BREAKING
Loading...
:

ଭିଜିଲାନସ ସପ୍ତାହ ଓ ସର୍ଦ୍ଧାର ବଲଭ ଭାଇ ପଟେଲ ଜୟନ୍ତୀ ପାଳିତ

 


ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live)ତେନ୍ତୁଳିଆ ଶାସନ ଦେବସ୍ଥାନ ମହାବିଦ୍ୟାଳୟ ରେ ଅଧକ୍ଷ୍ୟ ଚିନଂ . ବଦ୍ରିନାରାୟଣ  ପାତ୍ର ଙ୍କ ସଭାପତିତ୍ୱ ରେ ଭିଜିଲାନ୍ସ ସପ୍ତାହ ତା - 28-10-24 ରୁ 03-11-24 ରିଖ ଯାଏ ହେବାକୁ ଥିବା କାର୍ଯ୍ୟକ୍ରମ ର ଉଦଘାଟନ  ହୋଇଯାଇଛି। ଏଥିରେ  ଜାତୀୟ ସେବା ଯୋଜନାର ଯୋଜନା  ଅଧିକାରୀ ଅଧ୍ୟାପକ ସୁଧୀରି କୁମାର ପଟ୍ଟନାୟକ ଓ ଯୋଜନା ଅଧିକାରିଣୀ  ଅଧ୍ୟାପିକା  ସୁଶ୍ରୀ ସଂଗୀତା ମହାପାତ୍ର ଅତିଥିଙ୍କ ସ୍ୱାଗତ ଓ କାର୍ଯ୍ୟକ୍ରମ ର ବିଷୟବସ୍ତୁ ଉପରେ  ମତ ରଖିଥିବା ବେଳେ  ଅଧକ୍ଷ  ସମସ୍ତ ଛାତ୍ର ଛାତ୍ରୀ ସ୍ୱେଚ୍ଛାସେବୀ ତଥା ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଙ୍କ ଶପଥ ପାଠ କରାଇଥିଲେ।

ଉକ୍ତ କାର୍ଯ୍ୟକ୍ରମ ରେ 400 ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ସପ୍ତାହ ବ୍ୟାପି କାର୍ଯ୍ୟକ୍ରମ ରେ ବକୃତା, ଲିଖନୀ , ଚିତ୍ରାଙ୍କନ,ପଦଯାତ୍ରା ସମେତ  ଉଦେଶ୍ୟ ମୂଳକ କାର୍ଯ୍ୟ କରିବାର  ସ୍ଥିରୀକୃତ ହୋଇଥିଲା ଦ୍ୱତୀୟ ଓ ତୃତୀୟ ଦିନରେ  ବକୃତା ପ୍ରତିଯୋଗିତା ହୋଇଥିଲା। ପ୍ରଶାସନିକ ଅଧିକାରୀ  ଦିଲ୍ଲୀପ କୁମାର ତ୍ରିପାଠୀ  ଭିଜିଲାନ୍ସ ସପ୍ତାହ ର  ଶପଥ ପାଠ ଉପରେ  ମାତା ସାବ୍ୟସ୍ତ କରିଥିଲା ବେଳେ  ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

Post a Comment

Previous Post Next Post
Header ADS