BREAKING
Loading...
:

ବିଜେପି ଯୁବମୋର୍ଚ୍ଚା ପକ୍ଷରୁ କେନ୍ଦ୍ର ସରକାରଙ୍କ ୮ବର୍ଷ ପୂର୍ତ୍ତି ଉପଲକ୍ଷେ ବାଇକ୍ ରାଲି

 



ପୁରୁଷୋତ୍ତମପୁର(ନିଳଚକ୍ର Live) କେନ୍ଦ୍ର ସରକାରଙ୍କ ୮ବର୍ଷ ପୂର୍ତ୍ତି ଉପଲକ୍ଷେ ଗଞ୍ଜାମର ସାଂଗଠନିକ ଘୁମୁସର ଜିଲ୍ଲାର ବିଜେପି ଯୁବମୋର୍ଚ୍ଚା  ପ୍ରମୋଦ କୁମାର ପଣ୍ଡା ଙ୍କ ନେତୃତ୍ୱରେ  ଏକ ବାଇକ୍ ରାଲି ଆୟୋଜନ କରାଯାଇଥିଲା।ଏହି ରାଲି ଖଲ୍ଲିକୋଟ ରୁ ବାହାରି ମା ତାରାତାରିଣୀଙ୍କ ପୀଠରେ  ସମାପ୍ତ ହୋଇଥିଲା। ମାଙ୍କ ପୀଠରେ ଏକ ସଭା କରି ମୋଦିଙ୍କ ଜନ କଲ୍ୟାଣ ଯୋଜନା ବିଷୟରେ ସମସ୍ତ ନେତୃ ବୃନ୍ଦ ନିଜ ନିଜ ବକ୍ତବ୍ୟରେ ରଖିଥିଲେ ଏବଂ ଏହା ସହ ଆଗାମୀ ଦୀନରେ ଭାରତୀୟ ଜନତା ପାର୍ଟି କିଭଳି ସୁଦୃଢ ହେବ ତା ଉପରେ ଆଲୋଚନା କରିଥିଲେ ।


ଆଗାମୀ ଦିନରେ ବୁଥ୍ ସ୍ତରରେ ଘରକୁ ଘର ଯାଇ ମୋଦିଙ୍କ ଜନ କଲ୍ୟାଣ ଯୋଜନା ସମ୍ପର୍କରେ ପ୍ରଚାର ପ୍ରସାର କରିବା ପାଇଁ ଆହ୍ୱାନ ଦେଇଥିଲେ। ଏଥିରେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ କୁମାର ପଣ୍ଡା

, ଯୁବ ମୋର୍ଚ୍ଚା  ପ୍ରମୋଦ କୁମାର ପଣ୍ଡା, ଓବିସି ମୋର୍ଚ୍ଚା ସଭାପତି କୋରାନାଥ୍ ସ୍ବାଇଁ, ବସନ୍ତ ସ୍ବାଇଁ, କୈଳାସ ଚନ୍ଦ୍ର ସାହୁ, କୃଷକ ମୋର୍ଚ୍ଚା ଜିଲ୍ଲା ଉପସଭାପତି ଲିଟୁନ୍ ଦାସ, ଯୁବ ମୋର୍ଚ୍ଚା ଉପସଭାପତି ଯଜ୍ଞ ନାରାୟଣ ଦାସ, ଶେଷଦେବ ପଣ୍ଡା,  ସୁକାନ୍ତ କୁମାର ଦାସ, ଚିତ୍ତ ରଞ୍ଜନ ସାହୁ, ଟୁକୁନା ବେହେରା, ଯୋଗିନ୍ଦ୍ର ଗୈଡ ସହ ଅନେକ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

ରିପୋର୍ଟ///ପ୍ରସନ୍ନ କୁମାର ଦାସ

Post a Comment

أحدث أقدم
Header ADS