BREAKING
Loading...
:

ଧରଣୀ ଧର ଉଚ୍ଚ ବିଦ୍ୟାଳୟ ,ବରଗାଁ ଠାରେ ୭୩ ତମ ବନମହୋତ୍ସବ ସପ୍ତାହ ପାଳିତ

 


ଜଗନ୍ନାଥ ପ୍ରସାଦ(ନିରାକାର ସାହୁ)-ଗଞ୍ଜାମ ଜିଲ୍ଲାର ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ବରଗାଁ ଗ୍ରାମର ଧରଣୀ ଧର ଉଚ୍ଚ ବିଦ୍ୟାଳୟ ଠାରେ ଜୁଲାଇ ମାସ 7 ତାରିଖ ଗୁରୁବାର ଦିନ 73 ତମ ବନମହୋତ୍ସବ ପାଳିତ ହୋଇଯାଇଛି।ସକାଳ 8 ଘଣ୍ଟାରୁ ଛାତ୍ର ଓ ଛାତ୍ରୀ ମାନଙ୍କ ସହିତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନଙ୍କୁ ନେଇ ଜନ ସଚେତନତା ନିମନ୍ତେ ଫ୍ଲାଇ କାର୍ଡ ଧରି ସ୍ଲୋଗାନ ଦେଇ ନଗର ପରିକ୍ରମା କରାଯାଇଥିଲା, ତାପରେ ବିଦ୍ୟାଳୟ ପରିସର ମଧ୍ୟରେ ଆମ୍ବ, ମହୁଲ, ଅର୍ଜୁନ, ହରିଅର୍ଜୁନ, ଅଁଳା, ପିଜୁଳି ଭଳି ବୃକ୍ଷ ରୋପଣ କରାଯାଇଥିଲା, ଏହା ପରେ ବିଦ୍ୟାଳୟରେ ଏକ ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।




ଏହି ସୁନ୍ଦର ଏବଂ ପବିତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ ଶ୍ରୀଯୁକ୍ତ ଉମାଶଙ୍କର  ବାରିକ (ପୂର୍ବତନ ସରପଞ୍ଚ ବରଗାଁ ଗ୍ରାମ ପଞ୍ଚାୟତ) ସମ୍ମାନିତ ଅତିଥି ଶ୍ରୀଯୁକ୍ତ ଜଗନ୍ନାଥ ସାହୁ( ସଭାପତି ଧରଣୀ ଧର ଉଚ୍ଚ ବିଦ୍ୟାଳୟ ବରଗାଁ) ,ସମ୍ମାନିତ ଅତିଥି ଶ୍ରୀଯୁକ୍ତ ଶୁଭ୍ରାଂଶୁ ଶେଖର ବାରିକ (ଜଗନ୍ନାଥ ପ୍ରସାଦ ବ୍ଲକ ଅଧକ୍ଷାଙ୍କ ପ୍ରତିନିଧି ) ସମ୍ମାନିତ ଅତିଥି ରୂପେ ସମାଜ ସେବି ନିଗମାନନ୍ଦ ଏଜୁକେସନ ସେଣ୍ଟର, ଭଞ୍ଜନଗରର ସମ୍ପାଦକ ଶ୍ରୀଯୁକ୍ତ ଚିନ୍ମୟ କୁମାର ଵେବର୍ତ୍ତା,ସମ୍ମାନିତ ଅତିଥି ଶ୍ରୀଯୁକ୍ତ ଦିଲିପ କୁମାର ବେହରା (ବନପାଳ ବେଲଗୁଣ୍ଠା) ସମ୍ମାନିତ ଅତିଥି ଶ୍ରୀଯୁକ୍ତ ଦୟା ଦିଧି ଗୌଡ଼( ପରିଚାଳନା କମିଟି ସଦସ୍ୟ ଧରଣୀ ଧର ଉଚ୍ଚ ବିଦ୍ୟାଳୟ)ବରଗାଁ ଗ୍ରାମ ସଭାପତି ଶ୍ରୀଯୁକ୍ତ ବିଦ୍ୟାଧର ପ୍ରଧାନ,ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ପୂର୍ବତନ ସରପଞ୍ଚ ତଥା ଧରଣୀ ଧର ଉଚ୍ଚ ବିଦ୍ୟାଳୟ,ବରଗାଁର ପରିଚାଳନା କମିଟି ସଦସ୍ୟ ଶ୍ରୀଯୁକ୍ତ ନାରାୟଣ ସେଠି ଏହି କାର୍ଯ୍ୟକ୍ରମରେ ଆତିଥ୍ୟ ପ୍ରଦାନ କରିଥିଲେ।











