ଭଞ୍ଜନଗର (ନୀଳଚକ୍ର Live)ଗଞ୍ଜାମ ଜିଲ୍ଲା ର ଭଞ୍ଜନଗର ର ଅଗ୍ରଣୀ ପଞ୍ଜିକୃତ ସମ୍ବାଦିକ ସଙ୍ଘ କବି ସମ୍ରାଟ ମିଡ଼ିଆ କ୍ଲବ ଦ୍ୱାରା ଜାତୀୟ ପ୍ରେସ ଦିବସ ଭଞ୍ଜନଗର ଜେଲ ପଡିଆ ଠାରେ ପାଳନ ହୋଇଯାଇଛି।ସମାଜର ଜାଗ୍ରତ ପ୍ରହରୀ ଭାବେ କାର୍ଯ୍ୟ କରୁଥିବା ସମ୍ବାଦିକ ମାନଙ୍କ ପାଇଁ ଗୋଟିଏ ଦିନ ଜାତୀୟ ପ୍ରେସ ଦିବସ ଭାବେ ସମଗ୍ର ଭାରତ ବର୍ଷ ରେ ମହାସମାରୋହରେ ପାଳନ ହେଇଥିବା ବେଳେ ।ଦୁଇ ଦିନ ଧରି ଆୟୋଜିତ ହୋଇଥିବା ଏହି ଭବ୍ୟ କାର୍ଯ୍ୟକ୍ରମ ରେ ପ୍ରଥମ ଦିନରେ ଭଞ୍ଜନଗର ଉପଖଣ୍ଡ ର ବହୁ ପ୍ରାସାସନିକ ଅଧିକାରୀ ଯୋଗଦେଇଥିଲେ ସମ୍ମାନିତ ଅତିଥି ଭାବେ ଭଞ୍ଜନଗର ଉପଜିଲ୍ଲାପାଳ ଅନିଲ କୁମାର ସେଠୀ,ତହସିଲଦାର ଉମାସଙ୍କର ବେହେରା,ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଗୋୖରୀ ଶଙ୍କର ଶତପଥି ଯୋଗଦେଇଥିଲେ।ଅନୁଷ୍ଠାନ ର ସଭାପତି ଙ୍କ ଦ୍ୱାର ରଚିତ ନାଟକ "ସମ୍ପର୍କ "ର ପୁସ୍ତକ ଉନ୍ମୋଚିତ ହୋଇଥିଲା ।
ସମାଜର ବିଶେଷ ଅବଦାନ ପାଇଁ ଦୁଇଜଣ ଡାକ୍ତର ବିଜୟ କୁମାର ପଣ୍ଡା ଓ ଶ୍ରୀକାନ୍ତ ସାହୁଙ୍କୁ ଦେଶର୍ସି ସମ୍ମାନରେ ସମ୍ମାନିତ କରାଯାଇଥିଲା।ଏହା ସହ ପ୍ରବନ୍ଧ, ବକୃତା ଓ ସଂଗୀତ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।ବିଭିନ୍ନ ବିଦ୍ୟାଳୟ ରୁ ଆସିଥିବା ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଚିତା କର୍ଷକ ନୃତ୍ୟରେ ଦର୍ଶକ ଝୁମି ଥିଲେ।ସେହିପରି ଦ୍ଵିତୀୟ ସନ୍ଧ୍ୟାରେ ସମ୍ମାନିତ ଅତିଥି ଭାବେ
ଭଞ୍ଜନଗର ମାନ୍ୟବର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ସାଂସଦ ପ୍ରତିନିଧି ରବୀନ୍ଦ୍ର ଗୌଡ଼, ସନ୍ତୋଷ ତିଆଡି ଯୋଗଦେଇଥିଲେ।ବରିଷ୍ଠ ନିର୍ଦେଶକ ଅର୍ଗସ ଟିଭି ଜ୍ଞାନ ରଞ୍ଜନ ରଥ, ବରିଷ୍ଠ ଖବର ଉପସ୍ଥାପିକା ନିଲିମା ପ୍ରିୟ ଦର୍ଶନୀ ଙ୍କୁ ଦେବର୍ଷି ସମ୍ମାନରେ ସମ୍ମାନୀତ କରାଯାଇଥିଲା।
କୁନି ନୃତ୍ୟ ଶିଳ୍ପୀ ପ୍ରତୀକ୍ଷା ମହାପାତ୍ର ନ୍କ ଦ୍ୱାରା ନୃତ୍ୟ ମନମୁଗ୍ଧକର ଥିଲା।ଭଞ୍ଜନଗର କବି ସମ୍ରାଟ ମିଡ଼ିଆ କ୍ଲବ ର ସଭ୍ୟ ମାନଙ୍କ ଲିଖିତ ଦେବର୍ଷି ପୁସ୍ତକ ଉନ୍ମୋଚିତ ହୋଇଥିଲା ପରିସେଶରେ ଭଞ୍ଜନଗର କବି ସମ୍ରାଟ ମିଡ଼ିଆ କ୍ଲବ ର ସଭାପତି ଙ୍କ ଦ୍ଵାରା ରଚିତ ଓ ସମ୍ବାଦିକ ମାନଙ୍କ ଦ୍ୱାରା ଅଭିନୀତ ନାଟକ ସମ୍ପର୍କ ପରିବେଷଣ ହୋଇଥିଲା।ଅନୁଷ୍ଠାନ ର ସଭାପତି ପ୍ରଦୀପ କୁମାର ସ୍ୱାଇଁ, ସମ୍ପାଦକ ଚିନ୍ମୟ ବେବର୍ତା, ଉପଦେଷ୍ଟା ଦଣ୍ଡପାଣି ପ୍ରଧାନ, ଉପସଭାପତି ପୁରୁଷୋତ୍ତମ ମହାପାତ୍ର ଓ ସମୀର କୁମାର ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ।

Post a Comment