BREAKING
Loading...
:

ବନ ମହୋତ୍ସବ ସପ୍ତାହ ପାଳିତ


ଜଗନ୍ନାଥ ପ୍ରସାଦ:(ନୀଳଚକ୍ର live)-୦୬.୦୭.୨୦୨୪ ରିଖ ଦିନ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଡ଼ିଗ୍ରୀ କଲେଜ ପରିସରରେ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କଲେଜ ଜାତୀୟ ସେବା ଯୋଜନା, ଯୁବ ରେଡକ୍ରସ୍ ଏବଂ ଭାରତ ସ୍କାଉଟ୍ ଏଣ୍ଡ ଗାଇଡ ଓ ଜଗନ୍ନାଥ ପ୍ରସାଦ ବନ ବିଭାଗର ମିଳିତ ଆନୁକୁଲ୍ୟରେ ସମାପନ ହୋଇଯାଇଛି । ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡ଼ଃ ପ୍ରମୋଦ କୁମାର ଚୌଧୁରୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଛାତ୍ରଛାତ୍ରୀ ବୃନ୍ଦ ବିଭିନ୍ନ ସ୍ଲୋଗାନ ଦେଇ ସମସ୍ତଙ୍କୁ ସଚେତନ କରିଥିଲେ ।

ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ କଲେଜ ଅଧ୍ୟକ୍ଷ ଶ୍ରୀଯୁକ୍ତ ସନାତନ ସାହୁ ଚାରା ରୋପଣ କରି ଶୁଭାରମ୍ଭ କରିଥିଲେ । ପ୍ରତେକ ଗଛର ଉପାଦେୟତାକୁ ଉପଲବ୍ଧି କରି ବୃକ୍ଷରୋପଣ ଅଭିଯାନକୁ ସଫଳ କରିବା ପାଇଁ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ବନ ବିଭାଗର ସ୍ଥାନୀୟ ବନପାଳ ଶ୍ରୀ ସୁକାନ୍ତ କୁମାର ନାୟକ ଏବଂ ବନ ବିଭାଗର ଅନ୍ୟାନ୍ୟ କର୍ମଚାରୀ ବିଭିନ୍ନ ପ୍ରକାର ଚାରା ଯୋଗାଇ ବୃକ୍ଷ ରୋପଣ କ୍ଷେତ୍ରରେ ସହାୟତା ପ୍ରଦାନ କରିଥିଲେ । କଲେଜର ପ୍ରାୟ ଶତାଧିକ ଛାତ୍ରଛାତ୍ରୀ ବିଭିନ୍ନ ଔଷଧୀୟ ବୃକ୍ଷ ରୋପଣ କରି ଗଛ ଗୁଡ଼ିକର ଦାୟିତ୍ଵ ନେବା ପାଇଁ ସଂକଳ୍ପବଦ୍ଧ ହୋଇଥିଲେ । ମହୋତ୍ସବରେ ଯୁବ ରେଡକ୍ରସ୍ ର କାଉନସିଲର ଶ୍ରୀଯୁକ୍ତ ନିରଞ୍ଜନ ଶତପଥୀ, ଭାରତ ସ୍କାଉଟ୍ ଏଣ୍ଡ ଗାଇଡର ରେଞ୍ଜର ନେତ୍ରୀ ସୁଶ୍ରୀ ସୁନୀତା ବିଷୋୟୀ , ରୋଭର ଲିଡର ଶ୍ରୀ ଶ୍ରୀକାନ୍ତ ପାତ୍ର, ଅଧ୍ୟାପକ ଶ୍ରୀଯୁକ୍ତ ବିଭୂତି ଭୂଷଣ ପ୍ରଧାନ, ଶ୍ରୀ ବିରଞ୍ଚି ନାରାୟଣ ପ୍ରଧାନ, ଶ୍ରୀ ପଞ୍ଚାନନ ପୋଲାଇ, ଗ୍ରନ୍ଥାଗାରିକ ଶ୍ରୀଯୁକ୍ତ ରଘୁନାଥ ପାଣି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସହଯୋଗ କରି ସଚେତନ କରାଇଥିଲେ ।

Post a Comment

Previous Post Next Post
Header ADS