BREAKING
Loading...
:

ଆତ୍ମହତ୍ୟା ସମୟରେ ଯୁବତୀଙ୍କୁ ଉଦ୍ଧାର

 


ଭଞ୍ଜନଗର(ନୀଳଚକ୍ର Live) ସୋରଡା ଲାଠିପଡା ବଡ ନଦୀ ଘାଇ ରେ ଶାନ୍ତି ମଳିକ ନାମକ ଯୁବତୀ ଡେଇଁ ପଡ଼ିଥିଲେ।ଏହାକୁ ଦେଖି ମା ବୃନ୍ଦାବତୀ ଯୁବକ ସଂଘ ର ଯୁବକ ମାନେ ଉଦ୍ଧାର କରିଥିଲେ।ଝିଅଟି ର କହିବା ଅନୁସାରେ ସେ ବିବାହିତ କିନ୍ତୁ ସ୍ୱାମୀ ଛାଡି ଦେଇଥିଲେ ତେଣୁ ଲାଠିପଡା ର ଲଣ୍ଡା ନାୟକ ଦୀର୍ଘ ମାସ ହେବ ଶାରୀରିକ ସମର୍କ ରଖିଥିଲା ।ପୂର୍ବରୁ ମହିଳାଙ୍କ ଦୁଇଟି ସନ୍ତାନ ଅଛି।ମହିଳାଙ୍କ ଘର ଦହିସିଙ୍ଗି ଘଟଣା ଦିନ ମହିଳା ଜଣଙ୍କ ଲଣ୍ଡା ନାୟକ ସହ ଲାଠିପଡା ଗ୍ରାମକୁ ଆସିଥିଲେ ଏବଂ ଲଣ୍ଡା ତାଙ୍କୁ ବସ ଷ୍ଟାଣ୍ଡ ରେ ଅପେକ୍ଷା କରିବାକୁ କହି ଆଉ ଆସିନଥିଲେ,ଫଳରେ ମହିଳା ଜଣଙ୍କ ମର୍ମାହତ ହୋଇ ନଦୀକୁ ଡେଇଁ ପଡ଼ିଥିଲେ।ଲଣ୍ଡା ପୂର୍ବରୁ ଆସିକା ଓ ଆନ୍ଧ୍ର ରେ ନେଇ ମହିଳା ଙ୍କୁ ରଖିଥିଲା।ପୋଲିସ ମହିଳାଙ୍କ ବୟାନ କୁ ଭିତ୍ତି କରି ତଦନ୍ତ ଚଲାଇଛି।

ରିପୋର୍ଟ//ପପୁ ପ୍ରଧାନ

Post a Comment

أحدث أقدم
Header ADS