BREAKING
Loading...
:

ବି ଡି ପୁର ସ୍ଥିତ ଚନ୍ଦ୍ର ଶେଖର ଆଞ୍ଚଳିକ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ୪୧ତମ ଓଷ୍ଟl ଦ୍ଵାରା ବ୍ଲକ ସ୍ତରୀୟ ଶିଶୁ ଉତ୍ସବ ପାଳିତ


ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live)-ଆଜି ତା ୨୮.୧୨.୨୦୨୪ ରିଖ ବୁଧବାର ଦିନ ଓଷ୍ଟl ଦ୍ଵାରା ଆୟୋଜିତ ବ୍ଲକ ସ୍ତରୀୟ ଶିଶୁ ଉତ୍ସବ ବଡ ଆଡ଼ମ୍ବରରେ ପାଳିତ ହୋଇଯାଇଛି।  ବ୍ଲକ ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପ୍ରଧାନ ଏବଂ ସମ୍ପାଦକ ଶିବରାମ ମହାରଣା ଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀମତୀ କଲ୍ୟାଣୀ ପାଢ଼ୀ, ମୁଖ୍ୟ ବକ୍ତା ଭାବେ କାଦୁଆ ସ୍ଥିତ ଗୋପୀନାଥ ସ୍ବାମୀ ନୋଡାଲ ଉଚ୍ଚ ବିଦ୍ୟାଳୟର ଶ୍ରୀଯୁକ୍ତ ସନ୍ତୋଷ କୁମାର ପ୍ରଧାନ, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ସଭାପତି ଶ୍ରୀଯୁକ୍ତ ବିପ୍ର ଚରଣ ବାରିକ, ସରପଞ୍ଚ ଶ୍ରୀମତୀ ରଶ୍ମିତା ସାହୁ, ବିଧାୟକ ପ୍ରତିନିଧି ଶ୍ରୀଯୁକ୍ତ ଫକିର ମୋହନ ଜେନା, ଜିଲ୍ଲା ସଭାପତି ଶ୍ରୀଯୁକ୍ତ ସନ୍ତୋଷ କୁମାର ଜେନା, ଅଲୋଷ୍ଟlମୁଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ଜଗବନ୍ଧୁ ଜେନା, ଜିଲ୍ଲା ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ପିତାମ୍ବର ପାଢ଼ୀ ତଥା ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସାହୁ ଯୋଗଦେଇ ଥିଲେ। ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରମୋଦ କୁମାର ଗୌଡ଼ ସଭାପତି ଭାବେ ସଭା ପରିଚାଳନା କରିଥିଲେ। ଦଶଟି ପ୍ରତିଯୋଗିତାରେ ବ୍ଲକର ୩୩ ଟି ବିଦ୍ୟାଳୟର ପ୍ରାୟ ୨୫୦ ଜଣ ଛାତ୍ରଛାତ୍ରୀ ସମେତ ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ଯୋଗଦେଇ ସାଫଲ୍ୟ ମଣ୍ଡିତ କରିଥଲେ। ତିରିଶି ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇ ଥିଲା। ବ୍ଲକ ଓ ବିଭିନ୍ନ ଅନୁଷ୍ଠାନରୁ ଆସିଥିବା ଅତିଥି ବୃନ୍ଦ ଏହି କାର୍ଯ୍ୟକ୍ରମକୁ  ଭୂୟସୀ ପ୍ରଶଂସା କରିଥିଲେ।ପରିଶେଷରେ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ସାହୁ ଧନ୍ୟବାଦ୍ ଅର୍ପଣ କରି ସଭା ସାଙ୍ଗ କରାଯାଇ ଥିଲା।

Post a Comment

Previous Post Next Post
Header ADS