BREAKING
Loading...
:

ଗଞ୍ଜାମ ଜିଲ୍ଲା ଘରୋଇ ବସ ମାଲିକ ସଂଘର ବନ୍ଧୁ ମିଳନ ଓ କର୍ମଶାଳା


ବ୍ରହ୍ମପୁର(ନୀଳଚକ୍ର Live)- ୩/୭/୨୦୨୪ ରିଖ ବୁଧବାର ବ୍ରହ୍ମପୁର ମୁନିସିପାଲିଟି ଗେଷ୍ଟ ହାଉସ୍ ଠାରେ ଗଞ୍ଜାମ ଜିଲ୍ଲା ର ଘରୋଇ ବସ ମାଲିକ ସଂଘ ର  ବନ୍ଧୁ ମିଳନ ଓ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ଘରୋଇ ବସ ମାଲିକ ସଂଘ ଉପସଭାପତି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ପାଢ଼ୀ ଅଧ୍ୟକ୍ଷତାରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା  ଓ ଜୋନ ନମ୍ବର ୪  ସମ୍ପାଦକ ଶ୍ରୀ ସନ୍ତୋଷ ପୋଲାଈ ମଞ୍ଚ ପରିଚାଳନା କରିଥିଲେ।ଘୁମୁସର ଘରୋଇ ବସ ମାଲିକ ସଂଘର ସମ୍ପାଦକ ଶ୍ରୀ ବିପ୍ର ଚରଣ ବାରିକ, ହିଞ୍ଜିଳିକଟୁ ଘରୋଇ ବସ ମାଲିକ ସଂଘର ସମ୍ପାଦକ ଶ୍ରୀ କରମଣୀ ରାଉଳ,

ପୋଲସରା ଘରୋଇ ବସ ମାଲିକ ସଂଘର  ସମ୍ପାଦକ ଶ୍ରୀ ନୀଳାଞ୍ଚଳ ପଣ୍ଡା,ବୁଗୁଡ଼ା ଘରୋଇ ବସ ମାଲିକ ସଂଘର ସମ୍ପାଦକ ଶ୍ରୀ ଚିତ୍ରସେନ ନାୟକ,ପୁରୁଷୋତ୍ତମପୁର ଘରୋଇ ବସ ମାଲିକ ସଂଘର ସମ୍ପାଦକ ଶରତଭାବ ମିଶ୍ର,ସୋରଡ଼ା ଘରୋଇ ବସ ମାଲିକ ସଂଘର ଉପସଭାପତି ଆଶିଷ ଦାସ ପ୍ରମୁଖ ମଞ୍ଚାସିନ ଥିଲେ।ଉକ୍ତ ବୈଠକ ରେ ଘରୋଇ ବସ ମାଲିକ ମାନଙ୍କର ଗାଡି  ବିଭିନ୍ନ ବାଧ୍ୟ,ବିଘ୍ନ,ଅସୁବିଧା ଦେଇ ଚଳପ୍ରଚଳ କରିବା ସଙ୍ଗେ ସଙ୍ଗେ  ଯେଉଁ ପ୍ରତିଦ୍ବନ୍ଦୀତା ସୃଷ୍ଟି ହେଉଛି ତାକୁ ଦୁଷ୍ଟି ରେ ରଖି ବସ ବ୍ୟବସାୟ କୁ ବଞ୍ଚେଇ ରଖିବା ପାଇଁ ସମସ୍ତ ଙ୍କ ଏକତା ହିଁ ଆବଶ୍ୟକତା ରହିଛି ବୋଲି  ବୈଠକରେ ଆଲୋଚନା ହୋଇଥିଲା।

ରାଜ୍ୟ ସରକାର ଙ୍କ ନୂତନ ଗାଡି ଚଳାଇବା ପାଇଁ ପରିମିଟି ପତ୍ର ପ୍ରଦାନ କରିବା  ଯୋଗୁଁ  ବହୁ ଗାଡି ସହିତ ଗଣ୍ଡଗୋଳ ହେବା ସହ ନୂଆ ଗାଡି ଓ ଚାଲୁ ଥିବା ଗାଡି ର ସମୟ ଶାରଣୀ ସମାନ  ରହିଥିବ ଯୋଗୁଁ  ବହୁ ଜାଗା ରେ ଗାଡି ମାନଙ୍କ ମଧ୍ୟରେ ପ୍ରତିଦ୍ବନ୍ଦୀତା ସୁଷ୍ଟି ହୋଇଛି ଯାହା ଫଳ ରେ   ବହୁ ଧନ ଜୀବନ ହାନି ହେବା ସାଙ୍ଗକୁ  ଯାତ୍ରୀ ମାନେ ସୁରକ୍ଷିତ ମଣୁ ନାହାନ୍ତି ।ପୂର୍ବ ରାଜ୍ୟ ସରକାର ଯେଉଁ ଓ.ଏସ ଆର.ଟି.ସି ଓ ଲକ୍ଷ୍ମୀ ବସ ପ୍ରଚଳନ କରିଥିଲେ ରାଜ୍ୟ ସରକାର ସଠିକି୍ ଢଙ୍ଗରେ ଧ୍ୟାନ ନ ଦିଅନ୍ତି ତାହା ହେଲେ  ରାଜ୍ୟ ଘରୋଇ ବସ ମାଲିକ ସଂଘର ପାଇଁ ବିପଦ ସୁଷ୍ଟି କରିବାର ସମ୍ଭାବନା ରହିଛି। ଏଥି ସମ୍ବନ୍ଧେ ଆଜି ବୈଠକ ରେ  ଜିଲ୍ଲା ର ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ବିଭୁତି ଜେନା ଓ ପରିବହନ ସଚିବ ଙ୍କୁ ସାକ୍ଷାତ କରି ବିଭିନ୍ନ ଦାବି ସମ୍ପର୍କ ରେ ଅବଗତ କରିବା ପାଇଁ ମଧ୍ୟ ନିଷ୍ପତି ନିଆଗଲା ଏବଂ ପରବର୍ତ୍ତୀ କାର୍ଯ୍ୟକାରିଣୀ ବୈଠକ ପାଇଁ ଆସନ୍ତା ଅଗଷ୍ଟ ୭ ତାରିଖରେ ହେବାକୁ ନିର୍ଦ୍ଧାରଣ କରାଗଲା । ପରିଶେଷରେ 
ବୈଠକ ରେ ବହୁ ସଂଖ୍ୟା ରେ ଯୋଗ ଦେଇଥିବା ଯୋଗୁଁ ସଭାପତି ଓ ସମ୍ପାଦକ ଙ୍କୁ ଧନ୍ୟବାଦ ଜଣାଇ ସଭା ସାଙ୍ଗ୍  କରାଗଲା

Post a Comment

Previous Post Next Post
Header ADS