ଜଗନ୍ନାଥ ପ୍ରସାଦ:(ନୀଳଚକ୍ର Live) ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଡ଼ିଗ୍ରୀ କଲେଜ ପରିସରରେ ୨୩ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଛାତ୍ରଛାତ୍ରୀ ମାନେ ଜଗନ୍ନାଥ ପ୍ରସାଦ ମା କରଞ୍ଜେଇ ମନ୍ଦିରରେ ପୂଜା କରି କ୍ରୀଡ଼ା ମଶାଲ ଧରି ବ୍ଲକ ଛକ ଦେଇ କଲେଜ ଖେଳ ପଡ଼ିଆ ଠାରେ ସ୍ଥାପନ କରିଥିଲେ । ଆଞ୍ଚଳିକ ଡ଼ିଗ୍ରୀ କଲେଜ ଅଧ୍ୟକ୍ଷ ଶ୍ରୀଯୁକ୍ତ ସନାତନ ସାହୁ ପତାକା ଉତ୍ତୋଳନ କରି କ୍ରୀଡ଼ା ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଛାତ୍ରଛାତ୍ରୀ ମାନଙ୍କୁ କ୍ରୀଡ଼ାର ମହତ୍ତ୍ଵ ସମ୍ପର୍କରେ ଅବଗତ କରି ପ୍ରତିଯୋଗୀ ମାନଙ୍କୁ ଶପଥ ପାଠ କରାଇଥିଲେ । ପରେ ପରେ ଉଭୟ ପୁରୁଷ ଓ ମହିଳା ବର୍ଗର ବିଭିନ୍ନ କ୍ରୀଡ଼ାକୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଲେଜ ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ ବେଣୁଧର ସାବତ ରିବନ୍ କାଟି ପ୍ରଥମେ ୧୦୦ ମିଟର ଦୌଡ଼ ଟ୍ରାକ୍ କୁ ଶୁଭାରମ୍ଭ କରିଥିଲେ । ପରେ ଉଭୟ ପୁରୁଷ ଓ ମହିଳା ବର୍ଗର ମଧ୍ୟରେ ୨୦୦ ମିଟର ଦୌଡ଼, ଲମ୍ବା ଡିଆଁ, ଉଚ୍ଚ ଡିଆଁ, ସଟ୍ ଫୁଟ ଥ୍ରୋ, ଦିସ୍ କସ ଥ୍ରୋ, ଯାଭଲିନ ଥ୍ରୋ, କୌତିକିଆ ପୋଷାକ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା ।
ବିଭିନ୍ନ ବର୍ଗର କ୍ରୀଡ଼ାରେ ବିଚାରକ ଭାବେ ଅଧ୍ୟାପକ ଶ୍ରୀଯୁକ୍ତ ନିରଞ୍ଜନ ଶତପଥୀ, ଅଧ୍ୟାପକ ଡ଼ଃ ପ୍ରମୋଦ କୁମାର ଚୌଧୁରୀ, ଶ୍ରୀ ବିଭୂତି ଭୂଷଣ ପ୍ରଧାନ, ଶ୍ରୀ ବିରଞ୍ଚି ନାରାୟଣ ପ୍ରଧାନ, ଶ୍ରୀ ଶ୍ରୀକାନ୍ତ ପାତ୍ର ଓ ଅଧ୍ୟାପିକା ଶ୍ରୀମତୀ ସୁଚରିତା ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ଉକ୍ତ ଉତ୍ସବରେ ଗ୍ରନ୍ଥାଗାରିକ ଶ୍ରୀଯୁକ୍ତ ରଘୁନାଥ ପାଣି, ଡି.ଇ.ଓ ଶ୍ରୀ ସରୋଜ କୁମାର ନାୟକ ସମେତ ପୁରାତନ ସ୍ବେଚ୍ଛାସେବୀ ବିଭୂତି ଭୂଷଣ ନାୟକ ସ୍ବେଚ୍ଛାସେବୀ ଓ ସମୀର ରଞ୍ଜନ ପାତ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସ୍ବେଚ୍ଛାସେବୀ ଓମ୍ ପ୍ରକାଶ ପ୍ରଧାନ, ନିଳାଞ୍ଚଳ ପ୍ରଧାନ, ଚନ୍ଦନ ଗୌଡ଼, ଲିପୁ ସାହୁ , ଆଶିଷ କୁମାର ଡାକୁଆ, ଚିଦାନନ୍ଦ ନାୟକ, ଶୋଭନ ସାହୁ, ରାଜେନ୍ଦ୍ର ନାୟକ, ସାଇରାମ ପ୍ରଧାନ, ସ୍ନେହଲତା ନାୟକ, ମନସ୍ଵିନୀ ବେହେରା, ଜ୍ୟୋତି ପ୍ରଧାନ, ସୋନୁ ବେହେରା ଓ ପ୍ରିତି ବେହେରା ପ୍ରମୁଖ ସହଯୋଗ କରିଥିଲେ । ଅଧ୍ୟକ୍ଷ ଶ୍ରୀଯୁକ୍ତ ସାହୁ ଧ୍ଵଜା ଅବତରଣ କରିବା ପରେ କ୍ରୀଡ଼ା ଉପାଧ୍ୟକ୍ଷଙ୍କ ଦ୍ଵାରା ଅଧ୍ୟକ୍ଷଙ୍କୁ ପ୍ରଦାନ କରାଯାଇଥିଲା । ପରିଶେଷରେ କ୍ରୀଡ଼ା ଉତ୍ସବ ସମାପନ ହୋଇଥିଲା ।

Post a Comment