BREAKING
Loading...
:

ଓଡ ସଙ୍ଗୀତ ପରିଷଦ ପକ୍ଷରୁ ସଖୀ ନାଟର ଗୁରୁ ରଘୁନାଥ ପାଣି ଙ୍କୁ ଉଡ଼ ସଙ୍ଗୀତ ବାରିଧି ସମ୍ମାନ ପ୍ରଦାନ


ବ୍ରହ୍ମପୁର (ନୀଳଚକ୍ର  Live )ଜଗନ୍ନାଥ ପ୍ରସାଦ ବ୍ଳକ ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ ଗ୍ରାମର ସଖୀ ନାଟର ଗୁରୁ ଶ୍ରୀ ରଘୁନାଥ ପାଣି ଙ୍କୁ ପ୍ରଦାନ କରାଯାଇଛି ବଡ଼ ସଙ୍ଗୀତ ବାରିଧି ସମ୍ମାନ । ବ୍ରହ୍ମପୁର ସହରର ପ୍ରକାଶମ୍ ହଲ୍ ଠାରେ ଅନୁଷ୍ଠିତ ଉଡ଼ ସାହିତ୍ୟ/ସଙ୍ଗୀତ ଓ ତାର ବ୍ୟାକରଣ ସଂକ୍ରାନ୍ତୀୟ ଆଲୋଚନା ଚକ୍ର ରେ ଆମ ଓଡ଼ିଶୀ ସଙ୍ଗୀତର ପ୍ରାଚୀନତା,ତାର ଗାୟନ ଶେଳୀ ଉପରେ  ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମ ରେ ଗଂଜାମ ଜିଲ୍ଲାର ବହୁ ସଂଗୀତ ଶିଳ୍ପୀ ଯୋଗଦେଇ ସଂଗୀତ ଶିଳ୍ପୀ ଭାଗନେଇ ଥିଲେ ।

ଜଗନ୍ନାଥ ପ୍ରସାଦ ରୁ ରଘୁନାଥ ପାଣି ଯୋଗଦେଇ କବିସୂର୍ଯ୍ୟ ଙ୍କ କିଶୋର ଚନ୍ଦ୍ରାନନ୍ଦଚମ୍ପୂର " ଭ"ଚମ୍ପୂ ଗାୟନ କରି ଦର୍ଶକ ଙ୍କୁ ବିଭୋର କରିଦେଇ ଥିଲେ ।ମେଜର ଡଃ ରମାରମଣ ପାଢ଼ୀ, ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ଆଚାର୍ଯ୍ୟ ସିମାଞ୍ଚଳ ଦାସ, ଦକ୍ଷିଣାଞ୍ଚଳ ଉଚ୍ଚମାଧ୍ୟମିକ ପରିଷଦର ଉପସଚ୍ଚିବ ଡଃ କୁଳମଣି ଓଝା, ଗଞ୍ଜାମ ଜିଲ୍ଲାର କଳାକାର ସଂଘ ର ସଭାପତି ଶ୍ରୀଯୁକ୍ତ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ସଙ୍ଗୀତ ଗବେଷକ ଶ୍ରୀଯୁକ୍ତ ସରୋଜ କୁମାର ଷଡ଼ଙ୍ଗୀ ଙ୍କ ଉପସ୍ଥିତିରେ ରଘୁନାଥ ପାଣି ଙ୍କୁ ଉପାୟନଓ ମାନପତ୍ର ପ୍ରଦାନ କରାଯାଇଥିଲା ।ସଖୀ ନାଟର ବିଲୁପ୍ତ ଅବସ୍ଥାରେ ରଘୁନାଥ ପାଣି ଏହି ସଂଗୀତ କୁ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ କରୁଥିବାରୁ ଅତିଥିମାନେ ତାଙ୍କୁ ପ୍ରଶଂସା କରିଥିଲେ । ଏହି ସମ୍ମାନ ତାଙ୍କୁ ମିଳିଥିବାରୁ ଜଗନ୍ନାଥ ପ୍ରସାଦ ର ସେ ଗର୍ବ ବୋଲି ବିଶିଷ୍ଟ ସଂଗୀତଜ୍ଞ ତଥା ଅବସରପ୍ରାପ୍ତ ପ୍ରାଧ୍ୟାପକ ଲୋକନାଥ ମହାନ୍ତି କହିଛନ୍ତି ।

Post a Comment

Previous Post Next Post
Header ADS