BREAKING
Loading...
:

ଆଜ୍ଞାପ୍ରସାଦ ଗ୍ରାମରେ ସପ୍ତାହ ବ୍ୟାପି ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ ମହାଯଜ୍ଞ


ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live)- ଜଗନ୍ନାଥ ପ୍ରସାଦ ପଞ୍ଚାୟତ ର ଆଜ୍ଞାପ୍ରସାଦ ଠାରେ ସପ୍ତାହ ବ୍ୟାପି ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ ମହାଯଜ୍ଞ କାର୍ଯ୍ୟକ୍ରମ ଆଜ୍ଞାପ୍ରସାଦ ଗ୍ରାମବାସୀ ଓ ଗଜାନନ ଯୁବକ ସଂଘ ସହଯୋଗ ରେ ଅନୁଷ୍ଠିତ ହେଉଛି। ଏହା  ଛବର୍ଷ ହେଲା ହେଉଅଛିଏହା୦୭/୧୧/୨୦୨୪(ଗୁରୁବାର)ଠାରୁ ଆରମ୍ଭ ହୋଇ ୧୪/୧୧/୨୦୨୪(ଗୁରୁବାର) ପର୍ଯ୍ୟନ୍ତ ଅନୁଷ୍ଟିତ ହେବ। ପ୍ରବକ୍ତା ଭାବେ ବୃନ୍ଦାବନ ର ଶ୍ରୀ କଳାକୃଷ୍ଣ ଦାସ ମହାରାଜ ଯୋଗ ଦେଇ ପ୍ରତେହ ହିନ୍ଦୁ ଧର୍ମ ର ମହାନ ଗ୍ରନ୍ଥ ଶ୍ରୀମଦ୍ ଭାଗବତ ଗୀତା ସମ୍ପର୍କ ରେ ପାରାୟଣ ଓ ପ୍ରବଚନ ପ୍ରଦାନ କରୁଛନ୍ତି।




ରବୀନ୍ଦ୍ର ନାୟକ ମଞ୍ଚ ସଞ୍ଚାଳନ କରୁଥିବା ବେଳେ ଆଚାର୍ଯ୍ୟ କଥାବ୍ୟାସ ଭାବେ ଶ୍ରୀ ହାଡୁବନ୍ଧୁ ଦାସ ରହିଛନ୍ତି।ଭଗବାନ ଶ୍ରୀକୃଷ୍ଣ ସମସ୍ତ ଜୀବର ସୃଷ୍ଟି କର୍ତ୍ତା। ତାଙ୍କ ସୃଷ୍ଟି ରେ ଶ୍ରେଷ୍ଟ ଜୀବ ହେଉଛି ମନୁଷ୍ୟ। ଯାହା ଠାରେ ପ୍ରଭୁ ବୁଦ୍ଧି,ବିବେକ,ଓ ଅନନ୍ତ ଜ୍ଞାନ ଭରି ଦେଇଛନ୍ତି।ସେ କିପରି ସମାଜ ରେ ପରମାର୍ଥିକ ସୁଖ , ଶାନ୍ତି,ଓ ଆନନ୍ଦ ରେ ଚଳି ଅନ୍ୟକୁ ଚଳାଇବା ରେ ସହାୟକ ହୋଇ ପାରିବ ସେଥି ପାଇଁ ମହାପ୍ରଭୁ ଏକ ମାଧ୍ୟମ ବ୍ୟବସ୍ଥା କରିଯାଇଛନ୍ତି।ତାହା ହେଉଛି ବେଦ,ଉପନିଷଦ,ଦର୍ଶନ ଶାସ୍ତ୍ର, ଓ ପୁରାଣ।ସେ ସବୁର ସାରତତ୍ୟୁ ହେଉଛି  ଶ୍ରୀମଦ୍ ଭାଗବତ ମହାପୁରାଣ,ଯାହାର ପଠନ, ଶ୍ରବଣ  ରେ ମନୁଷ୍ୟ ଚିତ ଆତ୍ମା ଶୋଧନ ହୋଇ ମୁକ୍ତି ପ୍ରାପ୍ତ ହୁଏ। ଏହିପରି ମହାନ କାର୍ଯକ୍ରମ ରେ ମୂଖ୍ୟ ଅତିଥି ରୂପେ ଜଗନ୍ନାଥ ପ୍ରସାଦ ବ୍ଲକ କୃଷି ଅଧିକାରୀ ଭବାନୀ ଶଙ୍କର ମହାପାତ୍ର ଓ


