BREAKING
Loading...
:

ଗୋପିନାଥ ସ୍ବାମୀ ନୋଡାଲ ବିଦ୍ୟାପୀଠ, ରେ ମୋ ସ୍କୁଲ ଉତ୍ସବ


ଜଗନ୍ନାଥ ପ୍ରସାଦ(ନୀଳଚକ୍ର live) ଗଂଜାମ ଜିଲ୍ଲା ଅନ୍ତର୍ଗତ କାଦୁଆ, ମଙ୍ଗରାଜପୁର ଗ୍ରାମର ଗୋପିନାଥ ସ୍ବାମୀ ନୋଡାଲ ବିଦ୍ୟାପୀଠରେ ବିଦ୍ୟାଳୟ ସ୍ତରୀୟ ମୋ ସ୍କୁଲ ଉତ୍ସବ ତା:-୦୯.୦୩.୨୦୨୪ ରିଖ ଶନିବାର ଦିବା ୧୧ଘ ସମୟରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ସଂଯୋଜକ ତଥା ପ୍ରଧାନଶିକ୍ଷକ ଶ୍ରୀ ସନ୍ତୋଷ କୁମାର ପ୍ରଧାନଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ବିଦ୍ୟାଳୟର ପୂର୍ବତନ ଶିକ୍ଷକ ତଥା ବରିଷ୍ଠ ଓକିଲ ଶ୍ରୀ ପବିତ୍ର ପ୍ରସାଦ ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ, ପୁରାତନ ଛାତ୍ରଛାତ୍ରୀ ମଧ୍ୟରେ ପ୍ରାକ୍ତନ ପ୍ରାଧ୍ୟାପକ ଶ୍ରୀ ଶିବରାମ ବେହେରା, ବରିଷ୍ଟ ଓକିଲ ତଥା ସାମ୍ବାଦିକ ଶ୍ରୀ ନିରାକାର ସାହୁ, ଶ୍ରୀ ଦିବାକର ପାଢ଼ୀ,

ଶ୍ରୀ ପ୍ରମୋଦ କୁମାର ଷଡ଼ଙ୍ଗୀଙ୍କ ସମେତ ତିରିଶି ରୁ ଉର୍ଦ୍ଧ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ, ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା, ମୋ ସ୍କୁଲ ଅଭିଯାନ ସହିତ ପୁରାତନ ଛାତ୍ରଛାତ୍ରୀ ଯୋଡ଼ି ହୋଇ ବିଦ୍ୟାଳୟ କେଉଁଭଳି ସର୍ବାଙ୍ଗୀନ ବିକାଶ ହେଉଛି, ପ୍ରଧାନ ଶିକ୍ଷକ ସେ ଉପରେ ଆଲୋକପାତ କରିଥିଲେ।




ଏବଂ ପ୍ରଧାନ ଶିକ୍ଷକଙ୍କ ପ୍ରସ୍ତାବ କ୍ରମେ ସର୍ବସମ୍ମତିରେ ଆଲୁମିନି କମିଟି ସଭାପତି ରୂପେ ପ୍ରାକ୍ତନ ପ୍ରାଧ୍ୟାପକ ଶ୍ରୀ ଶିବରାମ ବେହେରା ନିର୍ବାଚିତ ହୋଇଥିଲେ, ଶିବରାମ ବେହେରା ତାଙ୍କ ବକ୍ତବ୍ୟ ରେ ପ୍ରକାଶ କରିଥିଲେ ଯେ,5T କ୍ରମରେ ବିଦ୍ୟାଳୟର ରୂପାନ୍ତରଣ ହୋଇଛି ଯାହା ସ୍ୱାଗତ ଯୋଗ୍ୟ କିନ୍ତୁ ଅନୁରୂପ ଭାବେ ଛାତ୍ରଛାତ୍ରୀଙ୍କ ଚାରିତ୍ରିକ ରୂପାନ୍ତରଣ ଆବଶ୍ୟକତା ରହିଛି, ବିଦ୍ୟାଳୟରେ ଏକ ଅଡିଟୋରିୟମ୍ ଆବଶ୍ୟକତା କୁ ଉପଲବ୍ଧି କରି ପ୍ରଧାନ ଶିକ୍ଷକଙ୍କ ପ୍ରସ୍ତାବ କ୍ରମେ ପୂର୍ବରୁ ଜଣେ










