ଲାଇବ୍ରେରୀ, ଲେବ୍ରୋଟରୀ, ଉତ୍ତମ ଟଏଲେଟ୍‌, ପାନୀୟ ଜଳର ବ୍ୟବସ୍ଥା ସାଙ୍ଗକୁ ଖେଳପଡ଼ିଆ ରହିଛି । ଯାହାଫଳରେ ଯେଉଁ ଛାତ୍ରଛାତ୍ରୀମାନେ ପୂର୍ବରୁ ସରକାରୀ ବିଦ୍ୟାଳୟକୁ ଆସିବାକୁ ଅମଙ୍ଗ ହେଉଥିଲେ ସେମାନେ ବିଦ୍ୟାଳୟକୁ ଆସିବା ନିମନ୍ତେ ଆଗଭର ହେବେ । ବିଦ୍ୟାଳୟର ଏଭଳି ରୂପାନ୍ତରୀକରଣକୁ ନେଇ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ଶିକ୍ଷକ,ଶିକ୍ଷୟତ୍ରୀଙ୍କ ମହଲରେ ମଧ୍ୟ ଆନନ୍ଦର ଲହରୀ ଦେଖିବାକୁ ମିଳିଛି ।




ଘରୋଇ ବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀଙ୍କ ଅଧିକ ଦୁର୍ବଳତା ରହିଥିବା ବେଳେ ଘରୋଇ ବିଦ୍ୟାଳୟରେ ଯେଉଁ ସବୁ ସୁବିଧା ଛାତ୍ରଛାତ୍ରୀମାନଙ୍କୁ ଦିଆଯାଉଛି ଠିକ୍‌ ସେହିପରି ସୁବିଧାର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ବିଦ୍ୟାଳୟର ରୂପାନ୍ତରୀକରଣ ହେବା ଦ୍ବାରା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସରକାରୀ ବିଦ୍ୟାଳୟରେ ପାଠପଢ଼ିବା ନିମନ୍ତେ ଉତ୍ସାହ ବଢ଼ିବ। ପୂର୍ବରୁ କଳାପଟାରେ ଶିକ୍ଷକ, ଶିକ୍ଷୟତ୍ରୀ ମାନେ ପାଠ ପଢ଼ାଉଥିଲେ । ତାହାକୁ ଛାତ୍ରଛାତ୍ରୀମାନେ ମନେ ରଖିବା ସହ ନିଜର ନୋଟ୍‌ବୁକ୍‌ରେ ଲେଖୁଥିଲେ । କିନ୍ତୁ ବର୍ତ୍ତମାନ ଆଉ କଳାପଟା ନୁହେଁ । କଳାପଟାରେ ସ୍ଥାନରେ ଛାତ୍ରଛାତ୍ରୀ ମାନେ ପାଠ ପଢିବେ ଇ_ସ୍ମାର୍ଟ୍ ବୋର୍ଡ଼। ତାହାକୁ ଛାତ୍ରଛାତ୍ରୀମାନେ ମନେ ରଖିବା ସହଜ ହୋଇଯିବ।ଏହା ପିଲାମାନଙ୍କ ପାଇଁ ନୂଆ ସୁଯୋଗ ଆଣିଛି । ପିଲାମାନଙ୍କ ସ୍ବପ୍ନ ସାକାର ହେଲେ, ନୂଆ ଓଡିଶାର ଲକ୍ଷ୍ୟ ପୂରଣ ହେବ ଓ ନୂଆ ଓଡିଶା ଗଠନର ଭିତ୍ତିସ୍ଥାପିତ ହେବ। ଶିକ୍ଷା ହିଁ ଜୀବନରେ ସବୁଠାରୁ ବଡ ରୂପାନ୍ତର ଆଣିଥାଏ ବୋଲି ନିଜର ମତ ପ୍ରକାଶ କରିଥିଲେ ।






ଏହି କାର୍ଯ୍ୟାକ୍ରମେ ରେ ସରପଞ୍ଚ ଶ୍ରମତି ରଶ୍ମିତା ସାହୁ,ସମିତି ସଭ୍ୟା ଶ୍ରୀମତୀ ଗୀତାରାଣୀ ବାରିକ ,ପୂର୍ବତନ ସମିତି ସଭ୍ୟ ଅମିର କୁମାର ସ୍ୱାଇଁ, ସରପଞ୍ଚ ପ୍ରତିନିଧି ଶିଶିର କାନ୍ତ ସାହୁ,ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରମୋଦ କୁମାର ଗୌଡ଼ ବିଦ୍ୟାଳୟ ବିଜ୍ଞାନ ଶିକ୍ଷକ ତଥା ଇକୋ କ୍ଳବ ତତ୍ୱାଧିକାରୀ ଶ୍ରୀ ସୁଶାନ୍ତ କୁମାର ସାହୁ, ସଂସ୍କୃତ ଶିକ୍ଷୟତ୍ରୀ ଶ୍ରୀମତୀ ପୁଷ୍ପାଞ୍ଜଳି ମିଶ୍ର, ହିନ୍ଦୀ ଶିକ୍ଷୟତ୍ରୀ ଶ୍ରୀମତୀ ନମିତା କୁମାରୀ ପାଳ, ଖେଳ ଶିକ୍ଷୟତ୍ରୀ ପ୍ରତିମା କୁମାରୀ ରଥ,ପ୍ରଭାତ କୁମାର ବାରିକ, ବିଦେଶୀ ଖଟେଇ, ଜିତେନ୍ଦ୍ର ରଥ, ମଧୁସୂଦନ କର ସମତେ  ୩୦୦ ଉର୍ଦ୍ଧ ଛାତ୍ର ଛାତ୍ରୀ ୨୦୦ ଉର୍ଦ୍ଧ ଅଭିଭାବକ ଓ ସାଧାରଣ ଲୋକ ଏଥିରେ ଯୋଗଦେଇ ଥିଲେ ।ସନ୍ଧ୍ୟା ସମୟ ରେ  ହାଇସ୍କୁଲ ର ଚାରିପାଖରେ ରଙ୍ଗ ବେରଙ୍ଗ ସୁସଜିତ ଆଲୋକମାଳା  ହାଇସ୍କୁଲ ସୌନ୍ଦଯ୍ୟ କୁ ବଢାଇବା ସହ ଏହାର ରମଣିୟ ଦୃଶ୍ୟ ଜନସାଧାରଣ ଙ୍କୁ ଅକୁଷ୍ଟ କରିବା ସହ ସଂସ୍କୃତିକ କାର୍ଯ୍ୟକ୍ରମ ଜନସାଧାରଣ ଙ୍କ ମନ ମୋହିଥିଲା

Post a Comment

Previous Post Next Post
Header ADS