BREAKING
Loading...
:

ରାଜ୍ୟ ସ୍ତରୀୟ ଓକିଲ ସଂଘ ସମ୍ମିଳନୀ ର ସମିକ୍ଷା କଲେ ମାନ୍ୟବର ଭଞ୍ଜନଗର ବିଧାୟକ

 


ଭଞ୍ଜନଗର (ନୀଳଚକ୍ର Live)- ଆଗାମୀ ଡ଼ିସେମ୍ବର ୨୯/୩୦, ଦୁଇ ଦିନ ବ୍ୟାପୀ ନିଖିଳ ଓଡିଶା ଆଇନଜୀବୀ ପରିଷଦ ର ୫୩ତମ ବାର୍ଷିକ ସମ୍ମିଳନୀ ଭଞ୍ଜନଗର ଠାରେ ଭଞ୍ଜନଗର ବାର ଆସୋସିଏସନ ର ସଂଯୋଜନା ରେ ଅନୁଷ୍ଠିତ ହେବ। ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ରୁପେ ଯୋଗ ଦେଇ ପ୍ରଥମ ଦିନରେ ସମ୍ମିଳନୀ ର ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି ଓ ରାଜ୍ୟ ମନ୍ତ୍ରୀ ମଣ୍ଡଳ ର ବହୁ ମାନ୍ୟବର ମନ୍ତ୍ରି ଓ ବିଧାୟକ ଓ ବିଚାରପତି ଯୋଗ ଦେବାର ମଧ୍ୟ୍ୟ କର୍ଯ୍ୟକ୍ରମ ରହିଛି। ସାରା ଓଡିଶା ରୁ ପ୍ରାୟ ଦୁଇ ହଜାର ଆଇନଜୀବୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା  ୨୬ ତାରିଖ ରେ ମଧ୍ୟ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ମାନ୍ୟବର ଧର୍ମେନ୍ଦ୍ର ପ୍ରଧାନ ଙ୍କ ଭଞ୍ଜନଗର ଗ୍ରସ୍ତ କାର୍ଯ୍ୟକ୍ରମ ରହିଛି। ପୂର୍ବ ନିର୍ଦ୍ଧାରତ ଉପେନ୍ଦ୍ର ଭଞ ବିଦ୍ୟାଳୟ     ରେ ସୁରକ୍ଷା ଓ ପାର୍କି  ସମସ୍ୟା  ଥିବାରୁ ସ୍ଥାନୀୟ ସରସ୍ଵତୀ ଶିଶୁ ମନ୍ଦିର ପରିସରରେ ସମ୍ମିଳନୀ କରିବା ପାଇଁ ନିଷ୍ପତି ହୋଇଛି । ଭଞ୍ଜନଗର ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ଭଞ୍ଜନଗର ଓକିଲ ସଂଘ ରେ ପହଞ୍ଚି  ଅତୀଥି ଓ ଆଇନଜୀବୀ ମାନଙ୍କ ରହଣି ଓ ବିଭିନ୍ନ କାର୍ଯ୍ୟକ୍ରମ ର ସମୀକ୍ଷା କରିଛନ୍ତି ଓ ସମ୍ମିଳନୀ ସ୍ଥଳ ବୁଲି ଦେଖିଛନ୍ତି ,ଏହି ସମୟ ରେ ଭଞ୍ଜନଗର ବାର ଆସୋସିଏସନ ସଭାପତି ସୈଳେନ୍ଦ୍ର  ନାରାୟଣ ସାହୁ ଓ ସଂପାଦକ ରାଜେନ୍ଦ୍ର କୁମାର ପ୍ରଧାନ ସମେତ ଓକିଲ ସଂଘ ର ବହୁ ସଦସ୍ୟ ଓ ଶିଶୁ ମନ୍ଦିର ର କର୍ମକର୍ତ୍ତା ଉପସ୍ଥିତ ଥିଲେ।

Post a Comment

Previous Post Next Post
Header ADS