ଏଥି ସହିତ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କେଦାର ନାଥ ସାମଲ, ବିଜ୍ଞାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅନୁପମା ମିଶ୍ର, କଳା ଶିକ୍ଷକ ଶ୍ରୀଯୁକ୍ତ ବିଶ୍ୱ ନାଥ ପାଢ଼ୀ, ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ରାଜକୁମାର ମହାନ୍ତି, ସଂସ୍କୃତ ଶିକ୍ଷୟତ୍ରୀ ଦମୟନ୍ତୀ ମିଶ୍ର, ହିନ୍ଦି ଶିକ୍ଷକ ଶ୍ରୀଯୁକ୍ତ ମହେଶ୍ୱର ସ୍ୱାଇଁ, କ୍ରୀଡା ଶିକ୍ଷକ ଶ୍ରୀଯୁକ୍ତ ଭଗବାନ ଗୌଡ଼,ଅଫିସ ସହାୟତା ଶ୍ରୀଯୁକ୍ତ ବିଦେଶୀ ସାହୁ, ପିଅନ ନାରାୟଣ ସାହୁ, ସାଇନ୍ସ ଆଟେଣ୍ଡେର ଉମାକାନ୍ତ ବାରିକ, ନାଇଟ ୱାଚର ଶଙ୍କର ସାହୁ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସମ୍ପୂର୍ଣ ସହଯୋଗ କରିଥିଲେ। ବିଦ୍ୟାଳୟ କଳା ଶିକ୍ଷକ ଶ୍ରୀଯୁକ୍ତ ବିଶ୍ୱ ନାଥ ଅଥିତି ମାନଙ୍କୁ ସ୍ୱାଗତ କରିବା ସହିତ ମଞ୍ଚ ପରିଚାଳନା ଦାୟିତ୍ୱ ସମ୍ପାଦନ କରିଥିଲେ ।ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କେଦାର ନାଥ ସାମଲ ସଭା ପତିତ୍ୟ କରଥିଲେ ଏବଂ ସମସ୍ତେ ଗୋଟିଏ ଗଛ ଲଗାଇ ତାହାର ଉପଯୁକ୍ତ ଯତ୍ନ ନେବା ପାଇଁ ଛାତ୍ର, ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ।ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଉମାଶଙ୍କର ବାରିକ ବୃକ୍ଷର ଉପକାରିତା ବିଷୟରେ ଆଲୋକପାତ କରିଥିଲେ ଏବଂ ପ୍ରତ୍ୟେକ ବ୍ୟକ୍ତି ବା ପ୍ରତ୍ୟେକ ଅନୁଷ୍ଠାନ ଅତି କମରେ 5 ଗୋଟି ଗଛ ଲଗାଇଲେ ପରିବେଶ ସବୁଜ ଶ୍ୟାମଳ ହୋଇପାରିବ ବୋଲି କହିଥିଲେ।ଶ୍ରୀଯୁକ୍ତ ଦିଲପ କୁମାର ବେହେରା ବନପାଳ ବେଲଗୁଣ୍ଠା "ପିଲା ଟିଏ ଗଛ ଟିଏ " ବିଷୟରେ ଗୁରୁତ୍ୱ ଦେଇ ପ୍ରତ୍ୟେକ ବ୍ୟକ୍ତି ବା ଛାତ୍ର, ଛାତ୍ରୀ ଗୋଟିଏ ଗଛ ଲଗାଇ ତାହାର ଉପଯୁକ୍ତ ଯତ୍ନ ନେବା ପାଇଁ
ଛାତ୍ର, ଛାତ୍ରୀ ମାନଙ୍କୁ ପରାମର୍ଶ ଦେବା ସହିତ ଅଧିକ ବୃକ୍ଷ ଥିବା ଜାଗାରେ କରୋନା ରୂପକ ମହାମାରୀ ରୋଗ ସଂକ୍ରମଣ ହୋଇ ନାହିଁ ବୋଲି ସମସ୍ତଙ୍କୁ ସଚେତନ କରାଇ ଥିଲେ।




ଶ୍ରୀଯୁକ୍ତ ଚିନ୍ମୟ କୁମାର ଵେବର୍ତ୍ତା ବୃକ୍ଷର ଆବଶ୍ୟକତା ଏବଂ ଉପକାରିତା ବିଷୟରେ ଆଲୋକ ପାତ କରି ଛାତ୍ର, ଛାତ୍ରୀ ମାନେ ନିଜ ଜନ୍ମ ଦିନରେ ଗୋଟିଏ ଗଛ ଲଗାଇବା ପାଇଁ ପରାମର୍ଶ ଦେଇଥିଲେ। ଶେଷରେ ବିଦ୍ୟାଳୟ ହିନ୍ଦି ଶିକ୍ଷକ ଶ୍ରୀଯୁକ୍ତ ମହେଶ୍ୱର ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରି ସଭା କାର୍ଯ୍ୟ ସମାପନ କରିଥିଲେ।

Post a Comment

أحدث أقدم
Header ADS