BREAKING
Loading...
:

ଗୋପିନାଥ ସ୍ୱାମୀ ନୋଡାଲ ବିଦ୍ୟାପୀଠ, କାଦୁଆ ରେ ବାର୍ଷିକ ଉତ୍ସବ ଓ ସୃଜନୀ କାର୍ଯ୍ୟକ୍ରମ ଅନୁଷ୍ଠିତ


ଜଗନ୍ନାଥପ୍ରସାଦ (ନୀଳଚକ୍ର Live)  କାଦୁଆ ମଙ୍ଗରାଜପୁର ଗୋପିନାଥ ସ୍ୱାମୀ ନୋଡାଲ ବିଦ୍ୟାପୀଠ ତରଫରୁ "ବାର୍ଷିକ ଉତ୍ସବ ଓ ସୃଜନୀ କାର୍ଯ୍ୟକ୍ରମ-2024 ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ ଶ୍ରୀ ସନ୍ତୋଷ କୁମାର ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମାରୋହକୁ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ପୁର୍ବତନ ପ୍ରଧାନଶିକ୍ଷକ , ଶିକ୍ଷାବିତ ଶ୍ରୀ ଗୋଦାବରୀଶ ମହାପାତ୍ର ଉଦଘାଟନ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଜଗନ୍ନାଥପ୍ରସାଦ ଗୋଷ୍ଠୀ ଶିକ୍ଷାଧିକାରୀ ସୁଶ୍ରୀ କଲ୍ୟାଣୀ ପାଢ଼ୀ, ମୁଖ୍ୟବକ୍ତା ଭାବେ ଜଗନ୍ନାଥ ପ୍ରସାଦ ର ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ  ଅଧ୍ୟକ୍ଷ ଶ୍ରୀ ନୃସିଂହ ଚରଣ ପ୍ରଧାନ, ସମ୍ମାନିତ ଅତିଥିଭାବେ ବରିଷ୍ଠ ଆଡ଼ଭୋକେଟ ଶ୍ରୀ ପବିତ୍ର ପ୍ରସାଦ ସାହୁ, ଆଡ଼ଭୋକେଟ ତଥା ସାମ୍ବାଦିକ ଶ୍ରୀ ନିରାକାର ସାହୁ, କାଦୁଆ ସରପଞ୍ଚ ଶ୍ରୀମତୀ ରୁନିଲତା ସାହୁ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀ ଏସ. ନୀଳାଞ୍ଚଳ ଚୌଧୁରୀ, ପ୍ରାକ୍ତନ ସଂସ୍କୃତ ଶିକ୍ଷକ ଶ୍ରୀ ନାଥୁରାମ ଦାଶ, ପ୍ରାକ୍ତନ ହିନ୍ଦି ଶିକ୍ଷକ ଶ୍ରୀ ପୂର୍ଣଚନ୍ଦ୍ର ସାହୁ, ୟୁ .ଜି. ବି ବ୍ୟାଙ୍କର ଶାଖା ପରିଚାଳକ, ସି ଆର ସି ସି ଶ୍ରୀ ନିରଞ୍ଜନ ପ୍ରଧାନ ଓ  ଜ୍ୟୋତିର୍ବିଦ ପଣ୍ଡିତ ଶ୍ରୀ ଅନ୍ନଦା ତ୍ରିପାଠୀ ଯୋଗ ଦେଇଥିଲେ।














ବିଭିନ୍ନ ଶୈକ୍ଷିକ ଓ ସହ ଶୈକ୍ଷିକ କ୍ଷେତ୍ରରେ ପରାକାଷ୍ଠା ଦେଖାଇଥିବା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ କୃତିତ୍ୱ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅଦମ୍ୟ ପ୍ରଚେଷ୍ଟାକୁ ଅତିଥିମାନେ ପ୍ରଶଂସା କରିଥିଲେ।ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କମିଟି ମାନଙ୍କ ସହଯୋଗରେ ବିଦ୍ୟାଳୟ ଏକ ପୂର୍ଣ୍ଣାଙ୍ଗ ବିକଶିତ ବିଦ୍ୟାଳୟ ରୂପେ ସୁନାମ ଅର୍ଜନ କରିବା ବେଶ ପ୍ରଶଂସନୀୟ ବୋଲି ଅତିଥିମାନେ ମତପୋଷଣ କରିଥିଲେ। ପଣ୍ଡିତ ଅନ୍ନଦା ତ୍ରିପାଠୀଙ୍କ ବଳିଷ୍ଠ ସଂଯୋଜନାରେ ସମଗ୍ର ପରିବେଶ ରାମ ଓ ଜଗନ୍ନାଥମୟ ହୋଇଥିବା ବେଳେ




ପିଲାମାନଙ୍କ ଦ୍ୱାରା ଆୟୋଜିତ "ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ " ପରିବେଶକୁ ମନ୍ତ୍ରମୁଗ୍ଧ କରିଥିଲା।

















ବିଭିନ୍ନ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ପିଲାମାନେ ଅତିଥିମାନଙ୍କଦ୍ୱାରା ସମ୍ବର୍ଦ୍ଧିତ ହୋଇଥିଲେ। କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସହକର୍ମୀ ଶ୍ରୀ କୈଳାଶ ଚନ୍ଦ୍ର ସୁବୁଦ୍ଧି,  ନିରୁପମା ସାହୁ, ସାଗରୀକା ପ୍ରଧାନ,ଶ୍ରୀ ବିକାଶ ପ୍ରଧାନ, ଶ୍ରୀ ଜିତେନ୍ଦ୍ର ପ୍ରସାଦ ବେହେରା, ଶ୍ରୀ ଦୁଃଶାସନ ରାଉତ, ଶ୍ରୀ ସୁଶାନ୍ତ କୁମାର ନାୟକ, ଶ୍ରୀ ଆଦିକନ୍ଦ ନାୟକ, ଶ୍ରୀ ସନ୍ତୋଷ କୁମାର ଷଡ଼ଙ୍ଗୀ,

ଶ୍ରୀ ପ୍ରଜ୍ଞା ପ୍ରକାଶ ନାୟକ, କୁସୁମ କୁମାରୀ ବେହେରା, ଶ୍ରୀ ଦିଲ୍ଲୀପ କୁମାର ମହାପାତ୍ର ଏବଂ ଷ୍ଟାଫ ଶ୍ରୀ ଯୋଗୀନ୍ଦ୍ର ବେହେରା ଓ ଶ୍ରୀ ରବୀନ୍ଦ୍ର ନାୟକ ସୁନ୍ଦର ଏବଂ ସାବଲୀଳଭାବେ ପରିଚାଳନା କରି ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

Previous Post Next Post
Header ADS