BREAKING
Loading...
:

ଉତ୍ତର ଘୁମୁସର ବନଖଣ୍ଡ ତରଫରୁ ଜଙ୍ଗଲ ନିଆଁ କୁ ପ୍ରଶମନ ଓ ପରିଚାଳନା କରିବା ପାଇଁ ସଚେତନ କାର୍ଯ୍ୟକ୍ରମ


ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live)ଗଞ୍ଜାମ ଜିଲ୍ଲା ଭଂଜନଗର ଉତ୍ତର ଘୁମୁସର ବନଖଣ୍ଡ ,ତରଫରୁ ଜଗନ୍ନାଥ ପ୍ରସାଦ ବନାଞ୍ଚଳ କାର୍ଯ୍ୟାଳୟ ପରିସର ରେ  ଓଡ଼ିଶାର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ଜଙ୍ଗଲ ନିଆଁ କୁ ପ୍ରଶମନ ଓ ପରିଚାଳନା କରିବା ପାଇଁ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି ଜଙ୍ଗଲ ନିଆଁ କୁ ଆୟତ କରିବାର ବିଭିନ୍ନ ପଦକ୍ଷେପ ବିଷୟ ରେ ବକ୍ତବ୍ୟ ରଖିଥିଲେ।




ପୁବର୍ତନ ବନ୍ୟପ୍ରାଣୀ ରକ୍ଷକ ଶୁଳପାଣି ଶତପଥି  ସଂମାନିତ ଅତିଥି ରୂପେ ଯୋଗ ଦେଇ ଜଙ୍ଗଲ ନିଆଁ କୁ  କିପରି ଆୟତ୍ତ କରା ଯାଇ ପାରିବ ସେ ସମ୍ପର୍କରେ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ସଚେତନ କରିଥିଲେ। ଜାଣନ୍ତୁ, ଜଣାନ୍ତୁ, ଓ ଜିଣନ୍ତୁ ସେହିପରି ରହିଲେ ବନ ବଂଚିବେ ଜନ ସ୍ଲୋଗାନ ରେ ସଚେତନ କରିଥିଲେ।ସଂମାନିତ ଅତିଥି ରୂପେ ଏସିଫ ସୁବ୍ରତ କୁମାର ପାତ୍ର,ଟିଏସ୍ଡ଼ି କଲେଜ ଅଧ୍ୟକ୍ଷ ଡ଼ଃ. ରମଣ ରଞ୍ଜନ ମିଶ୍ର,ଜଗନ୍ନାଥ ପ୍ରସାଦ ଦମକଳ ବିଭାଗୀୟ ଅଧିକାରୀ ବିକାଶ କୁମାର ମୁଦୁଲି,ତାରସିଙ୍ଗୀ ରେଞ୍ଜର ଅରୁଣ କୁମାର ପ୍ରଧାନ, ଡେ଼ପୁଟିରେଞ୍ଜର କୃତିବାସ କୁମାର,ଭିଏସଏସ ସଭ୍ୟ ଲୋକନାଥ ଆଚାର୍ଯ୍ୟ,ସମିତିସଭ୍ୟ ନିଳାଞ୍ଚଳ ଖିଲାର ,ଓ ଜଗନ୍ନାଥ ପ୍ରସାଦ ଓଁ ଶାନ୍ତି ଆଶ୍ରମ ର ସଂଚାଳିକା ବି. କେ. ଅର୍ଚ୍ଚନା ଯୋଗ ଦେଇ ଜଙ୍ଗଲ ରେ ଲାଗୁଥିବା ନିଆଁ କୁ ଆୟତ୍ତ କରିବା ବିଭିନ୍ନ ସଚେତନ ବାର୍ତ୍ତା ଦେଇଥିଲେ।ଜଗନ୍ନାଥ ପ୍ରସାଦ ବନାଞ୍ଚଳ ଅଧିକାରିଣୀ  ସୁଶ୍ରୀ ସୁଜାତା କୁମାରୀ ପଣ୍ଡା କାର୍ଯ୍ୟକ୍ରମ ର ସଂଯୋଜନା ଓ ପୌରହିତ୍ୟ କରିଥିଲେ ଓ ସ୍ବାଗତ ଭାଷଣ ଦେଇ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ।ପ୍ରକଳ୍ପ ସଂଯୋଜକ ରାମଚନ୍ଦ୍ର ବାରିକ ମଞ୍ଚ ପରିଚାଳନା କରିଥିଲେ।




