ଆସିକା (ନୀଳଚକ୍ର Live)ଆସିକା ଚିନିଶିଳ୍ପକୁ ଏକ ଅଗ୍ରଣୀ ଶିଳ୍ପ ଭାବେ ପରିଗଣିତ କରିବାକୁ ବୁଧୁବାର ଦିନ ଆସିକା ସମବାୟ ଚିନିଶିଳ୍ପର ବାର୍ଷିକ ସାଧାରଣ ସଭାରେ ନିଆଯାଇଛି l ଏହି ପରିପେକ୍ଷୀରେ ଆଖୁ ଚାଷ ହେଉଥିବା ଗଂଜାମ ଜିଲ୍ଲାର ପରିସୀମାର ୧୬ ଟି ବ୍ଲକ,ନୟାଗଡ଼ ଜିଲ୍ଲାର ଚାରି ଗୋଟି ବ୍ଲକ ଏବଂ ଖୋର୍ଦ୍ଧା ଜିଲ୍ଲାର ଦୁଇଟି ବ୍ଲକର ଆଖୁ ଚାଷୀ, କାରଖାନାର ଅଂଶୀଦାର, ଏବଂ ଶିଳ୍ପର ପରିଚାଳନା ନିର୍ଦ୍ଦେଶକ ମାନେ ଯୋଗ ଦେଇଥିଲେ l
ଏହି ବୈଠକ ରେ ଆସିକା ସାଂସଦ ଅନିତା ଶୁଭଦର୍ଶିନୀ , ଆସିକା ମାନ୍ୟବର ବିଧାୟକ ସରୋଜ ପାଢ଼ୀ, ପରିଚାଳନା ନିର୍ଦ୍ଦେଶକ ଡ.ସୁଶାନ୍ତ କୁମାର ପଣ୍ଡା,ପରିଚାଳନା କମିଟିର ସଭାପତି ରବୀନ୍ଦ୍ର ପଣ୍ଡା, ଉପସଭାନେତ୍ରୀ ସ୍ନେହଲତା ଚଣ୍ଡ, କୃଷକ ନେତା ସମୀର ପ୍ରଧାନ,ବହୁମୁଖୀ ସେବା ସମବାୟ ସମିତି ର ସଭାପତି କର୍ତ୍ତିକେଶ୍ୱର ପରିଡା, ସମେତ ସମସ୍ତ ପରିଚାଳନା ନିର୍ଦ୍ଦେଶକ ଯୋଗ ଦେଇଥିଲେ l ଆଖୁ ଚାଷ ର ବିକାସ ପାଇଁ ଚାଷୀ ଙ୍କୁ ପ୍ରୋତ୍ସାହନ ଦେବା ସହ ପ୍ରସାର ପ୍ରଚାର କରାଯିବା, ଜଗନ୍ନାଥ ପ୍ରସାଦ ଅଂଚଳ ରେ ଆଜକୁ ଦୁଇ ବର୍ଷ ହେଲା ଆଖୁ ଚଷି ଙ୍କୁ ଋଣ ନଦେବା ସମ୍ପର୍କ ରେ ଜଗନ୍ନାଥ ପ୍ରସାଦ ସେବା ସମବାୟ ସମିତି ର ଡାଇରେକ୍ଟର ନିରାକାର ସାହୁ କହିଥିଲେ ।
ଚିନି କାରଖାନା ର ଉନ୍ନତି ପାଇଁ ଡାଇରେକ୍ଟର ନିରାକାର ସାହୁ ,ନିମିନା ର ବିଦ୍ୟାନ୍ତ ଚର୍ଚ୍ଚି ଏବଂ ଅନ୍ୟ ନିର୍ଦ୍ଦେଶକ ମାନଙ୍କ ବିଭିନ୍ନ ମତ ଉପସ୍ଥାପନ କରିବା ପରେ ପ୍ରସ୍ତାବ ଗୃହୀତ ହୋଇଥିଲା l ଉପସ୍ଥିତ ବିଧାୟକ ଓ ସାଂସଦ ଉଭୟେ ଏହି ଶିଳ୍ପ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସ୍ତରରେ ଏକ ଡିପିଆର ପ୍ରସ୍ତୁତ କରି ତାକୁ କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦେଇଛନ୍ତି l ଆଜିର ଏହି ବୈଠକ ରେ ଭଞ୍ଜନଗର, ଜଗନ୍ନାଥ ପ୍ରସାଦ, ବେଲଗୁଣ୍ଠା, ବୁଗୁଡ଼ା, ପୋଲସରା, ଆସ୍କା, ସୋରଡ଼ା, ଶେରଗଡ଼, ସାନଖେମୁଣ୍ଡି, ଦିଗପହଣ୍ଡି କୁ ମିଶି ୧୦ ବ୍ଲକ ର ୫୭ ସେବା ସମିତି ର ନିର୍ଦ୍ଦେଶକ ମାନେ ଯୋଗ ଦେଇଥିଲେ l ପରିଶେଷରେ ଅଧିକ ବିଲ ରେ ଆଖୁ ଚାଷ କରିଥିବା ବେଗୁନିଆପଡା