BREAKING
Loading...
:

ଛାତ୍ରୀ ଆତ୍ମସୁରକ୍ଷା ତାଲିମ୍ ଶିବିର ଉଦଘାଟିତ


ଜଗନ୍ନାଥ ପ୍ରସାଦ(ନୀଳଚକ୍ର Live): ୨୪.୦୩.୨୦୨୫ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଡ଼ିଗ୍ରୀ କଲେଜ ପରିସରରେ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଦ୍ଵାରା ପ୍ରଯୋଜିତ ଛାତ୍ରୀ  ଆତ୍ମସୁରକ୍ଷା ତାଲିମ୍ ଶିବିର ଉଦଘାଟିତ ହୋଇଯାଇଛି । ଅଧ୍ୟକ୍ଷ ଶ୍ରୀଯୁକ୍ତ ସନାତନ ସାହୁ ଶ୍ରୀ ଜଗନ୍ନାଥ ବିଗ୍ରହରେ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ପ୍ରଦୀପ ପ୍ରଜ୍ବଳନ କରି ଶିବିର କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ତାଲିମ ଶିବିରର ଉଦ୍ଦେଶ୍ୟ ସମ୍ପର୍କରେ କାର୍ଯ୍ୟକ୍ରମ ସଂଯୋଜକ ଡ଼ଃ ପ୍ରମୋଦ କୁମାର ଚୌଧୁରୀ ସୂଚନା ପ୍ରଦାନ ସହ ଆତ୍ମ ସୁରକ୍ଷା ଶିବିର ମାଧ୍ୟମରେ ଛାତ୍ରୀ ମାନେ ବିଭିନ୍ନ କୌଶଳ ଅବଲମ୍ବନ କରି ନିଜକୁ ଶାରୀରିକ ଗଠନ ପ୍ରକ୍ରିୟାର ସୁଦୃଢ଼ କରି ପାରିବେ । ସହ ସଂଯୋଜିକା ଶ୍ରୀମତି ସୁଚରିତା କର ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗର ଏହି ପଦକ୍ଷେପ ବେଶ୍ ପ୍ରଶଂସନୀୟ ବୋଲି ମତବ୍ୟକ୍ତ କରିଥିଲେ । ପ୍ରଶିକ୍ଷିକା ଶ୍ରୀମତୀ ସୃତିମୟି ପାତ୍ର ଛାତ୍ରୀ ମାନଙ୍କୁ ଆତ୍ମ ସୁରକ୍ଷା କ୍ଷେତ୍ରରେ ରହିଥିବା ବାଧକକୁ ହଟାଇ ନିଜକୁ ସଶକ୍ତ କରିବାକୁ ପରାମର୍ଶ ଦେଇଥିଲେ । ପରେ ପରେ ଛାତ୍ରୀ ମାନଙ୍କୁ ଆତ୍ମ ସୁରକ୍ଷାର ବିଭିନ୍ନ କୌଶଳ ଶିକ୍ଷା ପ୍ରଦାନ କରିଥିଲେ । ସଭାପତି ତଥା ଅଧ୍ୟକ୍ଷ ଶ୍ରୀଯୁକ୍ତ ସାହୁ ଆତ୍ମ ସୁରକ୍ଷା କୌଶଳ ଶିକ୍ଷା ପ୍ରତ୍ୟେକ ବର୍ଗର ଯୁବତୀ ମାନଙ୍କ ପକ୍ଷେ ନିତାନ୍ତ ଜରୁରୀ ।  ସମସ୍ତେ ଏକନିଷ୍ଠ ଭାବେ ଅଭ୍ୟାସ କଲେ ଅସାମାଜିକ ତତ୍ତ୍ଵ ମାନଙ୍କୁ ପ୍ରତିରୋଧ କରି ନିଜକୁ ସୁରକ୍ଷିତ ରଖି ପାରିବେ ବୋଲି ପରାମର୍ଶ ଦେଇଥିଲେ । ଉକ୍ତ ତାଲିମ୍ ଶିବିରରେ ସର୍ବାଧିକ ଛାତ୍ରୀ ଉପସ୍ଥିତ ରହି ଆତ୍ମ ସୁରକ୍ଷାର ବିଭିନ୍ନ କୌଶଳ ଓ ପରାମର୍ଶ ଗ୍ରହଣ କରିଥିଲେ । ବରିଷ୍ଠ ଅବସରପ୍ରାପ୍ତ ଅଧ୍ୟାପକ ଡଃ ବିନୋଦ କୁମାର ଦାଶ, ଅଧ୍ୟାପକ ନିରଞ୍ଜନ ଶତପଥୀ, ଅଧ୍ୟାପକ ବିଭୁତି ଭୁଷଣ ପ୍ରଧାନ, ବିରଞ୍ଚି ନାରାୟଣ ପ୍ରଧାନ, ଶ୍ରୀକାନ୍ତ ପାତ୍ର, ପଞ୍ଚାନନ ପୋଲାଇ ଉପସ୍ଥିତ ଥିଲେ । ତାଲିମ୍ ଶିବିର ପରିଚାଳନାରେ ଗ୍ରନ୍ଥା ଗାରିକ ଶ୍ରୀଯୁକ୍ତ ରଘୁନାଥ ପାଣି , ଡି.ଇ.ଓ ସରୋଜ କୁମାର ନାୟକ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ସର୍ବ ଶେଷରେ କାର୍ଯ୍ୟକ୍ରମ ସଂଯୋଜକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Post a Comment

Previous Post Next Post
Header ADS