BREAKING
Loading...
:

ମାନ୍ୟବର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କୁ ଜଗନ୍ନାଥ ପ୍ରସାଦ ରେ ସମ୍ବର୍ଦ୍ଧନା


ଜଗନ୍ନାଥ ପ୍ରସାଦ(ନୀଳଚକ୍ର live)-ଭଂଜନଗର ନିର୍ବାଚନ ମଣ୍ଡଳୀ ର ନବନିର୍ବାଚିତ ବିଜେପି ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କୁ ଜଗନ୍ନାଥ ପ୍ରସାଦ ରେ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆ ଯାଇଛି। ଜଗନ୍ନାଥ ପ୍ରସାଦ ମୁଖ୍ୟ ରାସ୍ତା ପାର୍ଶ୍ୱ ରେ ଥିବା ବଜରଙ୍ଗୀବାଲି ଆଶ୍ରମ ରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ନାୟକ ପହଂଚିବା ପରେ ହଜାର ହଜାର ବିଜେପି କର୍ମି, ସମର୍ଥକ, ଶୁବେଛୁ ତାଂକୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା କରି

ବିରାଟ ପଟୁଆରରେ ସହର ସାରା ଶୋଭାଯାତ୍ର କରିଥିଲେ। ବାଣ, ଆତସବାଜି , ଡିଜେ ଓ ସିଙ୍ଘ ବାଜା ବଜେଇ ବିରାଟ ପଟୁଆର ରେ  ବିଜୟ ଶୋଭାଯାତ୍ର ରେ ପାଛୋଟି ନେଇଥିଲେ ତାଙ୍କ ପ୍ରିୟ ବିଧାୟକ ଶ୍ରୀଯୁକ୍ତ ନାୟକ ଙ୍କୁ।ବିଜୟ ଶୋଭାଯାତ୍ର ବଜରଙ୍ଗୀ ବାଲି ଆଶ୍ରମ ଠାରୁ ଆରମ୍ଭ ହୋଇ  ମୁଖ୍ୟ ରାସ୍ତା ବସ ଷ୍ଟାଣ୍ଡ,ହାଟପଦା,କଇଠପଲ୍ଲି, ଗଡ଼ସାହି, ଜଳିସାହି,କରଣସାହି,ପାଇକ ସାହି ଦେଇ ବଡଦାଣ୍ଡ ର ବିଜୟ ଉତ୍ସବ ସଭା ମଣ୍ଡପ ପର୍ଯ୍ୟନ୍ତ ହୋଇ ଥିଲା। ସରୋଜ କୁମାର ନାୟକ ବିଜୟ ସମ୍ବର୍ଦ୍ଧନା ସଭା ର ପରିଚାଳନା କରିଥିଲେ।






ଗଞ୍ଜାମ  ଜିଲ୍ଲା ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ଅଭେଦ୍ୟ ବିଜେଡ଼ି ଦୁର୍ଗ କୁ ଭାଙ୍ଗି ଟାଣୁଆ ନେତାଙ୍କୁ ପରାଜୟ କରି ବିଜୟ ହୋଇ ଥିବା ରୁ ନେତାଙ୍କ ଠାରୁ କର୍ମୀ  ସହ ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ମନରେ ଖୁସି ଭରପୁର ଦେଖିବାକୁ ମିଳିଥିଲା। ଭଞ୍ଜନଗର ଏବଂ ଜଗନ୍ନାଥ ପ୍ରସାଦ ବ୍ଲକ୍ କୁ ନେଇ ଗଠିତ ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ରେ  ବିଜେପି  ର ବିଜୟ ପାଇଁ  ଏକ ବିରାଟ ଚାଲେଞ୍ଜ ପୂର୍ଣ୍ଣ ଥିଲା । ଗୋଟିଏ ପଟେ ନିର୍ବାଚନ ପ୍ରଚାର୍ ଅନ୍ୟପଟେ ଯେଉଁଭଳି ଦଳୀୟ କର୍ମୀଙ୍କୁ ଆକ୍ରମଣ ଶିକାର ସହିବାକୁ ପଡ଼ିଛି ,ଓ ବହୁ କର୍ମୀ ଙ୍କୁ ମିଥ୍ୟା କେଶ ରେ ଛନ୍ଦି ଦିଆ ଯାଇଥିବା  କଥା କେବଳ ମୁଁ ଜାଣିଛି ବୋଲି କହି  ଭବବିହ୍ୱଳ ହୋଇ କାନ୍ଦି ପକେଇ ଥିଲେ  ବିଧାୟକ ପ୍ରଦ୍ୟୁମ୍ନ ନାୟକ ।