ର କିଶୋର ଚନ୍ଦ୍ର ମେହେଣା, କମ ଜମିରେ ଅଧିକ ଚାଷ କରିଥିବା ଆସ୍କା ତରାସିଂଙ୍ଗି ର ଧୋବା ବେହେରା, ବୈଞ୍ଜାନିକ ପଦ୍ଧତି ରେ ଆଖୁଚାଷ ପାଇଁ ଶେରଗଡ଼ ବ୍ଲକ ତାକରଡା ର ସିମାଞ୍ଚଳ ନାହାକ ଓ କୁମାରପାଣି ର ନିୟମିତ ଭାବେ ଆଖୁ ଯୋଗାଇଥିବାରୁ ପଦ୍ମ ଚରଣ ବିଷୋୟୀ କୁ ଅତିଥିମାନେ ସଂମାନ୍ନୀତ କରିଥିଲେ l
ଏହି କାର୍ଯ୍ୟକ୍ରମ କୁ ଚିନିଶିଳ୍ପ ର ଅନେକ କର୍ମଚାରୀ ସହଯୋଗ କରିଥିଲେ lଚିନିଶିଳ୍ପର କୃଷକ ଭବନ ଠାରେ ସାଧାରଣ ସଭାରେ ୨୦୨୩ ରେ ୧୫୮. ୫୭ କୋଟି ଟଙ୍କା ରାଜସ୍ୱ ଆଦାୟ, ୧୫୫. ୫କୋଟି ଟଙ୍କା ବ୍ୟୟ ହୋଇଥିଲା l ପୂର୍ବରୁ ସଂଚିତ କ୍ଷତି ୦୫. ୨୧ କୋଟି ଟଙ୍କା ବାବଦ କୁ ଲାଭ ଥିବା ୦୩. ୦୭ କୋଟି ପୈଠ କରାଯାଇଛି l ଆହୁରି ୦୨. ୧୪ କୋଟି ଟଙ୍କା ର ସଂଚିତ କ୍ଷତି ରହିଛି l ସେହିଭଳି ଆଗାମୀ ୨୦୨୪-୨୫ ନିମନ୍ତେ ଚିନି ବିକ୍ରୟ, ଆସ୍କା ୪୦, ଓ ଅନ୍ୟାନ ବାବଦ କୁ ୧୯୯. ୩୫ କୋଟି ଟଙ୍କା ଆଦାୟ ଏବଂ ଶିଳ୍ପ ର ଅନ୍ୟାନ ଖର୍ଚ୍ଚ ବିକ୍ରୟ ବାବଦ କୁ ୧୯୬. ୨୧ କୋଟି ବ୍ୟୟ ହେବ ବୋଲି ଲକ୍ଷ ଧାର୍ଯ୍ୟ ରଖାଯାଇଛି ବୋଲି ପରିଚାଳନା ନିର୍ଦ୍ଦେଶକ ଡ.ସୁଶାନ୍ତ କୁମାର ପଣ୍ଡା କହିଥିଲେ।ସେହିପରି ଜମିକୁ ପାଣି,ଆଖୁଚାଷୀଙ୍କୁ ଆର୍ଥିକ ପ୍ରୋତ୍ସହନ,ସୁରାଶିଳ୍ପରେ ଉତ୍ପାଦନ ହେଉଥିବା ଆସିକା ଫଟିର ଦରବୃଦ୍ଧି,ଶିଳ୍ପର ପୁରାତନ ଯନ୍ତ୍ରାଂଶ ପରିବର୍ତ୍ତନ କରି ନୂତନ ଯନ୍ତ୍ରାଂଶ ଦ୍ୱାରା ଆଖୁପେଡା କାର୍ଯ୍ୟକୁ ଅଗ୍ରଗତି କରିବା, ଆବଶ୍ୟକ କର୍ମଚାରୀ ନିଯୁକ୍ତି ,ସର୍ବପୁରାତନ ଏହି କାରଖାନାର ମରାମତି ସକାଶେ ସରକାରୀ ଅନୁଦାନ ପ୍ରଦାନ ଉପରେ ସାଂସଦ ଗୁରୁତ୍ୱ ଦେଇଥିଲେ lଏହିଶିଳ୍ପକୁ ପୁନଃ ଉଦ୍ଧାର ଏବଂ ଋଣ ମୁକ୍ତ ନିମନ୍ତେ ଆସିକା ମାନ୍ୟବର ବିଧାୟକ ଓଡିଶା ମୁଖ୍ୟମନ୍ତ୍ରୀ ସହ ଆଲୋଚନା କରିଛନ୍ତି l ଅତିଶୀଘ୍ର ରାଜ୍ୟ ସରକାର ଉଚ୍ଚ ସ୍ତରୀୟ ବୈଠକ କରି ଏହାର ଆସୁ ସମାଧାନ କରିବେ l ଆସିକା ଚିନିଶିଳ୍ପର ଋଣ ଭାର ହ୍ରାସ ପାଇଁ ନୂତନ ପ୍ଲାଣ୍ଟ ତଥା ଆଟା କାରଖାନା, ପାଣି ବୋତଲ କାରଖାନା,ଏଥେନେଲ ପ୍ଲାଣ୍ଟ ନିର୍ମାଣ ହେଲେ ଅଞ୍ଚଳ ର ରୋଜଗାର ବୃଦ୍ଧି ସାଙ୍ଗକୁ ଲୋକ ମାନଙ୍କ ଦାଦନ ବନ୍ଦ ହେବ ବୋଲି କହିଥିଲେ l

Post a Comment