BREAKING
Loading...
:

ଦଳମତ ନିର୍ବିଶେଷରେ ସମସ୍ତ ଙ୍କୁ ସରକାରୀ ଅନୁଦାନ ପ୍ରଦାନ କରାଯିବ:ମାନ୍ୟବର ଭଞ୍ଜନଗର ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ


ଜଗନ୍ନାଥପ୍ରସାଦ(ନୀଳଚକ୍ର live)ଜଗନ୍ନାଥ ପ୍ରସାଦ ବ୍ଲକର ୫ମ ସାଧାରଣ  ବୈଠକ ବ୍ଲକ କାର୍ଯ୍ୟାଳୟ ର ସମ୍ମିଳନୀ କକ୍ଷରେ ବ୍ଲକ ଅଧକ୍ଷା ଜୟଶ୍ରୀ ସାହୁ ଙ୍କ ସଭାପତିତ୍ୱ ଅନୁଷ୍ଠିତ ହୋଇଥିଲାl ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ମନ୍ମଥ ନାଥ ମଲିକ ଙ୍କ ଆବାହନ ରେ ଆୟୋଜିତ  ବୈଠକ ରେ   ମାନ୍ୟବର ଭଞ୍ଜନଗର ବିଧାୟକ ଶ୍ରୀଯୁକ୍ତ ପ୍ରଦୁମ୍ନ କୁମାର ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ତହସିଲଦାର ଅଶୋକ କୁମାର ମୁଦୁଲି, ବ୍ଲକ ଉପାଧକ୍ଷ ନୀଳାଞ୍ଚଳ ଖିଲାର, ସିଡିପିଓ- ଭି, ମଣିମାଳା ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ଅଚ୍ୟୁତାନନ୍ଦ ପଟ୍ଟନାୟକ ମଂଚାସୀନ ଥିଲେ l



ପ୍ରଦୀପ ପ୍ରଜ୍ୱଳନ ପରେ ମୁଖ୍ୟ କିରାଣୀ ରାମକୃଷ୍ଣ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ବ୍ଲକ ତରଫରୁ ମାନ୍ୟବର ବିଧାୟକ ଓ ଅତିଥି ମାନଙ୍କୁ ଉପଢୌକନ ଓ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସମ୍ମାନିତ କରାଯାଇଥିଲା l ବୈଠକ ରେ ଜଙ୍ଗଲ ଓ ପରିବେଶ, ଶିକ୍ଷା, ଖାଦ୍ୟ ଯୋଗାଣ, ଜଳ ଯୋଗାଣ, ଉଦ୍ୟାନ ବିଭାଗ, ପଶୁ ସମ୍ପଦ,ସ୍ୱାସ୍ଥ୍ୟ, କୃଷି, ରାଜସ୍ୱ, ଶିଶୁଵିକାଶ ପ୍ରକଳ୍ପ, ଗ୍ରାମ୍ୟ ଊନୟନ, ସମାଜ ମଙ୍ଗଳ, ସାମାଜିକ ସୁରକ୍ଷା, ଭଳି ବ୍ଲକରେ କାର୍ଯ୍ୟରତ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥାଇ ସେମାନଙ୍କ ଉନ୍ନୟନ କାର୍ଯ୍ୟ, ଅଭାବ ଅସୁବିଧା, ସରକାରୀ ଅନୁଦାନ ଓ ଆବଶ୍ୟକ ସମସ୍ୟା ବିଷୟରେ ଅଲୋକ ପାତ କରିଥିବା ବେଳେ ମାନ୍ୟବର ବିଧାୟକ ଏହାର ତର୍ଜମା କରିଥିଲେ l

ତେବେ ମୁଖ୍ୟତଃ କୃଷି, ମୃତିକା ସରଂକ୍ଷଣ, ଉଦ୍ୟାନ ବିଭାଗ, ପଶୁ ସମ୍ପଦ, ବିଭାଗକୁ ଆସୁଥିବା ସରକାରୀ ସୁବିଧା ବିଷୟରେ ଲୋକେ ଜାଣିପାରୁନାହାନ୍ତି ,ତେଣୁ ସମସ୍ତ ନିର୍ବାଚିତ ପ୍ରତିନିଧି ଙ୍କ ନେଇ ଏକ ଗ୍ରୁପ ଗଠନ କରି ସରକାରଙ୍କ ସମସ୍ତ ଜନ ହିତକର ଯୋଜନାକୁ ଲୋକଙ୍କ ପାଖରେ ପହଂଚାଇବା ପାଇଁ ମାନ୍ୟବର ବିଧାୟକ ନିର୍ଦେଶ ଦେଇଥିଲେ l ଦଳମତ ନିର୍ବିଶେଷରେ ସମସ୍ତ ଯୋଗ୍ୟ ହିତାଧୀକାରୀ ମାନେ ସରକାରୀ ଅନୁଦାନ ପାଇ ପାରିବେ ବୋଲି ମୋ ପ୍ରଧାନମନ୍ତ୍ରୀ,ମୋ ମୁଖ୍ୟମନ୍ତ୍ରୀ, କହିଛନ୍ତି, ମୁଁ ମଧ୍ୟ ମୋ ନିର୍ବାଚନ ମଣ୍ଡଳୀ ର ସମସ୍ତଙ୍କୁ ସାହାଯ୍ୟ କରିବା ପାଇଁ ପ୍ରତିଜ୍ଞା କରିଛି ବୋଲି ମାନ୍ୟବର ବିଧାୟକ କହିଛନ୍ତି।


ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ରେ ଆଜକୁ ଏକ ବର୍ଷ ରୁ ଉର୍ଦ୍ଧ ହେଲା ହିଂସା ଘଟି ନାହିଁ ବୋଲି ମାନ୍ୟବର ବିଧାୟକ କହିଥିଲେ।ବିଶେଷ କରି ମହିଳାଙ୍କୁ ସ୍ୱାବଲମ୍ବୀ କରିବାରେ କୌଣସି ସୁଯୋଗ ଯେମିତି ହାତଛଡା ନ ହୁଏ ତା ଉପରେ ସ୍ୱତନ୍ତ୍ର ନଜର ରଖୀବା ପାଇଁ କହିଥିଲେ  lପରେ ଶିକ୍ଷା, ସ୍ୱାସ୍ଥ୍ୟ ଶିଶୁ ବିକାଶ ବିଭାଗ ପକ୍ଷରୁ ଆସିଥିବା ଅଭିଯୋଗ ଗୁଡିକୁ ପୂରଣ କରିବା ପାଇଁ ପ୍ରତିଶୃତି ଦେଇଥିଲେ l ସମବାୟ ସଂପାଦକ ମାନଂକ ଅବହେଳା ଯୋଗୁଁ ସାର ବଣ୍ଟନ ରେ ବ୍ୟତିକ୍ରମ ଘଟିଛି, କିନ୍ତୁ ମୁଁ ଜିଲ୍ଲାପାଳ, ଉପଜିଲ୍ଲାପାଳ ଙ୍କ ସହ କଥା ହୋଇ ଏହି ସମସ୍ୟା ର ସମାଧାନ କରିବାକୁ କହିଛି। ଉଦ୍ୟାନ ବିଭାଗ,ଓ କୃଷି ବିଭାଗ କୁ ସରକାର ଯେତିକି ପ୍ରଛାହୋନ ରାଶି ପ୍ରଦାନ କରିଛନ୍ତି ତାହାର ସଫଳ କାର୍ଯ୍ୟକାରୀ କରାଗଲେ ଯୁବକ ମାନେ ଦାଦନ ଖଟିବାକୁ ଆଉ ଯିବେ ନାହିଁ ବୋଲି ମାନ୍ୟବର ବିଧାୟକ କହିଥିଲେ।

ଏହି ବ୍ଲକରେ ଏକଲାବ୍ୟ ବିଦ୍ୟାଳୟ ନିର୍ମାଣ ପାଇଁ ଯୋଜନା ଚାଲିଛି l ଶହେଜଣ ପିଲାଙ୍କ ପାଇଁ ଏକ ଆବାସିକ କୋଠା ନିର୍ମାଣ ପାଇଁ ଅର୍ଥ ମଂଜୁର ହୋଇସାରିଛି ଏହି କୋଠାର ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ ହେବl ଏହାର ନିର୍ମାଣ ଶେଷପରେ ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗର ପିଲାମାନେ ରହି ପାଠ ପଢିବେ ବୋଲି ସୂଚନା ଦେବା ସହିତ ତାରସିଂ ଠାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଅତିଶୀଘ୍ର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିଣତ କରାଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ମାନ୍ୟବର ବିଧାୟକ ସୂଚନା ଦେଇଥିଲେ l 

ପଡୋଶୀ ବ୍ଲକ ସହିତ ଯୋଡିହେବା ପାଇଁ ଆମ ବ୍ଲକରେ ଛଅ ଗୋଟି ସେତୁ ନିର୍ମାଣ ହେବାପାଇଁ ଟଙ୍କା ମଂଜୁର ସରିଛି l ଲୋକଙ୍କ ସହିତ ଯୋଡିହୋଇ ସମସ୍ୟା କୁ ଖୋଜି ଚିନ୍ହଟ କର ତାର ସମାଧାନ ପାଇଁ ମୋ ସହିତ ଆଲୋଚନା କର ଏହାକୁ କାର୍ଯ୍ୟକାରୀ କରିବାରେ ଅର୍ଥ ବାଧକ ସାଜିବ ନାହିଁ ବୋଲି ମାନ୍ୟବର ବିଧାୟକ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ l ପୂର୍ବ ସରକାର ସମୟ ରେ ସମିତି ବୈଠକ ରେ ସାମ୍ୱାଦିକ ମାନଙ୍କୁ ଖବର ସଂଗ୍ରହ କରିବାକୁ ସୁଯୋଗ ଦିଆ ଯାଉନଥିଲା, କିନ୍ତୁ ଏବେ ସାମ୍ୱାଦିକ ମାନେ ସମିତି ବୈଠକ ରେ ଉପସ୍ଥିତ ହୋଇ ଖବର ସଂଗ୍ରହ କରିବାକୁ ସୁଯୋଗ ଦିଆ ଯାଉଥିବା ଯୋଗୁଁ ସାମ୍ୱାଦିକ ମାନେ ଖୁସି ବ୍ୟକ୍ତ କରିଥିଲେ।ଶେଷରେ  ସହକାରୀ ନିର୍ବାହୀ ଯନ୍ତ୍ରୀ ଅଚ୍ୟୁତାନନ୍ଦ ପଟ୍ଟନାୟକ ମାନ୍ୟବର ବିଧାୟକ ସମେତ ସମସ୍ତ ଅତିଥି,ନିର୍ବାଚିତ ପ୍ରତିନିଧି, ବିଭାଗୀୟ ଅଧିକାରୀ ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

Post a Comment

Previous Post Next Post
Header ADS