BREAKING
Loading...
:

ଭଞ୍ଜନଗର ଇସ୍କନ ଦ୍ୱାରା ସାଧୁ ସଙ୍ଗେ ହରି କଥା କାର୍ଯ୍ୟକ୍ରମ

 


ଭଞ୍ଜନଗର(ସୋମ୍ୟଜିତ ପ୍ରଧାନ)ଭଞ୍ଜନଗର ଜେଲ ପଡିଆ ଠାରେ ଇସ୍କନ ଭଞ୍ଜନଗର, ବାଉଁଶଲୁଣ୍ଡି, ଲକ୍ଷ୍ମୀ ବିହାର ଆନୁକୂଲ୍ୟରେ ରେ ସାଧୁ ସଙ୍ଗେ ହରି କଥା ଆୟୋଜନ ହୋଇଯାଇଛି ଭଗବାନଙ୍କ ଦିବ୍ୟନାମ କଥା, କୀର୍ତ୍ତନ ଓ ମହାପ୍ରସାଦ ବ୍ୟବସ୍ଥା ହୋଇଥିଲା ଏହି ପବିତ୍ର କାର୍ଯ୍ୟକ୍ରମରେ ଇସ୍କନ ବରିଷ୍ଠ ସନ୍ୟାସୀ ତଥା ବୃନ୍ଦାବନ ନିବାସୀ ପରମ ପୂଜ୍ୟ ଶ୍ରୀ ଶ୍ରୀମଦ ଭକ୍ତି ଗୌରବ ନାରାୟଣ ସ୍ୱାମୀ ମହାରାଜଙ୍କ ଶ୍ରୀମୁଖରୁ ଭଗବାନଙ୍କ କଥା ଶୁଣି ଅଞ୍ଚଳବାସୀ ନିଜକୁ କୃତାର୍ଥ ମନେ କରିଥିଲେ, ହରିନାମ ର ଆବଶ୍ୟକତା ଓ ପ୍ରଭାବ ଉପରେ ବରିଷ୍ଠ ସନ୍ୟାସୀ ପରମପୁଜ୍ୟ ଭକ୍ତି ପ୍ରାଣ ଗୋପୀନାଥ ସ୍ୱାମୀ ଶାସ୍ତ୍ରୀୟ ବିଚାର ଭକ୍ତ ସମ୍ମୁଖରେ ଉପସ୍ଥାପନା କରିଥିଲେ l ଉକ୍ତ ଭବ୍ୟ କାର୍ଯ୍ୟକ୍ରମ ଇସ୍କନ ଭଞ୍ଜନଗର କେନ୍ଦ୍ର ପରିଚାଳକ ବିଶ୍ୱମ୍ବର ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ତୋଷଣ ମାଧବ ଦାସ କୁଳଶେଖର ଦାସ,ସଞ୍ଜୟ କୃଷ୍ଣ ଦାସ, ମୁରଲୀ ମନୋହର ଦାସ, ଭକ୍ତ ଶ୍ରୀକାନ୍ତ,ଅଚ୍ୟୁତ,ଶ୍ୟାମ, ରବି, ସୁନୀଲ ବ୍ରହ୍ମା,ସୋମ ଆଦି ସହଯୋଗ କରିଥିଲେ l ଅଞ୍ଚଳର ବହୁ ମାନ୍ୟଗଣ ବ୍ୟକ୍ତି ଡାକ୍ତର, ଯନ୍ତ୍ରୀ, ଶିକ୍ଷକ, ପୋଲିସ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ, ସମ୍ପ୍ରତି ଚାପଗ୍ରସ୍ତ ଜୀବନଶୈଳୀ, ନାନା ଅସୁବିଧାର ସମ୍ମୁଖୀନ ସମସ୍ୟା ମଧ୍ୟେ ଏହି ଭଳି ଅଧ୍ୟାତ୍ମିକତାର ପରିବେଷ୍ଟନି ନିତ୍ୟାନ୍ତ ଆବଶ୍ୟକ ବୋଲି ଅଞ୍ଚଳବାସି ମତାମତ ରଖିବା ସହ ଇସ୍କନ ଭଞ୍ଜନଗର ଏହି କାର୍ଯ୍ୟକ୍ରମକୁ ଭୁୟସୀ ପ୍ରଶଂସା କରିଥିଲେ l ପ୍ରାୟ ୨ ହଜାରରୁ ଅଧିକା ଭକ୍ତ ସମାଗମ ହୋଇଥିଲେ,ପରିଶେଷରେ କେନ୍ଦ୍ରର ଅନ୍ୟତମ ସେବାୟତ ଭକ୍ତ ସ୍ବସ୍ତି ସୁନ୍ଦର ଅଞ୍ଚଳବାସୀଙ୍କ ସହଯୋଗ ପାଇଁ ସାଧୁବାଦ ଅର୍ପଣ କରିଥିଲେ

Post a Comment

Previous Post Next Post
Header ADS