BREAKING
Loading...
:

ଜଗନ୍ନାଥ ପ୍ରସାଦ JMFC କୋର୍ଟ ର ୩ୟ ପ୍ରତିଷ୍ଠା ଦିବସ ପାଳିତ


ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live)- ଜଗନ୍ନାଥ ପ୍ରସାଦ ରେ ଗତ 31/08/2022 ରେ JMFC କୋର୍ଟ ର ଶୁଭାରମ୍ଭ ହୋଇଥିଲା। ତତ୍କାଳୀନ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ର ମୁଖ୍ୟ ବିଚାରପତି ମାନ୍ୟବର ଡକ୍ଟର ଏସ . ମୂରଲୀଧର JMFC କୋର୍ଟ ର ଉଦ୍ଘାଟନ କରିବା ସହ JMFC କୋର୍ଟ ପାଇଁ ନୂତନ କୋଠା ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ।


ଏହି ସମୟ ରେ ମାନ୍ୟବର ଜଷ୍ଟିସ ବି. ଆର୍. ଷଡ଼ଙ୍ଗୀ ମଧ୍ୟ ଯୋଗ ଦେଇଥିଲେ। ଜଗନ୍ନାଥ ପ୍ରସାଦ ଓକିଲ ସଙ୍ଘ ର ସଭାପତି ନୀଳାଞ୍ଚଳ ଖିଲାର ଙ୍କ ସଭାପତିତ୍ୟ ରେ କୋର୍ଟ ପରିସର ରେ JMFC କୋର୍ଟ ର ୩ୟ ପ୍ରତିଷ୍ଠା ଦିବସ ମହା ସମାରୋହରେ ପାଳିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଓକିଲ ସଙ୍ଘ ର ସାଧାରଣ ସମ୍ପାଦକ ଜ୍ୟୋତି ରାଜ ପତି ଯୋଗ ଦେବା ସହ , ବିଶିଷ୍ଟ ଅତିଥି ଭାବେ ଭଞ୍ଜନଗର ଓକିଲ ସଙ୍ଘ ର ପୂର୍ବତନ ସଭାପତି ସନ୍ତୋଷ କୁମାର ନାୟକ ଯୋଗ ଦେଇଥିଲେ। ଜଗନ୍ନାଥ ପ୍ରସାଦ ଓକିଲ ସଙ୍ଘ ର ସାଧାରଣ ସମ୍ପାଦକ ନିରାକାର ସାହୁ ସଂପାଦକୀୟ ପଠନ କରିଥିଲେ। ଅମରେଶ ମହାପାତ୍ର, ଲକ୍ଷ୍ମଣ ସେଠୀ, ମନୋଜ ପଟ୍ଟନାୟକ ମଧ୍ୟ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ରହିଥିଲେ। ସୁଶାନ୍ତ କୁମାର ମାଝୀ ଓ ଓମ୍ ପ୍ରକାଶ ପ୍ରଧାନ ନିଜ ନିଜ ବକ୍ତବ୍ୟ ରଖିଥିଲେ। ଉକ୍ତ କାର୍ଯକ୍ରମ ରେ ବହୁ ଓକିଲ, କୋର୍ଟ କର୍ମଚାରୀ ଓ କୋର୍ଟ ପୋଲିସ କର୍ମଚାରୀ ମାନେ ଯୋଗ ଦେଇଥିଲେ।

Post a Comment

Previous Post Next Post
Header ADS