ଏଥି ସହ ୨୫ ବର୍ଷର ହିସାବ ବରାବର ଦେବାକୁ ଖୋଲା ଖୋଲି ଚେତାବନୀ ଦେଇଛନ୍ତି ବିଧାୟକ । ସଭାରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଏବଂ ଜଗନ୍ନାଥ ପ୍ରସାଦ ବିଜେପି ମଣ୍ଡଳ ସଭାପତି ଅଜିତ କୁମାର ନାୟକ,ତାରସିଂ ବିଜେପି ମଣ୍ଡଳ ସଭାପତି ଓକିଲ ନିଳାଞ୍ଚଳ ଖିଲାର,ବିଡ଼ିପୁର ବିଜେପି ମଣ୍ଡଳ ସଭାପତି ସନ୍ତୋଷ ବିସୋଇ ପ୍ରମୁଖ ଙ୍କୁ  ଉପଢୋକନ ଦେଇ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ନାୟକ   ସମ୍ମାନିତ  କରିଥିଲେ। । ଏଥି ସହିତ ପୂର୍ବରୁ ଦଳ ପାଇଁ ସଂଗ୍ରାମ ଏବଂ ଦୁର୍ନୀତି ବିରୁଦ୍ଧରେ ଦୃଢ଼ ଭାବରେ ଲଢ଼େଇ କରି ଆସୁଥିବା ଗଣ୍ଡାଧର  ର ବରିଷ୍ଠ ବିଜେପି ନେତା ସୂର୍ଯ୍ୟ ନାରାୟଣ ନାୟକ,ମହେନ୍ଦ୍ର ପଣ୍ଡା, ତୁମ୍ବନାଥ ସାହୁ,ବିପିନ ବିହାରି ମୋହିନୀ, ବାବାଜୀ ପଲେଇ, ଶିବାଜୀ ସେଠି, ମଧୁସୂଦନ ପାଣିଗ୍ରାହୀ ଙ୍କୁ  ମଧ୍ୟ ସମ୍ବର୍ଦ୍ଧନା କରିଥଲେ । ଅଞ୍ଚଳର ବିକାଶ ପଥକୁ ଆଗେଇ ନେବାକୁ ପ୍ରଚେଷ୍ଟା ସହ ବିଭିନ୍ନ ସମୟରେ ଉନ୍ନତିମୂଳକ ପ୍ରକଳ୍ପର ଅଧିକାରୀଙ୍କୁ ଭେଟି ତୁରନ୍ତ ସମସ୍ୟାର ସମାଧାନ ଲକ୍ଷରେ ନଜର ରଖିବେ ବୋଲି ଶ୍ରୀ ନାୟକ ସମ୍ବୋଧନ ଦେଇଥିଲେ ।ପ୍ରଶାନ୍ତ ପାତ୍ର,ପବିତ୍ର ମହାପାତ୍ର, ତାପସ ପ୍ରଧାନ ଓ ସୂର୍ଯ୍ୟ ନାରାୟଣ ନାୟକ ସମେତ ହଜାର ହଜାର ବିଜେପି କର୍ମୀ ଓ ଜନସାଧାରଣ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।ଶେଷରେ ବାସୁଦେବ ନାୟକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Post a Comment

Previous Post Next Post
Header ADS