ବନକର୍ମଚାରି  କଳା ବଦନ ଦାସ,ସରତକୁମାର ମହାନ୍ତି, ବାସୁଦେବ ସେଠି,ଚନ୍ଦ୍ରଶେଖର ପାଣିଗ୍ରାହୀ,ଶ୍ରୀମନ ପ୍ରଧାନ,ସୀମାଞ୍ଚଳ ମିଶ୍ର,R. କିରଣ ଶୋଭା,ଗଗନ ବିହାରି ତ୍ରିପାଠୀ,ପ୍ରଭାସିନୀ ଗୌଡ଼,G. ଅଭୟ କାନ୍ତ,ପ୍ରିୟଙ୍କା ପାଳ,କିଷାନ କୁମାର ମଲ୍ଲିକ,ସ୍ୱାଗତିକା ଭୂୟାଁ,ରସାନନ୍ଦ ପ୍ରଧାନ,କୃଷ୍ଣ ନାହାକ,ଗନ୍ଧର୍ଵ ସେନ ନାୟକ,ଦିଲ୍ଲୀପ କୁମାର ଦାସ,ସୁକାନ୍ତ କୁମାର ନାୟକ, ଚିନ୍ମୟ ମହାଙ୍କୁଡ ଓ ଜଗନ୍ନାଥ ପ୍ରସାଦ ଓ ତାରାସିଙ୍ଗି ଵନାଞ୍ଚଳର ୫୦ ଗୋଟି ବନ ସୁରକ୍ଷା ସମିତି ମଧ୍ୟରୁ ଶତାଧିକ ବନ ସୁରକ୍ଷା ସମିତିର କର୍ମକର୍ତ୍ତା ଗଜସାଥୀ ,ଆନିମେଟର ଯୋଗ ଦେଇ ଜଙ୍ଗଲ ନିଆଁକୁ କିପରି ପ୍ରତିହତ କରିହେବ ସେ ବିଷୟରେ ନିଜ ନିଜର ଅଭିଜ୍ଞତା ଓ ମତାମତ ସାବ୍ୟସ୍ତ କରିଥିଲେ ।ଲେମ୍ବେଇ ଗ୍ରାମର ଜଗାବଳିଆ ଦାସକାଠିଆ ଟିମ୍ ଉପସ୍ଥିତ ସମସ୍ତ ଅଂଶ ଗ୍ରହଣକାରି ଭି.ଏସେ .ଏସ.କର୍ମ କର୍ତ୍ତା ମାନଙ୍କୁ ବିଭିନ୍ନ ଗୀତ ନାଚ ମାଧ୍ଯମରେ ଜଙ୍ଗଲ ନିଆଁ ଉପରେ ସଚେତନ କରିଥିଲେ ଓ  ଜଙ୍ଗଲ ନିଆଁ ନିରାକରଣ ନିମନ୍ତେ ଏକ ପଥପ୍ରାନ୍ତ ନାଟକ ପରିବେଷଣ କରିଥିଲେ।ବନଖଣ୍ଡ ଅଧିକାରୀ ଅଗ୍ନି ନିରାକରଣ ରଥକୁ ସବୁଜ ପତାକା ଦେଖାଇ ଜନସାଧାରଣଙ୍କ ନିମନ୍ତେ ସମର୍ପଣ କରିଥିଲେ ।ଶେଷରେ ବନପାଳ  ଦିଲ୍ଲୀପ କୁମାର ଦାସ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Post a Comment

Previous Post Next Post
Header ADS