BREAKING
Loading...
:

ଛାତ୍ରୀ ଆତ୍ମସୁରକ୍ଷା ତାଲିମ୍ ଶିବିର ଉଦଯାପିତ।


ଜଗନ୍ନାଥ ପ୍ରସାଦ: (ନୀଳଚକ୍ର Live)-୨୪.୦୧.୨୦୨୪ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଓଡ଼ିଶା ସରକାରଙ୍କ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସହଯୋଗରେ ଛାତ୍ରୀ ମାନଙ୍କ ଆତ୍ମସୁରକ୍ଷା ତାଲିମ୍ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ଅଧ୍ୟକ୍ଷ ଶ୍ରୀଯୁକ୍ତ ନୃସିଂହ ଚରଣ ପ୍ରଧାନ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି କହିଥିଲେ  'ଛାତ୍ରୀ ଆତ୍ମ ସୁରକ୍ଷା' ନାରୀ ସୁରକ୍ଷା ଓ ସଶକ୍ତିକରଣର ସରକାରଙ୍କ ଏକ ପ୍ରଶଂସନୀୟ  କାର୍ଯ୍ୟକ୍ରମ । ଛାତ୍ରୀ ସ୍ବିଟି ସାମଲ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରାଧ୍ୟାପିକା ଶ୍ରୀମତୀ ଆରତୀ ମହାପାତ୍ର, ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ସୁନିର କାନ୍ତ ମିଶ୍ର, ଅଧ୍ୟାପକ ଶ୍ରୀଯୁକ୍ତ ମନୋଜ କୁମାର ମିଶ୍ର, ଅଧ୍ୟାପିକା ସୁନୀତା ଗୌଡ଼, ଆସ୍ମା ନନ୍ଦ ଯୋଗଦେଇ ନାରୀ ସଶକ୍ତିକରଣ, ଆତ୍ମ ସୁରକ୍ଷା ଏବଂ ସମାଜରେ ନାରୀ ମାନଙ୍କ ଉନ୍ନତି ଓ ମର୍ଯ୍ୟାଦା ଉପରେ ଗୁରୁତ୍ବ ଆରୋପ କରିଥିଲେ । ପ୍ରଶିକ୍ଷିକା ଶ୍ରୀମତୀ ସ୍ମୃତିମୟୀ ପାତ୍ର ଯୋଗଦେଇ ଛାତ୍ରୀ ମାନଙ୍କ  ୮ ଦିନର ଆତ୍ମସୁରକ୍ଷା ପ୍ରଶିକ୍ଷଣ ତାଲିମ୍ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ  ।


କାର୍ଯ୍ୟକ୍ରମ ସଂଯୋଜକ ଡ଼ଃ ଜୟ ଦେବ ଗୌଡ଼ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଛାତ୍ରୀ ମାନେ ସେମାନଙ୍କ ୮ ଦିନ ପ୍ରଶିକ୍ଷଣର ଅନୁଭୂତି ବର୍ଣ୍ଣନା କରିଥଲେ । ପ୍ରଶିକ୍ଷିକାଙ୍କ ଦ୍ଵାରା ତାଲିମ୍ ପାଇଥିବା  ବିଭିନ୍ନ ଆତ୍ମ ସୁରକ୍ଷା କୌଶଳ ଛାତ୍ରୀ ମାନେ ପ୍ରଦର୍ଶନ କରି ଅତିଥି ମାନଙ୍କୁ ଦେଖାଇଥିଲେ । ପରିଶେଷରେ ଅତିଥି ଓ ଅଧ୍ୟକ୍ଷ ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ଶେଷରେ ଡି.ଇ.ଓ ସରୋଜ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment

Previous Post Next Post
Header ADS