BREAKING
Loading...
:

ଗୁରୁଙ୍କ ଆଶ୍ରିବାଦ ଓ ମାର୍ଗଦର୍ଶନ ରେ ବିକାଶ ତ୍ୟୁରାନ୍ୱିତ କରିବି - ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ


ଜଗନ୍ନାଥପ୍ରସାଦ(ନୀଳଚକ୍ରLive)-ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କ ଦ୍ବାରା ଆୟୋଜିତ ଗୁରୁ ପୂଜନ ତଥା ସମ୍ବର୍ଦ୍ଧନା ଉତ୍ସବ ଜଗନ୍ନାଥ ପ୍ରସାଦ ର ଅନ୍ନପୂର୍ଣ୍ଣା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇ ଯାଇଛି।ଜଗନ୍ନାଥ ପ୍ରସାଦ ବ୍ଲକ ଶିକ୍ଷକ/ଶିକ୍ଷୟତ୍ରୀ ପରିବାର ରୁ ପାଞ୍ଚ ସହରୁ ଉର୍ଦ୍ଧ ଶିକ୍ଷକ ଶିକ୍ଷୟତ୍ରୀ ଏହି ଗୁରୁ ପୂଜନ ତଥା ସମ୍ବର୍ଦ୍ଧନା ଉତ୍ସବ ରେ ଯୋଗ ଦେଇଥିଲେ।

ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ମହାପ୍ରଭୁ ଜଗନ୍ନାଥ ଙ୍କ ପାଖରେ ପ୍ରଦୀପ ପ୍ରଯୋଳନ କରି କାର୍ଯ୍ୟକ୍ରମ ର ଶୁଭ ଉଦଘାଟନ କରିଥିଲେ,KSUB college ର ପୂର୍ବତନ principal Dr. କୃତିବାସ ବିଶ୍ଵାଳ ମୁଖ୍ୟବକ୍ତା ରୂପେ ଯୋଗଦେଇ ଥିଲେ।ଜଗନ୍ନାଥ ପ୍ରସାଦ ବ୍ଲକ ର ଶିକ୍ଷକ/ଶିକ୍ଷୟତ୍ରୀ ପରିବାର ତରଫରୁ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କୁ ଉତ୍ତରୀୟ, ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ।

ଗୁରୁ ମାନଙ୍କ ଆଶ୍ରିବାଦ ଓ ମାର୍ଗଦର୍ଶନ ରେ ସେ କାର୍ଯ୍ୟ କରିବେ ବୋଲି ଏହି ଗୁରୁ ପୂଜନ ର ମୂଳ ଲକ୍ଷ ବୋଲି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ନାୟକ କହିଥିଲେ। ସମ୍ମାନିତ ଅତିଥି ଭାବେ ଜଗନ୍ନାଥ ପ୍ରସାଦ ବ୍ଲକ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ନୀଳାଞ୍ଚଳ ଖିଲାର, ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ମହେନ୍ଦ୍ର କୁମାର ପଣ୍ଡା,ଓ ଗୋଷ୍ଟୀ ଶିକ୍ଷା ଅଧିକାରିଣୀ ଶ୍ରୀମତି କଲ୍ୟାଣୀ ପାଢ଼ୀ ଯୋଗ ଦେଇଥିଲେ।



















ଏହି ଅବସର ରେ ଅବସପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଗୋଦାବରିଶ ମହାପାତ୍ର,ଶ୍ରୀଯୁକ୍ତ ଚନ୍ଦ୍ରମଣୀ ପ୍ରଧାନ,ଶ୍ରୀଯୁକ୍ତ ବୃନ୍ଦାବନ ପ୍ରଧାନ,ଶ୍ରୀଯୁକ୍ତ ଗୋଦାବରିଶ ଲେଙ୍କା,ଶ୍ରୀଯୁକ୍ତ ସିମାଞ୍ଚଳ ପ୍ରଧାନ,ଶ୍ରୀଯୁକ୍ତ ବଂଶୀଧର କର,ଶ୍ରୀଯୁକ୍ତ ଯୋଗିନ୍ଦ୍ର ସାହୁ ଙ୍କୁ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ନାୟକ ଉପଢୌକନ, ଫୁଲ ତୋଡା ଦେଇ ସମ୍ମାନିତ କରିବା ସହ ସମସ୍ତଙ୍କ ପାଦ ଛୁଇଁ ପ୍ରଣାମ କରି ଆଶ୍ରିବାଦ ନେଇଥିଲେ। ସେହିପରି ସଦ୍ୟ ଅବସର ଗ୍ରହଣ କରିଥିବା 27ଜଣ ଶିକ୍ଷକ ଙ୍କୁ ମଧ୍ୟ ସମ୍ମାନିତ କରିଥିଲେ। ଶିକ୍ଷକ ଅଜିତ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ , ବୁଲୁ ବେହେରା ମାନ୍ୟବର ବିଧାୟକ ଙ୍କୁ ପ୍ରଦାନ ମାନପତ୍ର ପଠନ କରିଥିଲେ ଓ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

Previous Post Next Post
Header ADS