ଆଲୁମିନି ଶ୍ରୀ ସୁଶାନ୍ତ କୁମାର ସାହୁ ଏକ ଲକ୍ଷ ଟଙ୍କା ପ୍ରଦାନ କରିଥିବା ବେଳେ ଆଜିର ମୁଖ୍ୟ ଅତିଥି ଶ୍ରୀ ପବିତ୍ର ପ୍ରସାଦ ସାହୁ ପଚାଶ ହଜାର ଟଙ୍କା ର ଏକ ଚେକ୍ ପ୍ରଦାନ କରିଥିଲେ। ବିଦ୍ୟାଳୟର ପ୍ରଧା ନଶିକ୍ଷକ ଶ୍ରୀ ସନ୍ତୋଷ କୁମାର ପ୍ରଧାନ ବିଦ୍ୟାଳୟର ପୂର୍ବତନ ଛାତ୍ର, ସେ ଗତ ୧୯୮୩ ମସିହାରେ ଏହି ବିଦ୍ୟାଳୟରୁ ଦଶମ ପାସ କରିଥିଲେ, ତେଣୁ ଅଡିଟୋରିୟମ୍ ନିର୍ମାଣ ପାଇଁ ପ୍ରଧାନ ଶିକ୍ଷକ ମଧ୍ଯ ପଚାଶ ହଜାର ଟଙ୍କା ପ୍ରଦାନ କରିବେ ବୋଲି ପ୍ରକାଶ କରିଥିଲେ, ଆଲୁମିନି ନିଳାଞ୍ଚଳ ସାହୁ ପାଞ୍ଚହଜାର ଟଙ୍କା ପ୍ରଦାନ କରିଥିଲେ, ଅଡିଟୋରିୟମ ନିର୍ମାଣ ପାଇଁ ବାରଲକ୍ଷ ଟଙ୍କା ଆକଳନ ଥିବାରୁ “ମୋ ସ୍କୁଲରେ” ଚାରିଲକ୍ଷ ଟଙ୍କା ପ୍ରଦାନ କଲେ ସରକାର ଆଠଲକ୍ଷ ପ୍ରଦାନ କରିବା ବିଷୟ ପ୍ରଧାନ ଶିକ୍ଷକ ପ୍ରକାଶ କରିଥିଲେ।


ପରବର୍ତ୍ତୀ ସମୟରେ କିଛି ଆଲୁମିନି ଅର୍ଥପ୍ରଦାନ କରିବା କଥା ପ୍ରକାଶ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି, ସଦସ୍ୟ/ସଦସ୍ୟା ମାନେ ମଧ୍ୟ “ମୋ ସ୍କୁଲ୍ “ ଅଭିଯାନରେ ନିଜର ଯୋଗଦାନ ରଖିଛନ୍ତି ଯାହା କି ସ୍ୱାଗତ ଯୋଗ୍ୟ ବୋଲି ପ୍ରଧାନଶିକ୍ଷକ ପ୍ରକାଶ କରିଥିଲେ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟତ୍ରୀ ମଧ୍ୟ “ ମୋ ସ୍କୁଲ ” ଅଭିଯାନରେ ନିଜର ଯୋଗଦାନ ପୂର୍ବରୁ କରିଛନ୍ତି ଏବଂ ବର୍ତ୍ତମାନ ମଧ୍ଯ ଜାରୀ ରଖିବେ ବୋଲି ପ୍ରକାଶ କରିଥିଲେ । ଚଳିତ ବର୍ଷ ବିଦ୍ୟାଳୟ ପ୍ରତ୍ୟେକ ସ୍ତରରେ ଉତ୍କର୍ଷତା ପ୍ରତିପାଦନ କରି ମୁଖ୍ୟମନ୍ତ୍ରୀ ଶିକ୍ଷାପୁରସ୍କାର ରେ ଜିଲ୍ଲା ସ୍ତରରେ Best Headmaster Award, Best secondary school Award,Best SMC Award,ତଥା ରାଜ୍ୟ ପୁରସ୍କାରରେ ବିଦ୍ୟାଳୟର ଛାତ୍ର ଶ୍ରୀ ବଳରାମ ସାହୁ State Award ଏବଂ ୧୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଜିଲ୍ଲାସ୍ତରରେ ପୁରସ୍କୃତ ହୋଇ ବିଦ୍ୟାଳୟକୁ ସୁନାମ ଆଣିଥିବାରୁ ଆଲୁମିନି ବୈଠକରେ ଭୂୟସୀ ପ୍ରଶଂସା କରାଯାଇଥିଲା । ସର୍ବଶେଷରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ପ୍ରଦତ୍ତ ଧନ୍ୟବାଦ ପତ୍ର ଗୁଡ଼ିକ ମୁଖ୍ୟଅତିଥିଙ୍କ ଦ୍ଵାରା ସମସ୍ତ ଆଲୁମିନି ମାନଙ୍କୁ ପ୍ରଦାନ କରାଯାଇଥିଲା ଏବଂ ଆଲୁମିନି ବିଦ୍ୟାଳୟ ରୂପାନ୍ତରଣରେ ହୋଇଥିବା କାର୍ଯ୍ୟକୁ ବୁଲି ଦେଖିଥିଲେ।

Post a Comment

Previous Post Next Post
Header ADS