BREAKING
Loading...
:

ଗୋବରାରେ ବିଶ୍ୱ ମାତୃତ୍ୱ ଦିବସ ପାଳିତ

 


ଭଞ୍ଜନଗର(ନୀଳଚକ୍ରLive) ବେଲଗୁଣ୍ଠା ବ୍ଳକ୍ ଗୋବରା ସ୍ଥିତ ପ୍ରଫୁଲ୍ଲ କୁମାରୀ ମହିଳା ମହାବିଦ୍ୟାଳୟରେ ଆଜି ବେଲଗୁଣ୍ଠା ବିଜୁ ମହିଳା ସଂଗଠନ ପକ୍ଷରୁ ବିଶ୍ୱ ମହିଳା ଦିବସ ପାଳିତ ହୋଇଯାଇଛି I ବେଲଗୁଣ୍ଠା ବ୍ଳକ୍ ଅଧ୍ୟକ୍ଷ ପ୍ରଶାନ୍ତ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ୪୭ ଯୋନର ଜିଲ୍ଳା ପରିଷଦ ସଭ୍ୟା ପୂର୍ଣ୍ଣବାସୀ ନାୟକ, ଗୋବରା ସରପଞ୍ଚ ସୁପ୍ରଭା ନାୟକ, ଗୋବରା ସମିତିସଭ୍ୟ ବିଭୁପାଦ ଜେନା,ବ୍ଳକ୍ ବିଜେଡ଼ି ସଭାପତି ତଥା ବଡ଼ ବୋର୍ସିଂଗ୍ ସରପଞ୍ଚ ଏସ୍ ରାମେଶ୍ୱର ପାତ୍ର, ସମିତି ସଭ୍ୟା ମମତା ଭୋଳ, ନାଟେଙ୍ଗା ସରପଞ୍ଚ ସୁପ୍ରଭା ଗୌଡ଼, ବେଣୀପଲ୍ଲୀ ସରପଞ୍ଚ ଦୂର୍ଗା ମାଧବ ନାୟକ, ସମିତିସଭ୍ୟା ମମତା ମହାନ୍ତି, କ୍ଷତ୍ରିୟବରପୁର ସମିତିସଭ୍ୟ କୁଞ୍ଜବିହାରୀ ନାୟକ ପ୍ରମୁଖ ଉପସ୍ଥିତ ରହି ବିଶ୍ୱ ମାତୃତ୍ୱ ଦିବସ ପାଳନର ଗୁରୁତ୍ୱ ଆଲୋଚନା କରିଥିଲେ I ଏହି ଅବସରରେ ବିଧାୟକ ଶ୍ରୀ ସ୍ୱାଇଁ ସ୍ଵୟଂ ସହାୟକ ଗୋଷ୍ଠୀ ଗୁଡ଼ିକୁ ଶକ୍ତିଶାଳୀ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଯୋଜନା ଗୁଡ଼ିକ ଉପରେ ଆଲୋଚନା କରିଥିଲେ I ସେହିପରି ବ୍ଳକ୍ ଅଧ୍ୟକ୍ଷ ଶ୍ରୀ ନାୟକ ମାଆ ମାନଙ୍କର ସୁରକ୍ଷା ଏବଂ ସମ୍ମାନ ପାଇଁ ଆଗାମୀ ଦିନରେ ବ୍ଳକ୍ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ପ୍ରକାଶ କରିଥିଲେ I ଏହି ଅବସରରେ ବଡ଼ବୋର୍ସିଂଗ୍ ସମିତିସଭ୍ୟା ମମତା ଭୋଳଙ୍କୁ ବେଲଗୁଣ୍ଠା ବ୍ଳକ୍ ବିଜୁ ମହିଳା ଦଳର ସଭାନେତ୍ରୀ ଭାବେ ମନୋନୀତ କରାଯାଇଥିଲା I ମହାବିଦ୍ୟାଳୟ ଅଧ୍ୟକ୍ଷା ମାମା ପରିଡ଼ା ଏବଂ ଅଧ୍ୟାପକ ସନ୍ତୋଷ ବିଶ୍ୱାଳ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I ବ୍ଳକ୍ ବିଜେଡ଼ି ସଭାପତି ଏସ୍ ରାମେଶ୍ୱର ପାତ୍ର ଧନ୍ୟବାଦ ଜ୍ଞାପନ କରିଥିଲେ I

ରିପୋର୍ଟ//ପପୁ ପ୍ରଧାନ

Post a Comment

أحدث أقدم
Header ADS