BREAKING
Loading...
:

ଜଗନ୍ନାଥ ପ୍ରସାଦ ସେବା ସମବାୟ ସମିତି ରେ ନୂତନ ସମ୍ପାଦକ ଙ୍କ ଯୋଗଦାନ


ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live)- ଜଗନ୍ନାଥ ପ୍ରସାଦ ସେବା ସମବାୟ ସମିତି ଲିମିଟେଡ଼ ରେ ସମ୍ପାଦକ ରୁପେ ପୂର୍ବରୁ କାର୍ଯ୍ୟ କରୁଥିବା ଲୋକନାଥ ପ୍ରଧାନ (ବାବୁଲି)ଙ୍କ କାର୍ଯ୍ୟକାଳ ସରି ଯାଇଥିବା ଯୋଗୁଁ ତାଙ୍କୁ ଅବସର ନେବାକୁ ARCS ଆସ୍କା ପକ୍ଷ ରୁ ପତ୍ର ହୋଇଛି। ପ୍ରକାଶ ଥାଉକି ଶିକ୍ଷାଗତ ଯୋଗ୍ୟତା ସାର୍ଟିଫିକେଟ ଅନୁଯାଇ ସମ୍ପାଦକ ଲୋକନାଥ ପ୍ରଧାନ ଙ୍କ କାର୍ଯ୍ୟକାଳ ଜୁନ 2022 ରୁ ସମାପ୍ତ ହୋଇ ଯାଇଛି। ଚଢ଼ିଆପଲ୍ଲୀ ସେବା ସମବାୟ ସମିତି ଲିମିଟେଡ଼ ରେ ସମ୍ପାଦକ ରୁପେ କାର୍ଯ୍ୟରତ ବସନ୍ତ କୁମାର ଗୌଡ଼ ଙ୍କୁ ଜଗନ୍ନାଥ ପ୍ରସାଦ ସେବା ସମବାୟ ସମିତି ଲିମିଟେଡ଼ ର ଅତିରିକ୍ତ ଦାୟିତ୍ଵ ନିର୍ବାହ ପାଇଁ ନିର୍ଦ୍ଦେଶ ହୋଇଛି। ସେ ଧାନ ମଣ୍ଡି, ଋଣ ପ୍ରଦାନ ଆଦି ସମସ୍ତ କାର୍ଯ୍ୟ ନିର୍ବାହୀ କରିବା ପାଇଁ ନିର୍ଦ୍ଦେଶ ରହିଛି।

Post a Comment

Previous Post Next Post
Header ADS