ଜଗନ୍ନାଥ ପ୍ରସାଦ(ନୀଳଚକ୍ର live)ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ର ଜିରାବାଡି ଗ୍ରାମ ପଞ୍ଚାୟତ ର ଜିରାବାଡି ର ବଡଦାଣ୍ଡ ଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା ର ଶେଷ କାର୍ଯ୍ୟକ୍ରମ ବ୍ଲକ ବିଡ଼ିଓ ଅଶ୍ୱିନୀ କୁମାର ମହାପାତ୍ର ଙ୍କ ସଭାପତିତ୍ୱ ରେ ଓ ସରପଞ୍ଚ ସରୋଜ କୁମାର ନାୟକ ଙ୍କ ସଂଯୋଜନା ରେ ମାର୍ଚ୍ଚ୧୫ ରେ ଅନୁଷ୍ଠିତ ହୋଇ ଯାଇଛି। ମାନ୍ୟବର ଅର୍ଥ ମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଓଡ଼ିଶା ସରକାର ଙ୍କ ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇ ଥିଲେ।ଜଗନ୍ନାଥ ପ୍ରସାଦ ରେ ସବ ରେଜିଷ୍ଟର କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ପାଇଁ ମାର୍ଚ୍ଚ 14 ରେ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଓ ଆସନ୍ତା ଜୁନ 1 ତାରିଖ ରୁ ଆରମ୍ବ ହେବ ଓ ତହସିଲଦାର ଏହାର ଦାଇତ୍ଵ ରେ ରହିବା ସମ୍ପର୍କରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଆରୁଖ ସୂଚନା ଦେବା ସହ ବିଜ୍ଞପ୍ତି ଚିଠି କୁ ଦେଖେଇ ଥିଲେ ଓ ବିଡିଓ ଶ୍ରୀ ମହାପାତ୍ର ଏହାକୁ ପଢ଼େଇ ଶୁଣେଇ ଥିଲେ।
ଜଗନ୍ନାଥ ପ୍ରସାଦ ବାସୀଙ୍କ ବହୁ ଦିନର ସ୍ୱପ୍ନ ପୂରଣ ହୋଇ ଥିବାରୁ ବିଭିନ୍ନ ମହଲରୁ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଆରୁଖ ଙ୍କୁ ଭୁୟସୀ ପ୍ରଶଂସା କରିଛନ୍ତି।ସେହିପରି ଛାମୁଣ୍ଡା ରେ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ,ଓ ରୁଢା ପଦର ଆଦିବାସୀ ବିଦ୍ୟାଳୟ ରେ 10ମ ପର୍ଯ୍ୟନ୍ତ ଅଧ୍ୟୟନ ପାଇଁ ଉର୍ଣ୍ଣତି କରାଯାଇଛି ବୋଲି ଶ୍ରୀଯୁକ୍ତ ଆରୁଖ କହିଥିଲେ।726 ଟି ବିଜୁ ସ୍ୱାସ୍ଥ୍ୟ ନବୀନ କାର୍ଡ,365 ଟି ବାର୍ଦ୍ଧକ୍ୟ ଭତ୍ତା,22 ଟି ମହିଳା ଗ୍ରୁପ କୁ 70 ହଜାର ଲେଖାଏଁ ବିନା ସୁଦ୍ଧ ରେ ଋଣ,171 ଜଣ ଗର୍ଭବତୀ ମହିଳା ଙ୍କୁ ମମତା ସହାୟତା ପ୍ରଦାନ କରିଥିଲେ।
କନ୍ଧମାଳ ସାଂସଦଙ୍କ ପ୍ରତିନିଧି ବିପ୍ର ଚରଣ ବାରିକ,ସମାଜସେବୀ ଶୁଳପାଣି ଶତପଥୀ,ଜଗନ୍ନାଥ ପ୍ରସାଦ ବ୍ଲକ ଅଧକ୍ଷା ଜୟଶ୍ରୀ ସାହୁ,ଉପାଧ୍ୟକ୍ଷ ରଞ୍ଜିତ ପାତ୍ର, ପୂର୍ବତନ ବ୍ଲକ ଅଧକ୍ଷା ଗୀତାଞ୍ଜଳୀ ବେହେରା, ସମିତିସଭ୍ୟ କିଶୋର ପ୍ରଧାନ,ପୂର୍ବତନ ସରପଞ୍ଚ ସାବିତ୍ରୀ ବେହେରା,ମଂଚାସିନ ଥିଲେ। ସେହିପରି ବ୍ଲକ କାର୍ଯ୍ୟାଳୟ ରେ ମନ୍ତ୍ରୀ ଶ୍ରୀଯୁକ୍ତ ଆରୁଖ ମଧ୍ୟ ଭତ୍ତା ବଣ୍ଟନ କରିଥିଲେ।ବ୍ଲକ ର ସମସ୍ତ କର୍ମଚାରୀ ଏଥିରେ ସହାୟତା କରିଥିଲେ।

Post a Comment