ତିଳିସିଙ୍ଗି(ନୀଳଚକ୍ର Live)ଭଂଜନଗର ନିର୍ବାଚନ ମଣ୍ଡଳୀ ର ନବନିର୍ବାଚିତ ବିଜେପି ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କୁ ନିଜ ଜନ୍ମ ମାଟି ତିଳିସିଙ୍ଗିରେ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆ ଯାଇଛି। ତିଳିସିଙ୍ଗି ର ମୁଣ୍ଡିଆ ସାହି ଠାରେ ସହ ସହ ମହିଳା ପୂର୍ଣ୍ଣ କୁମ୍ଭ ବାଢି ବନ୍ଦାପନା କରି ସ୍ୱାଗତ କରିଥିଲେ। ଗାଁ ର ପୁଅ ଆଜି ବିଧାୟକ ହୋଇ ଗାଁ ମାଟି କୁ ଆସିଥିବା ରୁ ସମସ୍ତଙ୍କ ମୁହଁରେ ଖୁସି ର ଲହରି ଖେଳି ଯାଇଥିଲା। ଗାଁ ର ପୁଅ ଆଜି ବିଧାୟକ ହୋଇ ଥିବାରୁ ସମସ୍ତ ଙ୍କ ଆଖିରେ ଆନନ୍ଦ ର ଅଶ୍ରୁ ଦେଖିବା କୁ ମିଳିଥିଲା।ବିଧାୟକ ଭି ନିଜ ମାଟି ରେ ଗ୍ରାମବାସୀ ଙ୍କ ଏପରି ବିପୁଳ ସ୍ୱାଗତ ଦେଖି ମଧ୍ୟ କାନ୍ଦି ପକେଇଥିଲେ।ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ନାୟକଙ୍କୁ ହଜାର ହଜାର ଗ୍ରାମବାସୀ ,ବିଜେପି କର୍ମି, ସମର୍ଥକ, ଶୁବେଛୁ ତାଂକୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା କରି ବିରାଟ ପଟୁଆରରେ ଗାଁ ସାରା ଶୋଭାଯାତ୍ର କରିଥିଲେ। ବାଣ, ଆତସବାଜି , ଡିଜେ ଓ ସିଙ୍ଘ ବାଜା ବଜେଇ ବିରାଟ ପଟୁଆର ରେ ବିଜୟ ଶୋଭାଯାତ୍ର ରେ ପାଛୋଟି ନେଇଥିଲେ ତାଙ୍କ ଗାଁ ର ପୁଅ ତଥା ତାଙ୍କ ପ୍ରିୟ ବିଧାୟକ ଶ୍ରୀଯୁକ୍ତ ନାୟକ ଙ୍କୁ।ବିଜୟ ଶୋଭାଯାତ୍ର ମୁଣ୍ଡିଆ ସାହି ଠାରୁ ଆରମ୍ଭ ହୋଇ ଗାଙ୍ଗଝୋଳା ସାହି,ମିଲ ସାହି, ଖଦାଲ ସାହି, ଭାଳିଆ ସାହି, ତଳସାହି,କୁମ୍ଭାର ସାହି ହୋଇ ନିଜ ବାସଭବନରେ ପହଞ୍ଚି ଥିଲେ, ସେଠାରେ ନିଜ ପରିବାର ବର୍ଗ ମାନେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା କରିଥିଲେ।
ଏହା ପରେ ବଡଦାଣ୍ଡ ର ଶ୍ରୀରାମ ମନ୍ଦିର ଆଗରେ ବିଜୟ ଉତ୍ସବ ସଭା ମଣ୍ଡପ ପର୍ଯ୍ୟନ୍ତ ଯାଇ ଥିଲା। ବିଜେପି ନେତା ତଥା ସାମ୍ବାଦିକ ରବୀନ୍ଦ୍ର ଗୌଡ଼ ବିଜୟ ସମ୍ବର୍ଦ୍ଧନା ସଭା ର ପରିଚାଳନା କରିଥିଲେ।ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ଅଭେଦ୍ୟ ବିଜେଡ଼ି ଦୁର୍ଗ କୁ ଭାଙ୍ଗି ଟାଣୁଆ ନେତାଙ୍କୁ ପରାଜୟ କରି ବିଜୟ ହୋଇ ଥିବା ରୁ ନେତାଙ୍କ ଠାରୁ କର୍ମୀ ସହ ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ମନରେ ଖୁସି ଭରପୁର ଦେଖିବାକୁ ମିଳିଥିଲା। ଭଞ୍ଜନଗର ଏବଂ ଜଗନ୍ନାଥ ପ୍ରସାଦ ବ୍ଲକ୍ କୁ ନେଇ ଗଠିତ ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ରେ ବିଜେପି ର ବିଜୟ ପାଇଁ ଏକ ବିରାଟ ଚାଲେଞ୍ଜ ପୂର୍ଣ୍ଣ ଥିଲା ।
ଗୋଟିଏ ପଟେ ନିର୍ବାଚନ ପ୍ରଚାର୍ ଅନ୍ୟପଟେ ଯେଉଁଭଳି ଦଳୀୟ କର୍ମୀଙ୍କୁ ଆକ୍ରମଣ ଶିକାର ସହିବାକୁ ପଡ଼ିଛି ,ଓ ବହୁ କର୍ମୀ ଙ୍କୁ ମିଥ୍ୟା କେଶ ରେ ଛନ୍ଦି ଦିଆ ଯାଇଥିଲା । ନିର୍ବାଚନ ସମୟରେ ଗ୍ରାମରେ ମଧ୍ୟ ନିର୍ଵାଚନୀ ହିଂସା ହୋଇଥିଲା ବୋଲି ମାନ୍ୟବର ବିଧାୟକ କହିଥିଲେ।ଗ୍ରାମବାସୀ ଙ୍କ ଦ୍ଵାରା ଆୟୋଜିତ ବିଜୟ ଉଚ୍ଚବ ସଭା ରେ ତାଙ୍କ ଗାଁ ର ପୁଅ ତଥା ବିଧାୟକ ଙ୍କୁ ବିପୁଳ ସମ୍ବର୍ଦ୍ଧନା କରିଥିଲେ।ବର୍ଷିୟାନ ରାଜନେତା ପ୍ରଭାକର ନାୟକ ଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରା ଯାଇ ଥିଲା। ମୁଜାଗଡ ର ପୂର୍ବତନ ସରପଞ୍ଚ ଧୋବା ଗୌଡ଼ ,ସରପଞ୍ଚ ଶିବ ପ୍ରଧାନ ମଧ୍ୟ ନିଜ ବକ୍ତବ୍ୟ ରଖିଥିଲେ।ବହୁ ବିଜେପି କର୍ମକର୍ତ୍ତା, ଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ହଜାର ହଜାର ବିଜେପି ସମର୍ଥକ ଯୋଗ ଦେଇଥିଲେ।

Post a Comment