BREAKING
Loading...
:

ଅଗଷ୍ଟ 9ବିଶ୍ୱ ଆଦିବାସୀ ଦିବସ ପାଳିତ

 


ଭଞ୍ଜନଗର,9/8/22(ନୀଳଚକ୍ର live) ଅପରାହ୍ନ ରେ ବିଶ୍ୱ ଆଦିବାସୀ ଦିବସ ନାୟକ ଭବନ ଠାରେ ପାଳିତ ହୋଇଯାଇଛି।. ଏହାର ଆବାହକ ଥିଲେ ସାଥୀ ନିରାକାର ନାୟକ ଚାଷୀ ମୁଲିଆ ସଙ୍ଘ ଜିଲ୍ଲା ସଭାପତି। ଏ ଉଦେଶ୍ୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା, ଏଥିରେ ଅଧ୍ୟକ୍ଷତା କରିଥିଲେ ବରିଷ୍ଠ ଆଇନଜୀବୀ ସୋମନାଥ ନାୟକ, ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ସ୍ଥାନୀୟ ଶ୍ରମିକ ନେତା ହରିକୃଷ୍ଣ ସାହୁ। ଆରମ୍ଭରେ ଆଦିବାସୀ ନେତା ବୀର ଚକରା ବିଷୋୟୀ, ଦୋରା ବିଷୋୟୀ, ଲଖମନ ନାୟକ,ବିଶ୍ରା ମୁଣ୍ଡା ଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରା ଯାଇଥିଲା।ସଭାପତି ଏହି ଦିବସପାଳନ ର ଉଦ୍ଦେଶ୍ୟ ସମ୍ପର୍କ ରେ ସମବେତ ସାଥୀ ମାନଙ୍କୁ ଉଦବୋଧନ ଦେଇ କହିଥିଲେ ଆଦିବାସୀ ମାନଙ୍କୁ ଗୋଟିଏ ପଟେ ସେମାନଙ୍କ ଭାଷା, ଧର୍ମ, ସଂସ୍କୃତି ଅନ୍ୟପଟେ ସେମାନଙ୍କ ଜୀବନ ଜୀବିକା ଉପରେ ଶଂଢ଼ୁଆସି ଆକ୍ରମଣ ଚାଲିଛି. ସେମାନେ ଏ ଦିଗରେ ସଚେତନ ହୋଇ ସାଙ୍ଗରେ ଦଳିତ, ପଛୁଆ ବର୍ଗଙ୍କୁ ନେଇ ଗୋଟିଏ ମଞ୍ଚରେ ଲଢ଼ିଲେ ଯାଇ କର୍ପୋରେଟ ହାଉସ ମାନଂକୁ ମୁକାବିଲା କରିପାରିବେ. ସେଥିପାଇଁ ସେମାନେ ଶିକ୍ଷିତ, ସଂଗଠିତ ହୋଇ ସଂଘର୍ଷ କରିବାକୁ ହେବ. ଆବାହକ ନାୟକ ଚାଷ ବାସ ସରିବା ପରେ ଆଗାମୀ ଦିନରେ ନିଜର ପାରମ୍ପରିକ ଅସ୍ତ୍ର ଶସ୍ତ୍ର ଧରି ଏକ ବିରାଟ ପଟୁଆର କରିବାପାଇଁ ଯୋଗ ଦେଇଥିବା ଆଦିବାସୀ ନେତାମାନଙ୍କୁ ଆହ୍ୱାନ ଦେଇ ଥିଲେ. ଜିଲ୍ଲା ପରିଷଦ ସଭ୍ୟ ପବନା ଶବର, ରଞ୍ଜନ ଶବର ,ସର୍ବ ସାଥୀ କୈଳାସ ମଳିକ, କୁବେର ଦଳବେହେରା, ସୁଦର୍ଶନ ମଣ୍ଡଳ, ଦାନୁ ମଳିକ,, ମହାଦେବ ମଳିକ,, ପ୍ରତାପ ବିଷୋୟୀ, କୁନ୍ଦ୍ରା ଦଳବରା, ନାରସୁ ନାଇକ, ଅଭିଷେକ ସାହୁ ମଧ୍ୟ ନିଜ ଦୃଷ୍ଟି କୋଣ ରୁ ବକ୍ତବ୍ୟ ରଖି ଥିଲେ. ସମ୍ମାନିତ ଅତିଥି ଶ୍ରୀଯୁକ୍ତ ସାହୁ ଅଦବାସୀ ଅଧ୍ୟୁଷିତ ଗାଁ ଗୁଡିକୁ ଯାଇ ରାତ୍ରି ଯାପନ କରି ସମାନଙ୍କୁ ସଂଘଟିତ କରିବାକୁ ଆହ୍ୱାନ ଦେଇଥିଲେ. ଶେଷରେ ଆବାହକ ଆଜିର ଝଡି ବର୍ଷା ସତ୍ୱେ ପ୍ରତିନିଧି ମାନେ ଧରାକୋଟ, ସୋରଡ଼ା, ପୋଲସରା ଜଗନ୍ନାଥ ପ୍ରସାଦ ଭଞ୍ଜନଗର ବ୍ଲକ ରୁ ଆସି ଯୋଗ ଦେଇଥିବାରୁ ଓ ଅତିଥି ମାନେ ଏ ପରିଣତ ବୟସ ରେ ଯୋଗଦାନ କରି ଏ କାର୍ଯ୍ୟ କ୍ରମକୁ ସହଯୋଗ କରିଥିବାରୁ ଗଭୀର କୃତଜ୍ଞତା ପ୍ରକାଶ କରିଥିଲେ

Post a Comment

Previous Post Next Post
Header ADS