BREAKING
Loading...
:

ବିଡ଼ିପୁର,ଟି.ଏସ.ଡି.କଲେଜ ତରଫରୁ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କୁ ସମ୍ବର୍ଦ୍ଧନା

ଜଗନ୍ନାଥ ପ୍ରସାଦ(ନୀଳଚକ୍ର live)-ବି. ଡି. ପୁର କଲେଜ              ତେନ୍ତୁଲିଆ ଶାସନ ଦେବାସ୍ଥାନ ମହାବିଦ୍ୟାଳୟ ପାଠଚକ୍ର ପ୍ରକୋଷ୍ଠ ଠାରେ ନବ ନିର୍ବାଚିତ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କ ସମ୍ମାନାର୍ଥେ ସ୍ଵାଗତ ଏବଂ ପ୍ରତିଭା ସମ୍ୱର୍ଦ୍ଧନା ଉତ୍ସବ ଅଧ୍ୟକ୍ଷ ଡ଼ଃ ପୀତବାସ ପାଳ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦେଇ ନିଜ ଅଭିଭାଷଣରେ କହଥିଲେ ଯେ, ଦିନେ ଏ କଲେଜ ରେ ମୁଁ  ଯୁକ୍ତ ଦୁଇ କ୍ଲାସ ରେ ପଢ଼ୁଥିଲି । ଆଜି ମୁଁ ନିଜକୁ ଧନ୍ୟମନେ କରୁଛି ଯେ, ଏ ମହାବିଦ୍ୟାଳୟ ଆଜି ମୋତେ ବିଧାୟକ ଭାବରେ ତିଆରି କରିପାରିଛି ।





ତେଣୁ ଏ ମହାବିଦ୍ୟାଳୟ ପ୍ରତି ମୋର ଅକୁଣ୍ଠ ସହଯୋଗ ସଦାସର୍ବଦା ରହିବ ଏବଂ ଆଗାମୀ ପାଞ୍ଚବର୍ଷ ଭିତରେ ଏ ମହାବିଦ୍ୟାଳୟ କୁ ଓଡ଼ିଶାରେ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବରେ ମୁଁ ଗଢିତୋଳିବି । ସେହିପରି ଉକ୍ତ ଉତ୍ସବରେ ପରିଚାଳନା କମିଟି ସଭାପତି ଡ଼ାକ୍ତର ରାଜେନ୍ଦ୍ର ପ୍ରସାଦ ସ୍ୱାଇଁ ଯୋଗଦେଇ ମହାବିଦ୍ୟାଳୟ ଏବଂ ଛାତ୍ରଛାତ୍ରୀ ମାନଙ୍କ ଉନ୍ନତି ନିମନ୍ତେ ତଥା ପରିଚାଳନା କମିଟି ଦ୍ବାରା ନିଯୁକ୍ତ ଅଧ୍ୟାପକ ଓ ଅଧ୍ୟାପିକା ଓ କର୍ମଚାରୀ ବୃନ୍ଦଙ୍କ ବେତନK ବୃଦ୍ଧି ଏବଂ ସ୍ଥାୟୀନିଯୁକ୍ତି ତଥା ସମାନ କାମ କୁ ସମାନ ଦରମା  ଦେବା ନିମନ୍ତେ  ସରକାର ପଦକ୍ଷେପ ନେବା ପାଇଁ ମାନ୍ୟବର ବିଧାୟକଙ୍କୁ ନିଜ ଅଭିଭାଷଣରେ ଅନୁରୋଧ କରିଥିଲେ ଏବଂ ବିଧାୟକ ମଧ୍ୟ ସଭାପତିଙ୍କ ଅନୁରୋଧକୁ ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।













ସେହି ପରି ଗଣିତ ବିଭାଗର ବରିଷ୍ଠ ପ୍ରାଧ୍ୟାପକ ବଦ୍ରିନାରୟଣ ପାତ୍ର ମଞ୍ଚାସିନ ରହି ନିଜର ଅଭିଭାଷଣ ରଖିଥିଲେ। ଇତ୍ୟବସରରେ ମାନ୍ୟବର  ବିଧାୟକଙ୍କୁ ଅଧ୍ୟକ୍ଷ ଏଵଂ ସଭାପତି ମାନପତ୍ର, ପୁଷ୍ପଗୁଚ୍ଛ ଓ ଉପଢୈକନ ଦେଇ ସମ୍ୱର୍ଦ୍ଧନା କରିଥିଲେ ଏଥି ସହିତ ମହାବିଦ୍ୟାଳୟରେ ଚଳିତ ବର୍ଷ  ଯୁକ୍ତ ଦୁଇ ଓ ଯୁକ୍ତ ତିନିରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା,୧୫ ଜଣ ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ମାନପତ୍ର, ପୁରସ୍କାର, ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ।

ଉକ୍ତ ଉତ୍ସବରେ ଡଃ ଭଞ୍ଜ କିଶୋର ରଣା ସ୍ଵାଗତ ଭାଷଣ ଦେଇଥିବାବେଳେ ଅଧ୍ୟାପକ ବସନ୍ତ କୁମାର ଶତପଥି ମାନପତ୍ର ପାଠ କରିଥିଲେ । ଅଧ୍ୟାପକ ସୁଧିର କୁମାର ପଟ୍ଟନାୟକ, ଅର୍ଚ୍ଚନା ପ୍ରିୟଦର୍ଶିନୀ, ସୁକାନ୍ତ ପଣ୍ଡା ପୁରସ୍କାର ବିତରଣରେ ସହଯୋଗ କରିଥିଲେ, ଶେଷରେ ପ୍ରଶାସନିକ ଅଧିକାରୀ ଅଧ୍ୟାପକ  ଦିଲ୍ଲୀପ କୁମାର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ପରିଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Post a Comment

Previous Post Next Post
Header ADS