BREAKING
Loading...
:

ବୃହତ୍ ସ୍ୱତନ୍ତ୍ର ଶିବିରର ଦ୍ଵିତୀୟ ଦିବସରେ ବୃକ୍ଷରୋପଣ


ଜଗନ୍ନାଥ ପ୍ରସାଦ: (ନୀଳଚକ୍ର live)୦୯.୦୯.୨୦୨୫ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଡ଼ିଗ୍ରୀ କଲେଜ ପରିସରରେ ଉଚ୍ଚ ଶିକ୍ଷା ବିଭାଗ, ଓଡ଼ିଶା ସରକାର ଓ ଜାତୀୟ ସେବା ଯୋଜନା ବୁରୋ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଙ୍କ ସହଯୋଗରେ  ଜାତୀୟ ସେବା ଯୋଜନା ମିଳିତ ଶାଖା ତରଫରୁ ବିଶାଳ ବୃକ୍ଷରୋପଣ ସ୍ୱତନ୍ତ୍ର ଶିବିରର ଦ୍ଵିତୀୟ ଦିବସରେ ମଧ୍ଯ  କଲେଜ ଅଧ୍ୟକ୍ଷ ଶ୍ରୀଯୁକ୍ତ ସନାତନ ସାହୁ "ମା ନାମରେ ଗଛ ଟିଏ"  ବୃକ୍ଷ ରୋପଣ କରି ଦ୍ଵିତୀୟ ଦିବସର ଆରମ୍ଭ କରିଥିଲେ । ସ୍ବେଚ୍ଛାସେବୀ ମାନେ କାର୍ଯ୍ୟକ୍ରମ ଅଧିକାରୀ ଡ଼ଃ ପ୍ରମୋଦ କୁମାର ଚୌଧୁରୀଙ୍କ ନେତୃତ୍ୱରେ ପୋଷ୍ୟ ଗ୍ରାମ ଜଗନ୍ନାଥ ପାଟଣା ନିକଟସ୍ଥ ତାରିଣୀ ମନ୍ଦୀର ବେଢ଼ା ଓ ରାସ୍ତାର ଉଭୟ ପାର୍ଶ୍ଵରେ ବୃକ୍ଷ ରୋପଣ ଓ ସ୍ବଚ୍ଛତା କାର୍ଯ୍ୟକ୍ରମ କରିଥିଲେ । ଏହି କାର୍ଯ୍ୟକ୍ରମରେ ୫୦ ରୁ ଉର୍ଦ୍ଧ ସ୍ବେଚ୍ଛାସେବୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସମ୍ବାଦ ସାହିତ୍ୟ ଘରର ସଭପତି ତଥା ତାରିଣୀ ମନ୍ଦୀର ଉପଦେଷ୍ଟା ପରିଦର୍ଶନ କରି ଶିବିରାର୍ଥି ମାନଙ୍କୁ ଉତ୍ସାହିତ କରିଥିଲେ । ଜଗନ୍ନାଥ ପାଟଣା ମନ୍ଦିର ଟଷ୍ଟ୍ରି ପ୍ରଣବ ପ୍ରଧାନ ଓ ଗ୍ରାମ ବାସୀ ମାନେ ବୃକ୍ଷ ରୋପଣରେ ସହଯୋଗ କରିଥିଲେ । ଅଧ୍ୟାପକ ବିଭୁତି ଭୁଷଣ ପ୍ରଧାନ, ଅଧ୍ୟାପିକା ସୁନିତା ବିଷୋୟୀ, ଶ୍ରୀକାନ୍ତ ପାତ୍ର , ରଘୁନାଥ ପାଣି, ସରୋଜ କୁମାର ନାୟକ ଓ ସ୍ୱେଚ୍ଛାସେବୀ ଶୋଭନ ସାହୁ, ସାଇରାମ ପ୍ରଧାନ, ଯଜ୍ଞସେନ ନାୟକ, ଲିପୁ ସାହୁ, ଖିରୋଦ ପ୍ରଧାନ, ସନ୍ତୋଷ ରଥ, ସିଦ୍ଧାନ୍ତ ବାରିକ, ସ୍ନେହଲତା ନାୟକ,  ପ୍ରୀତି ବେହେରା,  ସାଗର ସେଠୀ, ସୁଜିତ୍ କୁମାର ନାୟକ, ପୁଷ୍ପାଞ୍ଜଳି ପ୍ରଧାନ,  ଜ୍ୟୋତି ପ୍ରଧାନ, ତୁଳସୀ ପ୍ରଧାନ, ଲିଜା ନାୟକ, ତୁଳସୀ ନାୟକ କାଜଲ ବେହେରା ଓ ପୂଜା ପ୍ରମୁଖ ସହଯୋଗ କରିଥିଲେ ।

Post a Comment

Previous Post Next Post
Header ADS