BREAKING
Loading...
:

ଟି.ଏସ. ଡି.କଲେଜ ଇତିହାସ ବିଭାଗ ତରଫରୁ ଅଗଷ୍ଟ କ୍ରାନ୍ତି ଦିବସ


ଜଗନ୍ନାଥ  ପ୍ରସାଦ(ନୀଳଚକ୍ର Live)ବିଡିପୁରସ୍ଥିତ  ତେନ୍ତୁଳିଆ ଶାସନ ଦେଵସ୍ଥାନ ମହାବିଦ୍ୟାଳୟ ରେ ଇତିହାସ ବିଭାଗ ତରଫରୁ ଅଗଷ୍ଟ କ୍ରାନ୍ତି  ଦିବସ ଅବସରରେ ଏକ ପାଠଚକ୍ର ଅଧକ୍ଷ ପ୍ରଫେସର  ଶ୍ରୀ ଚିଂନ ବଦ୍ରି ନାରାୟଣ ପାତ୍ର ଙ୍କ ପୌରହିତ ରେ ଜାତୀୟ ସେବା ଯୋଜନା ର  ମିଳିତ ଅନୁକୂଲ୍ୟ ଅନୁଷ୍ଠିତ ହୋଇଯାଇଛି |ମୁଖ୍ୟ ବକ୍ତା ଭାବେ  ବିଭାଗୀୟ ଅଧ୍ୟାପକ ଡ଼ଃ  ଯଶୋବନ୍ତ  ପାନ ପାଠଚକ୍ର ର ସନ୍ଦର୍ଭ   ପାଠ କରିଥିଲେ  ବିଭାଗୀୟ ମୁଖ୍ୟ କ୍ୟାପଟେନ  ଦୀପକ କୁମାର ନାୟକ  ଅତିଥି ମାନଙ୍କ ପରିଚୟ  ପ୍ରଦାନ ସହ ପାଠଚକ୍ର ର ଉଦେଶ୍ୟ  ବିଷୟରେ  ସୂଚନା ପ୍ରଦାନ କରିଥିଲେ |ଶୈକ୍ଷିକ ଅଧିକାରୀ ଅଧ୍ୟାପକ  ଶ୍ରୀ ଅଲେଖ ଚନ୍ଦ୍ର ଘଡ଼ାଇ ,ପ୍ରଶାସନିକ ଅଧିକାରୀ  ଅଧ୍ୟାପକ ଶ୍ରୀ ଦିଲ୍ଲୀପ  କୁମାର ତ୍ରିପାଠୀ  ମଧ୍ୟ  ପାଠଚକ୍ର ବିଷୟରେ  ଆଲୋକପାତ କରିଥଲେ | ଜାତୀୟ  ସେବା ଯୋଜନା ଅଧିକାରୀ  ଅଧ୍ୟାପକ  ସୁଧୀର କୁମାର ପଟନାୟକ  ମଧ୍ୟ ନିଜ ଭାଷଣ ରେ  ପାଠଚକ୍ର ର ଅଭିମୁଖ୍ୟ  ବର୍ଣ୍ଣନା  କରିଥିଲେ | ଜାତୀୟ ସେବା ଯୋଜନା  ଅଧିକାରିଣୀ  ଅଧ୍ୟାପିକା  ସୁଶ୍ରୀ ସଂଗୀତ ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ | ଏବଂ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା ,ବିଭାଗୀୟ  ଛାତ୍ରଛାତ୍ରୀ  ମଧ୍ୟ ଉପସ୍ଥିତ ଥିଲେ |

Post a Comment

Previous Post Next Post
Header ADS