ବ୍ରହ୍ମପୁର(ନୀଳଚକ୍ର Live)- ଗଞ୍ଜାମ ଜିଲ୍ଲା ପଛୁଆ ବର୍ଗ ବିକାଶ ମଞ୍ଚ କାର୍ଯ୍ୟକାରୀ ବୈଠକ ବ୍ରହ୍ମପୁର ର ଗାୟତ୍ରୀ ହୋଟେଲ ସମ୍ମିଳନୀ କକ୍ଷ ରେ ସେପ୍ଟେମ୍ୱର ୧୪ତାରିଖ ରେ ଜିଲ୍ଲା ସଭାପତି ପ୍ରଭାକର ସାହୁ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି। ସଭା ଆରମ୍ଭ ରେ ଶ୍ରୀ ଗଣେଶ ଙ୍କ ବନ୍ଦନା କରାଯାଇ ଦୁଇ ମିନିଟ ପାଇଁ ବିଶ୍ବ ଶାନ୍ତି ପାଇଁ ନୀରବ ପ୍ରାର୍ଥନା କରା ଯାଇଥିଲା। ମହିଳା ସଭାନେତ୍ରୀ ସବିତା ସାହୁକାର ପୂର୍ବ ବୈଠକ ର ବିବରଣୀ ପାଠ କରି ଦୃଢ଼ି କରଣ କରିଥିଲେ। ବ୍ରହ୍ମପୁର ରେ ଥିବା ଯୁକ୍ତ୩ କଲେଜ ରେ "ପଛୁଆ ବର୍ଗ ଙ୍କ ଉନ୍ନତି ପାଇଁ ଛାତ୍ର ସମାଜ ର ଭୂମିକା" ଏକ ବକ୍ତୃତା ପ୍ରତିଯୋଗିତା କରିବା ପାଇଁ ବୈଠକ ରେ ସ୍ଥିର କରା ଯାଇଥିଲା। ସେପ୍ଟେମ୍ୱର ୧୮ତାରିଖ ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ଵରେ ଏକ ସ୍ମାରକ ପତ୍ର ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର, ବ୍ରହ୍ମପୁର ଙ୍କ ମାଧ୍ୟମରେ ପ୍ରଦାନ କରାଯିବା ବୋଲି ବୈଠକ ରେ ନିଷ୍ପତି ହୋଇଥିଲା। ବ୍ରହ୍ମପୁର ମହାନଗର ରେ ପଛୁଆ ବିକାଶ ମଞ୍ଚ ଗଠନ ନିମନ୍ତେ ପ୍ରମୋଦ ମହାରଣା ଙ୍କୁ ଦାୟିତ୍ଵ ଦିଆ ଯାଇଥିଲା। ବୈଠକ ରେ ଜି. ଭାସ୍କର ଦୋରା, ଡି. ଆପା ରାଓ, ହରପ୍ରିୟା ସାହୁ, ରିତାଞ୍ଜଳି ସ୍ୱାଇଁ, ରେଣୁବାଳା ସାହୁ, ଦୟାନିଧି ସାହୁ, ବାସୁଦେବ ସାହୁକାର, ପ୍ରମୋଦ ମହାରଣା, ନର୍ମଦା ସାହୁ, ଅରୁଣ କୁମାର ସାହୁ,ଭିଷ୍ମାଚାର୍ଯ୍ୟ ଚୌଧୁରୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଶେଷରେ ସବିତା ସାହୁକାର ଧନ୍ୟବାଦ ଅର୍ପଣ କରିବା ପରେ ସଭା ସାଙ୍ଗ ହୋଇ ଥିଲା।
ଗଞ୍ଜାମ ଜିଲ୍ଲା ପଛୁଆ ବର୍ଗ ବିକାଶ ମଞ୍ଚ ବୈଠକ
Chief Editor By Nirakar Sahu
0
Post a Comment