ସମ୍ମାନିତ ଅତିଥି ରୂପେ ବରିଷ୍ଟ ଆଇନଜିବୀ ନିରାକାର ସାହୁ ଯୋଗ ଦେଇଥିଲେ। ଭକ୍ତି ମାର୍ଗ ରେ ଚାଲିଲେ ଆମର ସବୁ ମଙ୍ଗଳ ହେବ ବୋଲି ଶ୍ରୀ ମହାପାତ୍ର କହିଥିଲେ।

ସେହିପରି ପ୍ରଭୁ ଜଗନ୍ନାଥ ଭାବ ଓ ଜୀବନ୍ତ ଠାକୁର ସେ ସବୁଠି ବିଦ୍ୟମାନ, ତାଙ୍କୁ ସମ୍ପୂର୍ଣ ସମର୍ପଣ କରି ଜୀବନ ଅତିବାହିତ କରିବା ସହ ସ୍ଥିତପ୍ରଜ୍ଞ ହୋଇ ଯେ କୌଣସି ପରିସ୍ଥିତି ଆସୁ ପ୍ରଭୂ ଜଗନ୍ନାଥ ଙ୍କ ଶରଣ ରେ ରହି ଜୀବନ ବିତାଇବା ପାଇଁ ସମ୍ମାନିତ ଅତିଥି  ବରିଷ୍ଟ ଆଇନଜିବୀ ନିରାକାର ସାହୁ କହିଥିଲେ।


ଗଜାନନ ଯୁବକ ସଂଘ ର ବିଜ୍ଞକାନ୍ତ ପ୍ରଧାନ, ରାମକୃଷ୍ଣ ପ୍ରଧାନ, ସ୍ଵାଧୀନ ପୋଲାଇ, ବିଚିତ୍ର ପ୍ରଧାନ,ସିବଦେସ ପ୍ରଧାନ,ସୁମନ୍ତ, ସୁକାନ୍ତ, ଅନୁତ୍,ଅରୁଣ, ବ୍ରହ୍ମାନନ୍ଦ, କାହ୍ନୁ, ଲକ୍ଷ୍ମୀ, ରବୀନ୍ଦ୍ର, ଲକ୍ଷ୍ମୀକାନ୍ତ,ସରୋଜ,ଚିତ୍ତରଞ୍ଜନ, ସନ୍ତୋଷ,ଦେବାଶିଷ, ଶଙ୍କର,ଟୁନା,ବୁଲୁ, ରଞ୍ଜିତ , କୈଳାଶ,ରଞ୍ଜନ, ବିଭୂତି ଭୂଷଣ,ଅଶୋକ,ଆଲୋକ ପ୍ରମୁଖ ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ ମହାଯଜ୍ଞ କାର୍ଯ୍ୟକ୍ରମରେ ସହଯୋଗ କରିବା ଆଜ୍ଞା ପ୍ରସାଦ ଗ୍ରାମବାସୀ ବୃନ୍ଦ ସହାୟତା କରୁଛନ୍ତି। ପ୍ରତେହ ଅଞ୍ଚଳ ର ବହୁ ଭକ୍ତ ଙ୍କ ସମାଗମ ହୋଇ ଭାଗବତ ଶ୍ରବଣ କରିବା ସହ ଅନ୍ନ ପ୍ରସାଦ ସେବନ କରୁଛନ୍ତି।

Post a Comment

Previous Post Next Post
Header ADS