ଭୁବନେଶ୍ୱର(ନୀଳଚକ୍ର Live)-୫୯ ତମ ଜାତୀୟ ସାମ୍ୱାଦିକ ଦିବସ ଅବସରରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡି ରେଞ୍ଜ ଅଧିକାରୀ ଶ୍ରୀଯୁକ୍ତ ମାଧବ ଚନ୍ଦ୍ର ବେହେରା ଙ୍କୁ ମାନନୀୟା ବାଚସ୍ପତି ଶ୍ରୀମତି ସୁରମା ପାଢୀ ଉପଢୌକନ, ମାନପତ୍ର , ସିଲ୍ଡ ଓ ପୁଷ୍ପଗୁଛ ଦେଇ ସମ୍ମାନିତ କରିଛନ୍ତି। ଓ .ୟୁ .ଡବ୍ଲୁ. ଜେ (OUWJ) ତରଫରୁ ଭୁବନେଶ୍ୱର ର ହୋଟେଲ କେଶରୀ ରେ ନଭେମ୍ବର ୧୬ ତାରିଖ ରେ ୫୯ତମ ଜାତୀୟ ସାମ୍ୱାଦିକ ଦିବସ ସଭାପତି ସୁଜ୍ଞାନ ଚୌଧରି ଙ୍କ ପୌରହିତ୍ୟ ରେ ପାଳନ କରାଯାଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ମାନନୀୟା ବାଚସ୍ପତି ଶ୍ରୀମତି ସୁରମା ପାଢୀ , ସମ୍ମାନୀତ ଅତିଥି ଭାବେ ମାନ୍ୟବର ରାଜସ୍ବ ମନ୍ତ୍ରୀ ଶ୍ରଯୁକ୍ତ ସୁରେଶ ପୂଜାରୀ , ମାନ୍ୟବର ବିଧାୟକ ବାବୁ ସିଂ, ଗୋଲକ ମହାପାତ୍ର, ଅର୍ଗସ ଟିଭି ର ମୁଖ୍ୟ ସମ୍ପାଦକ ସଞ୍ଜୟ ଜେନା ପ୍ରମୁଖ ଯୋଗ ଦେଇଥିଲେ।
ଜଙ୍ଗଲ ଓ ବନ୍ୟପ୍ରାଣୀ ଙ୍କ ସୁରକ୍ଷା କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ପାଈଁ କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡି ରେଞ୍ଜ ଅଧିକାରୀ ଶ୍ରୀଯୁକ୍ତ ମାଧବ ଚନ୍ଦ୍ର ବେହେରା ଙ୍କୁ ମାନନୀୟା ବାଚସ୍ପତି ଶ୍ରୀମତି ସୁରମା ପାଢୀ ସମ୍ମାନିତ କରିଥିଲେ। ଶ୍ରୀ ବେହେରା ଙ୍କ ନିଜ ଗ୍ରାମ ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ,ତାଙ୍କ ପିତା ଙ୍କ ନାମ ସ୍ବର୍ଗତ ରାମଚନ୍ଦ୍ର ବେହେରା ଓ ମାତା ଙ୍କ ନାମ ସ୍ବର୍ଗତ ବନବାସୀ ବେହେରା। ଶ୍ରୀ ବେହେରା ଙ୍କ ପିଲା ଦିନୁ ସମାଜସେବା ପ୍ରତି ଆଗ୍ରହ ରହିଥିଲା,ସେ ଚାକିରୀ କରିବା ପରେ ଜଙ୍ଗଲ , ପରିବେଶ,ଓ ବନ୍ୟପ୍ରାଣୀ ଙ୍କ ସୁରକ୍ଷା ପାଇଁ ଯତ୍ନବାନ ରହିଥିଲେ। ରାଜ୍ୟ ସାମ୍ବାଦିକ ସଂଘ ପକ୍ଷରୁ ଶ୍ରୀ ବେହେରା ଙ୍କୁ ସମ୍ମାନିତ କରାଯାଇଥିବା ଯୋଗୁଁ ତାଙ୍କୁ ବିଭିନ୍ନ ମହଲ ରୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣା ଯାଇଛି।

Post a Comment